ରହସ୍ୟରେ ରୁଷୀୟ ସାଂସଦଙ୍କ ମୃତୁ୍ୟ

ରାୟଗଡ଼ା, ୨୭ ।୧୨ (ଆପ୍ର): ରାୟଗଡ଼ା ହୋଟେଲରେ ଦୁଇଦିନ ବ୍ୟବଧାନରେ ୨ ଜଣ ରୁଷୀୟ ପର୍ଯ୍ୟଟକଙ୍କ ରହସ୍ୟଜନକ ମୃତୁ୍ୟର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି ରାଜ୍ୟ ପୁଲିସ ମହାନିଦେ୍ର୍ଦଶକ ସୁନୀଲ କୁମାର ବଂଶଲ । କ୍ରାଇମ୍ ବ୍ରାଞ୍ଚ ଜିଲ୍ଲା ପୁଲିସ ସହଯୋଗରେ ତଦନ୍ତ କରିବ । ଅନ୍ୟ ଦୁଇ ପର୍ଯ୍ୟଟକ ଦମ୍ପତି ତୁରୋଭ ମିଖାଇଲ ଓ ପାନାସେଙ୍କୋ ନତାଲିଆଙ୍କୁ ମଙ୍ଗଳବାର ଭୁବନେଶ୍ୱର ନିଆଯାଇ ପଚରାଉଚରା କରାଯାଉଛି । ରୁଷୀୟ ପର୍ଯ୍ୟଟକଙ୍କ ଗାଇଡ୍ ଜିତେନ୍ଦ୍ର ସିଂହଙ୍କୁ ମଧ୍ୟ ତଦନ୍ତ ପରିସରକୁ ଅଣାଯାଇଛି ।
ଦାରିଙ୍ଗବାଡ଼ି (କନ୍ଧମାଳ)ରୁ ରାୟଗଡ଼ାକୁ ୪ ଜଣ ଋଷୀୟ ପର୍ଯ୍ୟଟକ ଡିସେମ୍ବର ୨୧ ତାରିଖ ଦିନ ଆସି ସ୍ଥାନୀୟ ସାଇ ଇଣ୍ଟରନ୍ୟାସନାଲ ହୋଟେଲର ୨୦୩ ନଂ ରୁମରେ ରହିଥିଲେ । ସେମାନଙ୍କ ଜୟପୁର ଯିବା ଯୋଜନା ମଧ୍ୟ ଥିଲା । ୨୨ ତାରିଖ ଦିନ ବ୍ଲାଦିମିର ବିଦାନୋଭଙ୍କର ହୃଦ୍ଘାଟତରେ ମୃତୁ୍ୟ ଘଟିଥିଲା । ୨୪ରେ ତାଙ୍କର ଆଉଜଣେ ସହଚରଙ୍କ ମୃତୁ୍ୟ ଘଟିଥିଲା । ତାଙ୍କ ନାମ ପାଭେଲ୍ ଆନ୍ତୋଭ । ଆନ୍ତୋଭ ରୁଷିଆର ବ୍ଲାଦିମିର ରିଜନ ବିଧାନସଭାର ଜଣେ ଡେପୁଟି ବୋଲି ଜଣାପଡ଼ିଛି । ଏହାଛଡ଼ା ଆନ୍ତୋଭ ଜଣେ ଧନୀ ବ୍ୟବସାୟୀ । ରୁଷିଆରେ ତାଙ୍କର ପ୍ରକାଣ୍ଡ ସସେଜ୍ ବ୍ୟବସାୟ ଚାଲିଛି । ସେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ସମୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କୁ ପରୋକ୍ଷ ଭାବେ ସମାଲୋଚନା କରି ଏହି ଯୁଦ୍ଧକୁ ଆତଙ୍କବାଦ ସହ ତୁଳନା କରିଥିଲେ ।
ବ୍ଲାଦିମିର ବିଦାନୋଭଙ୍କର ହୃଦଘାତ ଯୋଗୁ ତାଙ୍କର ମୃତୁ୍ୟ ହୋଇଥିବା କୁହାଯାଉଥିବା ବେଳେ ଏଯାଏଁ କାରଣ ଅସ୍ପଷ୍ଟ ରହିଛି । ପୋଷ୍ଟମର୍ଟମ ଫାଇନାଲ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଦୁହିଁଙ୍କର ପୋଷ୍ଟମର୍ଟମ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ କୁହାଯାଇଛି ବୋଲି ଡିଆଇଜି ପ୍ରକାଶ କରିଛନ୍ତି । ବ୍ଲାଦିମିରଙ୍କ ମୃତୁ୍ୟର ଦୁଇଦିନ ପରେ ଅର୍ଥାତ ୨୪ ଡିସେମ୍ବରରେ ସାଂସଦ ଆନ୍ତୋଭ ଆତ୍ମହତ୍ୟା କରିଛନ୍ତି ବୋଲି ସନେ୍ଦହ କରାଯାଉଛି । ଉଭୟ ପର୍ଯ୍ୟଟକ ମଦ୍ୟପାନ କରିଥିବା ପ୍ରାଥମିକ ତଦନ୍ତରୁ ପ୍ରକାଶ । ତେବେ ଦୁଇ ଦିନ ବ୍ୟବଧାନରେ ଦୁଇ ଜଣଙ୍କ ମୃତୁ୍ୟ ସନେ୍ଦହ ବଢାଇଛି । ପୁଲିସ ଦୁଇଟି ଅପମୃତୁ୍ୟ ମାମଲା ରୁଜୁ କରିବା ସହ ପୋଷ୍ଟମର୍ଟମ ରିପୋର୍ଟ ଓ ପାସ୍ପୋର୍ଟକୁ ନେଇ ଛାନ୍ଭିନ ଜାରି ରଖିଛି । ବିଦେଶୀ ହୋଇଥିବାରୁ ତଦନ୍ତ ପ୍ରକ୍ରିୟାରେ ସିଆଇଡିକୁ ସାମିଲ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *