ବେଆଇନ ହମ୍ପ୍ସ ନିର୍ମାଣକୁ ବିରୋଧ
ସାଲେପୁର (ଆପ୍ର): ରାସ୍ତାରେ ଦ୍ରୁତ ଗାଡ଼ିଚାଳନାର ବେଗ ହ୍ରାସ ପାଇଁ ପରିବହନ ବିଭାଗ ପକ୍ଷରୁ ହମ୍ପସ୍ ନିର୍ମାଣ କରାଯାଇ ଧନଜୀବନକୁ ସୁରକ୍ଷା ଦିଆଯାଇଥାଏ । ମାତ୍ର ଆବଶ୍ୟକ ଠାରୁ ଯଥେଷ୍ଟ ଅଧିକ ହମ୍ପସ୍ ନିର୍ମାଣ ଅନେକ ସମୟରେ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
କଟକ ଚାନ୍ଦବାଲି ରାସ୍ତାର ଜଗତପୁରରୁ ସାଲେପୁର ପର୍ଯ୍ୟନ୍ତ ଆବଶ୍ୟକ ଠାରୁ ଯଥେଷ୍ଟ ଅଧିକ ବେଆଇନ୍ ଭାବେ ହମ୍ପସ୍ ନିର୍ମାଣ ହୋଇଛି । ଯାହା ଅନେକ ସମୟରେ ସମସ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଏହି ବେଆଇନ୍ ହମ୍ପସ୍ ନିର୍ମାଣ ବିଷୟରେ ସାଲେପୁର ବାର ଆସୋସିଏସନ୍ ପକ୍ଷରୁ ବରିଷ୍ଠ ଆଇନ୍ଜୀବୀ ବିଜୟ କେତେନ ନାୟକଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଟକ ଚାନ୍ଦବାଲି ରାସ୍ତାରେ ଜଗତପୁରରୁ ସାଲେପୁର ପର୍ଯ୍ୟନ୍ତ ହୋଇଥିବା ବେଆଇନ୍ ହମ୍ପସ୍ ନିର୍ମାଣ ଯୋଗୁ ଧନଜୀବନ ସୁରକ୍ଷା ପାଇବା ପରିବର୍ତ୍ତେ ଅସୁରକ୍ଷିତ ହୋଇଥିବା ମତ ପ୍ରକାଶ ପାଇଥିଲା । ଏପରିକି ଅନେକ ସମୟରେ ହମ୍ପସ୍ ଯୋଗୁ ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ଧନଜୀବନକୁ ସୁରକ୍ଷା ଦେବା ପାଇଁ ସଠିକ୍ ସମୟରେ ଘଟଣା ସ୍ଥଳରେ ପହଞ୍ଚି ପାରୁ ନାହାନ୍ତି । ଆମ୍ବୁଲାନ୍ସରେ ଯାଉଥିବା ପ୍ରସବ ମହିଳା ଓ ଗୁରୁତର ରୋଗୀଙ୍କ ପାଇଁ ଏହି ହମ୍ପସ୍ ମରଣାଯନ୍ତା ହୋଇଛି ବୋଲି କୁହାଯାଉଛି । ଏହାସହ ବର୍ତ୍ତମାନ ଅଧିକାଂଶ ପୁରୁଷ, ମହିଳା, ସ୍କୁଲ କଲେଜ ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ବ୍ୟବହାର କରୁଥିôବା ସ୍କୁଟି ଗାଡ଼ି ପାଇଁ ଏହି ହମ୍ପସ୍ ଗୁଡ଼ିକ ବିପଦ ସୃଷ୍ଟି କରିଛି । ତେଣୁ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବହୁ ବିଶିଷ୍ଟ ବ୍ୟକ୍ତି ଦାବି କରିଛନ୍ତି । ଏହାସହ ବେଆଇନ୍ ହମ୍ପସ୍କୁ ଉଚ୍ଛେଦ କରାଯିବା ପାଇଁ ପୂର୍ତ୍ତମନ୍ତ୍ରୀ, ପୂର୍ତ୍ତ ସଚିବ ଓ କଟକ ଜିଲ୍ଲାପାଳଙ୍କଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି । ଯଦି ସମସ୍ୟାର ତୁରନ୍ତ ସମାଧାନ ନହୁଏ ତେବେ ଆଗାମୀ ଦିନରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଏହି ବୈଠକରେ ବାର ଆସୋସିଏସନର ସଭାପତି ଦୀପକ କୁମାର ମହାନ୍ତି, ଆଇନ୍ଜୀବୀ ଜଚିନ୍ଦ୍ର କୁମାର ମହାନ୍ତି, ରବିନ୍ଦ୍ର ପଣ୍ଡା, ମାନସ ଦାସ, ନବକିଶୋର କର, ମାନସ ସାହୁ, ହଳଧର ସାହୁ, ଡ଼ାକ୍ତର କିଶୋର ଚନ୍ଦ୍ର ଦାସ, ବିଶ୍ୱମୋହିତ କର, ବସନ୍ତ କୁମାର କର, ସାମ୍ବାଦିକ ଅକ୍ଷୟ କୁମାର ଦାଶ, ବିରଞ୍ଚି ନାରାୟଣ କର, ପ୍ରତାପ ଚନ୍ଦ୍ର ଭୂୟାଁ, ସୁଜିତ ଭୂୟାଁ, ସୁବାଶିଶ ବସନ୍ତରାଏ, ପ୍ରଦୀପ୍ତ କୁମାର କର, ହରବିନ୍ଦ ଭୂୟାଁ, ହେମନ୍ତ କୁମାର ଭୂୟାଁଙ୍କ ସହ ବହୁବ୍ୟକ୍ତି ଉପସ୍ଥିତ ଥିଲେ । ଏହି ବୈଠକରେ ବାର ଆସୋସିଏସନର ସଭାପତି ଦୀପକ କୁମାର ମହାନ୍ତି, ଆଇନ୍ଜୀବୀ ଜଚିନ୍ଦ୍ର କୁମାର ମହାନ୍ତି, ରବିନ୍ଦ୍ର ପଣ୍ଡା, ନବକିଶୋର କର, ମାନସ ସାହୁ, ହଳଧର ସାହୁ, ଡ଼ାକ୍ତର କିଶୋର ଚନ୍ଦ୍ର ଦାସ, ସାମ୍ବାଦିକ ଅକ୍ଷୟ କୁମାର ଦାଶ, ବିରଞ୍ଚି ନାରାୟଣ କର, ପ୍ରତାପ ଚନ୍ଦ୍ର ଭୂୟାଁ, ହେମନ୍ତ କୁମାର ଭୂୟାଁଙ୍କ ସହ ବହୁବ୍ୟକ୍ତି ଉପସ୍ଥିତ ଥିଲେ ।