ପ୍ରକୃତ ହିତାଧିକାରୀ ନିରାଶ

ଜାଗା ମିଶନରେ ଅନୁପ୍ରବେଶକାରୀ
ଢେଙ୍କାନାଳ(ଆପ୍ର:) ବିଦେଶୀ ଅନୁ ପ୍ରବେଶକାରୀଙ୍କୁ ଜାଗାପ୍ରଦାନ ନକରି ପ୍ରକୃତ ହିତାଧିକାରୀଙ୍କୁ ଜାଗା ମିଶନରେ ସାମିଲ କରିବାକୁ ଦେବସେନା ଶାଖା ତରଫରୁ ଦାବି କରାଯାଇଛି । ଏନେଇ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।
ରାଜ୍ୟ ସରକାର ୨୦୧୭ ମସିହାରେ ବିଭିନ୍ନ ମହାନଗର,ପୌରପାଳିକା ଏବଂ ଏନଏସିରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କ ପାଇଁ ୩୦ରୁ ୪୫ ବର୍ଗ ମିଟର ଜମି ସହିତ ବିଜୁଳି,ସ୍ୱଛତା, ପାନୀୟଜଳ, ଶିକ୍ଷାସେବା ଦେବା ପାଇଁ ନିଷ୍ପତି ନିଆଯାଇଥିଲା । ସେହିପରି ଜମିରେ ୨ଲକ୍ଷ ଟଙ୍କା ବ୍ୟୟରେ ଘର ପ୍ରଦାନ ପାଇଁ ମଧ୍ୟ ଘୋଷଣା କରାଯାଇଛି । ସରକାର ଜାଗା ମିଶନ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ରାଜ୍ୟରେ ଅନେକ ବର୍ଷ ହେବ ବିଦେଶୀ, ବଙ୍ଗଳାଦେଶୀ, ରୋହିଙ୍ଗିଆ, ଅନୁପ୍ରବେଶକାରୀମାନେ ଅବୈଧ ଭାବରେ ହଜାର ହଜାର ସଂଖ୍ୟାରେ ଓଡିଶା ଭିତରେ ବସବାସ କରିବା ସହିତ ସରକାରୀ ଜମିକୁ କବଜା କରି ରଖିଛନ୍ତି । ଯାହା ଓଡିଶାର ସ୍ଥାୟୀ ନାଗରିକ ଏହି ଯୋଜନାରେ ସାମିଲ ହେବା ପରିବର୍ତ୍ତେ ଅନୁପ୍ରବେଶକାରୀମାନେ ଜାଲ ଦସ୍ତଖତ ଦେଇ ଜମିପଟ୍ଟା ହାସଲ କରିବା ସମ୍ଭାବନା ରହିଛି । ଫଳରେ ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେବାର ଆଶଙ୍କା ରହିଛି । ତେଣୁ ଜାଗାମିଶନ ଦ୍ୱାରା ପ୍ରଦାନ କରାଯାଉଥିବା ଜମି,ଆର୍ଥିକ ସୁବିଧା ସୁଯୋଗ ଅବୈଧ ଅନୁପ୍ରବେଶକାରୀ ମାନେ ଯେପରି ହାସଲ ନକରନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି । ଏହାସହ ଜବରଦଖଲ କରି ରହିଥିବା ଜମି, ବିଭିନ୍ନ ମଠ, ମନ୍ଦିର, ଗୋଚର କିିସମ ରହିଥିବାବେଳେ କିସମ ପରିବର୍ତ୍ତନ କରି ବସ୍ତି ବାସିନ୍ଦାଙ୍କୁ ଜମି ନ ଦେବା ପାଇଁ ମଧ୍ୟ ସେନା ପକ୍ଷରୁ ଦାବି କରାଯାଇଛି । ଏହାକୁ ନେଇ ଜିଲ୍ଲା ମୁଖ୍ୟ ଯୁଧିଷ୍ଠିର ପାତ୍ରଙ୍କ ସହିତ ଅନ୍ୟମାନେ ଜିଲ୍ଲାପାଳଙ୍କ ଜରିଆରେ ଦାବୀ ପତ୍ରକୁ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *