ପୁଲିସ ମୁଖ୍ୟାଳୟ ସମ୍ମୁଖରେ ଆଶାୟୀଙ୍କ ବିକ୍ଷୋଭ

ଏସ୍ଆଇ ପରୀକ୍ଷାରେ ଦୁର୍ନୀତି ଅଭିଯୋଗ
କଟକ (ବୁ୍ୟରୋ): ଓଡ଼ିଶା ପୁଲିସର ସବ୍ ଇନ୍ସିପେକ୍ଟର ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି । ପାତରଅନ୍ତର କରାଯାଇ ପିଲାଙ୍କୁ ମାର୍କ ଦିଆଯାଇ ନିଯୁକ୍ତି ଦିଆଯାଉଛି । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଏସ୍ଆଇ ପରୀକ୍ଷାର୍ଥୀ । ପରୀକ୍ଷାରେ ପାରଦର୍ଶିତା ନରହି ଦୁର୍ନୀତି କରାଯାଉଛି ବୋଲି ଅଭିଯୋଗ କରି କଟକ ବକ୍ସିବଜାରସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟ ସମ୍ମୁଖରେ ଶତାଧିକ ଆଶାୟୀ ପ୍ରତିବାଦ କହିଛନ୍ତି । ୨୦୧୮ ମସିହାରେ ସବ୍ ଇନ୍ସିପେକ୍ଟର ପଦପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରକାଶ ପାଇଥିବା ମେରିଟ ଲିଷ୍ଟରେ ଅନେକ ବିଭ୍ରାଟ ହୋଇଛି ବୋଲି ପରୀକ୍ଷାର୍ଥୀମାନେ ଅଭିଯୋଗ ଆଣିଛନ୍ତି ।
ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା କେତେକ ପରୀକ୍ଷାର୍ଥୀ ଅଚାନକ ଶତପ୍ରତିଶତ ମାର୍କ ରଖିଛନ୍ତି । ଏହାସହିତ ଚୂଡାନ୍ତ ମେରିଟ ଲିଷ୍ଟରେ ସେମାନଙ୍କର ନାଁ କେମିତି ଆସିଲା ବୋଲି ପ୍ରଶ୍ନ କରିଛନ୍ତି । ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ତୃଟିପୂର୍ଣ୍ଣ ପରୀକ୍ଷା ପରିଚାଳନା କରାଯାଉଛି । ତେବେ ଆସନ୍ତା ୫ ତାରିଖରେ ଦିଆଯିବାକୁ ଥିବା ନିଯୁକ୍ତିପତ୍ରକୁ ସ୍ଥଗିତ ରଖିବା ସହ ଏଜେନ୍ସି ଜରିଆରେ ସବ୍ ଇନ୍ସିପେକ୍ଟର ପରୀକ୍ଷାକୁ ଅନ୍ଲାଇନ ମାଧ୍ୟମରେ କରାଯାଉ ବୋଲି ଦାବିକରି ପୁଲିସ ମହାନିଦେ୍ର୍ଦଶକଙ୍କୁ ଦାବିପତ୍ର ଦିଆଯାଇଛି । ଏବାବଦରେ ଜଣେ ଆଶାୟୀ ମନୋଜ ସାମନ୍ତାରା କହିଛନ୍ତି ଏସ୍ଆଇ ନିଯୁକ୍ତିରେ ବହୁ ବିଭ୍ରାଟ ହୋଇଛି । ୨୦୧୮ ଓ ୨୦୧୯ ମସିହାରେ ଏହି ବିଭ୍ରାଟ ହୋଇଛି । ଇତିହାସ ବିଭାଗରେ ଏସ୍ସି କାଟାଗୋରୀରେ ୧୦୦ରୁ ୯୩ ମାର୍କ ପିଲାମାନେ ରଖିଛନ୍ତି । ଏହାର କଟ ଅଫ୍ ମାର୍କ ୯୫ ରହିଛି । ଯାହା ଏସ୍ଆଇ ନିଯୁକ୍ତି ପ୍ରକି୍ରୟାରେ ବଡ଼ ବିଭ୍ରାଟ ହୋଇଥିବା ସୂଚିତ କରୁଛି । ଏନେଇ ଆମ ପାଖରେ ହାର୍ଡକପିର ପ୍ରମାଣ ମଧ୍ୟ ରହିଛି । ତେଣୁୁ ବିଭ୍ରାଟ ହୋଇଥିବାରୁ ନିଯୁକ୍ତିକୁ ସ୍ଥଗିତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *