ନୟାଗଡ଼ରେ ବିଶ୍ୱକପ୍ ଟ୍ରଫିକୁ ବିପୁଳ ସମ୍ବର୍ଦ୍ଧନା

ନୟାଗଡ, ୨୬ା୧୨ (ଆପ୍ର)ÿ: ଜାନୁଆରୀ ୧୩ ତାରିଖରେ ପୁରୁଷ ହକି ବିଶ୍ୱକପ୍ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବ । ଏଥିପାଇଁ ହକି ବିଶ୍ୱକପ୍ ଟ୍ରଫିର ରାଜ୍ୟ ପରିକ୍ରମା ଆରମ୍ଭ ହୋଇଛି । ରବିବାର ହକି ବିଶ୍ୱକପ୍ ଟ୍ରଫି ଭୁବନେଶ୍ୱରରେ ପହଞ୍ଚିବା ପରେ ସୋମବାର ପ୍ରଥମ ନୟାଗଡ଼ ଜିଲ୍ଲାରେ ପ୍ରବେଶ କରିଛି । ପ୍ରଥମେ ନୟାଗଡ଼ ଜିଲ୍ଲାରେ ପ୍ରବେଶ କରିଥିବାରୁ ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଛି ।
ପୁରୁଷ ବିଶ୍ୱକପ୍ ହକିକୁ ସ୍ୱାଗତ କରିବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ପ୍ରଥମେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟଠାରୁ ୩୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ପତାକା ଉତ୍ତୋଳନ କରି ଏହାକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ କଲେଜ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଓ ସହାୟକ ଜିଲ୍ଲାପାଳ ଶୁଭସ୍ନିଗ୍ଧା ସେଠୀ ଉପସ୍ଥିତ ଥିଲେ । ଟ୍ରଫିକୁ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଦକ୍ଷିଣକାଳୀଙ୍କ ମନ୍ଦିର ନିକଟରେ ଜିଲ୍ଲାପାଳ ଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ତହସିଲଦାର ଭିକାରୀ ସାହୁ, ପୌରାଧ୍ୟକ୍ଷା ନିରୁପମା ଖଟେଇ, କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ହକି ବିଶ୍ୱକପ ଟ୍ରଫିକୁ ସ୍ୱତନ୍ତ୍ର ଗାଡ଼ିରେ ଜଗନ୍ନାଥ ମନ୍ଦିର ନିକଟକୁ ନିଆଯାଇଥିଲା । ସେଠାରେ ଆୟୋଜିତ ସାଧାରଣ ସଭାରେ ରାଜ୍ୟ ସରକାରଙ୍କ ପ୍ରତିନିଧି ବାଦଲ ମହାନ୍ତିି ଓ ଯୋଗେନ୍ଦ୍ର ମାଝି ଉପସ୍ଥିତଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶ୍ରୀ ସାହୁ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାଷ ଚନ୍ଦ୍ର ରାୟ, ଏସ୍ପି ଅଲେଖ ପହି ପ୍ରମୁଖ ଉପସ୍ଥିତଥିଲେ । ଜିଲ୍ଲାପାଳ ଶ୍ରୀ ସାହୁ ଅଭିଭାଷଣ ଦେଇ ନୟାଗଡ଼ ଜିଲ୍ଲାରେ ପ୍ରଥମେ ଟ୍ରଫି ପ୍ରବେଶ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧୁବାଦ ଜଣାଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *