ଯାତ୍ରାପଦା ସାହିବାସୀ ବିଡିଓଙ୍କ ଦ୍ୱାରସ୍ଥ

ପାଣି ପାଇଁ ଡହଳବିକଳ
ଟିକାବାଲି (ଆପ୍ର): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଟିକାବାଲି ପଞ୍ଚାୟତ ଅନ୍ତର୍ଗତ ଛତିଝାର ଗ୍ରାମ ଯାତ୍ରାପଦା ସାହି ବାସିନ୍ଦା ୩ ମାସ ହେବ ପିଇବା ପାଣି ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ସାହିର ୨୦ ପରିବାର ପାଣି ପାଇଁ ବାରମ୍ବାର ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନି । ଦାୟିତ୍ୱରେ ଥିବା ଏସିଏମ୍ଙ୍କୁ ଛତିଝାର ଯାତ୍ରାପଦା ସାହିକୁ ପାଣି ଛାଡ଼ିବା ପାଇଁ କହିଥିଲେ ମଧ୍ୟ ସାହିକୁ ପାଣି ଛାଡ଼ାଯାଉ ନ ଥିବା କହିଛନ୍ତି ସରପଞ୍ଚ କୁନ୍ଦୁରୁ ମଳିକ । ଏହା ପୂର୍ବରୁ ଏ ନେଇ ବହୁ ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ । ଗତ ଶୁକ୍ରବାର ଯାତ୍ରାପଦାର ମହିଳାମାନେ ସରପଞ୍ଚଶ୍ରୀ ମଳିକକୁ ପାଣି ସମସ୍ୟା ନେଇ ଲିଖିତ ଭାବେ ଅବଗତ କରିଥିଲେ । ଛତିଝାର ୩ ନଂ ୱାର୍ଡ ମେମ୍ବର ହେମନ୍ତ ମୁଖି ଯାତ୍ରାପଦା ସାହିବାସୀଙ୍କ ସମସ୍ୟା ନେଇ ଏସ୍ଏମ୍ମାନଙ୍କୁ ପଞ୍ଚାୟତକୁ ଡାକି ବାରମ୍ବାର ପାଣି ଝାଡ଼ିବାକୁ କହିବା ସତ୍ତ୍ୱେ ଦୁଇ/ତିନି ଦିନ ପାଣି ଛାଡି ବନ୍ଦ କରିଦେଉଛନ୍ତି । ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧୀକାରୀଙ୍କୁ ସାକ୍ଷାତ କରି ସମସ୍ୟାର ସମାଧାନ ନେଇ ଦାବି କରିବା ପାଇଁ ସରପଞ୍ଚ ମହିଳାମାନଙ୍କୁ କହିଥିଲେ । ସାହିର ଅନ୍ନପୂର୍ଣା ବିଷୋୟୀ, ରଜନୀ ବେହେରା, ମୁକ୍ତା ନାୟକ, ବିଜୟଲକ୍ଷ୍ମୀ ବିଷୋୟୀ, ମଞ୍ଜୁଳା ଭୁକ୍ତା ଏବଂ ୩ ନଂ ୱାର୍ଡ ମେମ୍ବର ହେମନ୍ତ ମୁଖି ୨୬ ତାରିଖରେ ବିଡିଓ ମନୋଜ କୁମାର ପାଢ଼ିଙ୍କୁ ଲିଖିତ ଭାବେ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ । ଦୁଇ ଦିନ ମଧ୍ୟରେ ସାହିର ପାଣି ସମସ୍ୟାର ସମାଧାନ କରିବାକୁ ବିଡିଓ ସ୍ଥାନୀୟ ସରପଞ୍ଚଙ୍କୁ ଫୋନ୍ ଯୋଗେ ତାଗିଦ କରିଛନ୍ତି । ଦାୟିତ୍ୱରେ ଥିବା ଏସ୍ଏମ୍ମାନଙ୍କୁ ଠିକ୍ ଭାବେରେ କର୍ଯ୍ୟ କରିବା ପାଇଁ ବିଡିଓ ଆଦେଶ ଦେଇଥିଲେ । ଦୁଇଦିନରେ ପାଣି ସମସ୍ୟାର ସମାଧାନ ନ ହେଲେ ଘଟଣାସ୍ଥଳରେ ପହଞ୍ଚôି ଦାୟିତ୍ୱରେ ଥିବା ଏସ୍ଏମ୍ଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଓ କହିଲା ପରେ ମହିଳାମାନେ ବ୍ଲକ୍ ଅଫିସରୁ ଫେରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *