ଦେଶବ୍ୟାପୀ ମକ୍ ଡି୍ରଲ୍
କରୋନା ବିରୋଧୀ ଲଢ଼େଇ ପାଇଁ ପ୍ରସ୍ତୁତି
ନୂଆଦିଲ୍ଲୀ (ଏଜେନ୍ସି): ପଡୋଶୀ ଦେଶ ଚୀନ୍ରେ ଏବେ କରୋନା ସଂକ୍ରମଣଜନିତ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଭାରତ କିନ୍ତୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ହସ୍ପିଟାଲ ଗୁଡ଼ିକରେ ମକ୍ଡି୍ରଲ୍ କରାଯାଇଛି । ନିଜେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ସୁଖ୍ ମାଣ୍ଡଭୀୟ ଦିଲ୍ଲୀର କେତେକ ହସ୍ପିଟାଲ ପରିଦର୍ଶନ କରିବା ସହ ମକ୍ଡି୍ରଲ୍ର ଯାଞ୍ଚ୍ କରିଥିବା ଦେଖିବାକୁ ମିଳିଛି ।
ମକ୍ଡି୍ରଲ୍ରେ ମୁଖ୍ୟତଃ ହସ୍ପିଟାଲ ଗୁଡ଼ିକରେ କରୋନା ଚିକିତ୍ସା ପାଇଁ ଉପଲବ୍ଧ ସାଧନ, ସୁବିଧା ଉପରେ ବ୍ୟାପକ ଧ୍ୟାନ ଦିଆଯାଇଥିଲା । ଆଇସୋଲେସନ୍ ବେଡ୍, ଆଇସିୟୁ, ଅକ୍ସିଜେନ୍ ସିଲିଣ୍ଡର, ଟେଷ୍ଟିଂ କିଟ୍, ଔଷଧ, ଭେଣ୍ଟିଲେଟର ସମେତ ଅନ୍ୟ ସବୁ ସାଧାନର ଯଥେଷ୍ଟ ସଂଖ୍ୟାରେ ଉପଲବ୍ଧ ରହିଛି କି ନା, ସେନେଇ ଯାଞ୍ଚ୍ କରାଯାଇଥିଲା । ଏହି ପ୍ରକ୍ରିୟାରେ ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କ ପାଖରେ ଉପଲବ୍ଧ ଥିବା ଏବଂ ନଥିବା ସାମଗ୍ରୀ ତଥା ସାଧନ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ଏସବୁ ତଥ୍ୟ କେନ୍ଦ୍ର ସରକାରଙ୍କ କୋଭିଡ୍ ପୋର୍ଟାଲ୍ରେ ଅପଲୋଡ୍ କରାଯିବ ଯାହାଦ୍ୱାରା ରୋଗୀଙ୍କୁ ହସ୍ପିଟାଲରେ ମିଳୁଥିବା ସୁବିଧା ସମ୍ପର୍କରେ ପୂର୍ବରୁ ହିଁ ସୂଚନା ମିଳିପାରିବ ।