ସ୍କୁଲ୍କୁ ଫେରିବ କରୋନା କଟକଣା

ଭିତ୍ତିଭୂମି ସମୀକ୍ଷା ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୬ା୧୨ (ବୁ୍ୟରୋ): ଚୀନ୍ରେ ସଂକ୍ରମଣ ବଢ଼ିବା ପରେ ଓଡ଼ିଶାରେ ଘାରିଲାଣି ଚିନ୍ତା । ରାଜ୍ୟର ଏକାଧିକ ମଡ଼େଲ କେନ୍ଦ୍ର ପାଇଁ ସହାୟକ ହେଉଛି । ଭୂତାଣୁ ମୁକାବିଲାରେ ମଧ୍ୟ ରାଜ୍ୟ ଆଗୁଆ ପଦକ୍ଷେପ ଗ୍ରହଣ କରିଛି । ବିଗତ ଦିନରେ କରୋନା ମୁକାବିଲାରେ ରାଜ୍ୟ ଅନ୍ୟ ରାଜ୍ୟ ଅପେକ୍ଷା ଆଗରେ ରହିଛି । ବର୍ତ୍ତମାନ ସ୍ଥିତିରେ ବଢ଼ିଥିବା ସଂକ୍ରମଣ ସମସ୍ତଙ୍କ ପାଇଁ ସତର୍କର ଘଣ୍ଟି ଆଣିଥିବାବେଳେ ଓଡ଼ିଶା ଏହାର ମୁକାବିଲାରେ ଦେଶରେ ରୋଲ୍ ମଡେଲ ହେବ ବୋଲି ଏବେଠୁ ଆଶଙ୍କା ବ୍ୟକ୍ତ ପାଇଛି । ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୭ ତାରିଖ ଅପରାହ୍ନ ସାଢ଼େ ୪ଟା ବେଳେ ରାଜ୍ୟରେ ଥିବା ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରିବେ ।
ରାଜ୍ୟରୁ କୋଭିଡ୍ କଟକଣା ହଟିଯିବା ପରେ ମଧ୍ୟ ସବୁ ଜିଲ୍ଲା ଚିକିତ୍ସାଳୟ ଓ ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକୀୟ ଉପକରଣ ଓ ସାମଗ୍ରୀ ମହଜୁଦ୍ ରଖାଯାଇଥିଲା । ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟ୍ମେଣ୍ଟରେ ଯେପରି କିଛି ସଙ୍କା ନ ରହିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ଏହି ସବୁ କ୍ଷେତ୍ରରେ ଥିବା ନିଅଣ୍ଟିଆ ଭିତ୍ତିଭୂମୀକୁ କିପରି ଯଥାଶୀଘ୍ର ପୂରଣ କରାଯାଇପାରିବ ସେନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମୀକ୍ଷା କରିବେ । ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏହି ସମୀକ୍ଷାରେ ଉପସ୍ଥିତ ରହିବେ ।
ଏହାସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ମେଡ଼ିକାଲ୍ କଲେଜ କର୍ତ୍ତୃପକ୍ଷ ମଧ୍ୟ ବୈଠକରେ ଭିସି ମାଧ୍ୟମରେ ଉପସ୍ଥିତ ରହିବେ । ଆଗାମୀ ଦିନ ପାଇଁ କୋଭିଡ ମୁକାବିଲା ରଣନୀତି ନେଇ ଏଥିରେ ଆଲୋଚନା ହେବ ।
ସଂକ୍ରମଣ ଆଶଙ୍କାରେ ସ୍କୁଲକୁ ଫେରୁବ କଟକଣା । ବିଦ୍ୟାଳୟରେ କରୋନା ନିୟମ ପାଳନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜର ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ର ଓ ରାଜ୍ୟର ମାର୍ଗ ଦର୍ଶିକା ଅନୁଯାୟୀ, ସ୍କୁଲରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏଥି ସହ ଆଗକୁ ହେବାକୁ ଥିବା ସମେଟିଭ-୧ ଓ ଯୁକ୍ତ ୨ ପରୀକ୍ଷା କରୋନା କଟକଣା ଭିତରେ ଆୟୋଜନ କରିବାକୁ ବିଭାଗୀୟ ପ୍ରସ୍ତୁତି ଚାଲିଛି ।
ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶକ୍ରମେ କୋଭିଡ ମୁକାବିଲା ବ୍ୟବସ୍ଥାର ତଦାରଖ ପାଇଁ ଆସନ୍ତାକାଲି ସାରା ଦେଶରେ ମକଡ୍ରିଲ ହେବ । ଜିଲ୍ଲା ସ୍ତରରେ ହସ୍ପିଟାଲ ଓ ମେଡ଼ିକାଲ କଲେଜରେ ବେଡ଼, ଅକ୍ସିଜେନ ଆଇସିୟୁ, କୋଭିଡ କୀଟ, ଔଷଧ, ଭେଣ୍ଟିଲେଟର, ପିପିଇ କୀଟ ସହ ମ୍ୟାନପାୱାର ନେଇ ମକଡ୍ରିଲ ହେବ । ଏହି ତଥ୍ୟକୁ କେନ୍ଦ୍ର ସରକାରଙ୍କ କୋଭିଡ ପୋର୍ଟାଲରେ ଅପଲୋଡ଼ କରିବେ ଜିଲ୍ଲା ପ୍ରଶାସନ । ଏବେ ସରକାରୀ ହସ୍ପିଟାଲ ଓ ମେଡ଼ିକାଲ କଲେଜରେ କୋଭିଡ ପାଇଁ ଆଇସସୋଲେସନ୍ ବେଡ୍ ରଖାଯାଇଛି । ଯଦି ସଂକ୍ରମିତଙ୍କ ସଂଖ୍ୟା ବଢ଼େ, ପର୍ଯ୍ୟାୟ କ୍ରମେ ବେଡ୍ ସଂଖ୍ୟା ପୁନଶ୍ଚ ବଢ଼ାଯିବ ।
ସେହିପରି ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, କୋଭିଡ ମୁକାବିଲା ପାଇଁ ରବିବାର ସବୁ ସିଡିଏମଓ, ମେଡିକାଲ୍ କଲେଜ ସୁପରିଟେଣ୍ଡଣ୍ଟଙ୍କ ସହ ମକଡ୍ରିଲ ହୋଇଥିଲା । ଆମର ମ୍ୟାନପାୱାର କେତେ ଅଛନ୍ତି ସେନେଇ ବିଶେଷ ଆଲୋଚନା ହୋଇଥିଲା । ଯଦି ଅଧିକ ମ୍ୟାନପାୱାର ଆବଶ୍ୟକ ପଡେ ତାହା ମଧ୍ୟ ପ୍ରସ୍ତୁତ ରଖିବାକୁ ନିଷ୍ପତ୍ତି ହୋଇଛି । ଏହାସହ ସବୁ ସରକାରୀ ହସ୍ପିଟାଲରେ ଆଇସୋଲେସନ ବେଡ଼ କାର୍ଯ୍ୟକ୍ଷମ କରାଯାଇଛି । ଅକ୍ସିଜେନ ବ୍ୟବସ୍ଥା ଥିବା ବେଡ଼ ଅଧିକ ରଖାଯାଇଛି । ଟେଷ୍ଟିଂ ଓ ଟ୍ରିଟମେଣ୍ଟ ପାଇଁ ଯେଉଁ ଆବଶ୍ୟକୀୟ ଉପକରଣ ଦରକାର ତାହା ମହଜୁଦ ରହିଛି । ସବୁ ବ୍ୟବସ୍ଥାର ତର୍ଜମା କରି ଆସନ୍ତାକାଲି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ରାଜ୍ୟ ସରକାର ।
ସେହିପରି ହକି ବିଶ୍ୱକପ ପାଇଁ ଆହୁରି ସମୟ ଅଛି । ସେତେବେଳେ ପରିସ୍ଥିତିକୁ ଦେଖି ବ୍ୟବସ୍ଥା କରାଯିବ । ତେଣୁ ଏବେଠାରୁ ଆକଳନ କରି କିଛି ନିଷ୍ପତ୍ତି ନେବା ଭୁଲ ହେବ । ହକି ଖେଳାଳିଙ୍କ ପ୍ରତି ଯେଉଁ ଏସ୍ଓପି ଅଛି, ହକି ଇଣ୍ଡିଆ ଏବଂ ଭାରତ ସରକାରଙ୍କ ଗାଇଡଲାଇନ ଅନୁସାରେ କାମ ହେବ । ୩ ଦିନ ପୂର୍ବରୁ ନାଜାଲ ଟିକାକୁ ଅନୁମତି ଦିଆଯାଇଛି । ଗୋଟିଏ ନାଜାଲ୍ ଟିକାରେ ଦୁଇଟି ଡୋଜ ଥାଏ । ପ୍ରଥମେ ଘରୋଇ ହସ୍ପିଟାଲରେ ଏହା ଦିଆଯିବ । ରାଜ୍ୟକୁ ନାଜାଲ ଟିକା ଆସିଛି ନା ନାହିଁ ସେନେଇ ଡ୍ରଗସ କଣ୍ଟ୍ରୋଲ ବୋର୍ଡକୁ ତଥ୍ୟ ମଗାଯାଇଛି ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଦଶକ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *