ସୁନାମୁଖୀ ବ୍ୟାରେଜ୍ର ଭିତ୍ତିପ୍ରସ୍ତର ସ୍ଥାପନ

ବ୍ୟୟ ହେବ ୪,୯ଠ,୬୨.୪୯ଠ କୋଟି
ଉପକୃତ ହେବେ ୪ ପଞ୍ଚାୟତର ଶତାଧିକ ଚାଷୀ
ପୁରୀ (ବୁ୍ୟରୋ): ବ୍ରହ୍ମଗିରି ବ୍ଲକ୍ ଆମ୍ବପଡ଼ା ପଞ୍ଚାୟତ ନରସିଂହପାଟଣାଠାରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମାଙ୍କ କରକମଳରେ ବହୁ ପ୍ରତୀକ୍ଷିତ ସୁନାମୁଖୀ ନଦୀ ଉପରେ ୪,୯୦,୬୨.୪୯୦ କୋଟି ଟଙ୍କା ବ୍ୟୟରେ କଣ୍ଟ୍ରୋଲ ଷ୍ଟ୍ରକ୍ଚର (ବ୍ୟାରେଜ)ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ରୂପେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣି ସ୍ୱାଇଁ ଓ ସମ୍ମାନିତଅତିଥି ଭାବେ ବ୍ରହ୍ମଗିରି ବ୍ଲକ୍ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, ସାଂସଦଙ୍କ ପ୍ରତିନିଧି ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ୱର ସାହୁ, ଆମ୍ବପଡା ସରପଞ୍ଚ ସୁଜାତା ନାୟକ, ସମିତି ସଭ୍ୟ ସଞ୍ଜୟ ପ୍ରଧାନ, ଡାଇରେକ୍ଟର କୋପରେଟିଭ ସୋସାଇଟି ଶ୍ରୀନିବାସ ଜେନା, ପୂର୍ବତନ ସମିତି ସଭ୍ୟ ଯୋଗେନ୍ଦ୍ର ନାୟକ, ପୂର୍ବତନ ସରପଞ୍ଚ ଦିବାକର ଦଳାଇ, କେଦାର ପ୍ରଧାନ, ତିନିଗ୍ରାମ ସଭାପତି ଭିକାରୀ ବିଶ୍ୱାଳ, ଜଗନ୍ନାଥ ପାଟଣା ସଭାପତି ବ୍ରଜକିଶୋର ଜେନା ଓ ନରସିଂହ ପାଟଣା ସଭାପତି ଅମର ଦାସଙ୍କ ସମେତ ପଞ୍ଚାୟତର ବହୁ ବିରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ ।
କୃଷି ପ୍ରଧାନ ରାଜ୍ୟ ଓଡ଼ିଶାର ପ୍ରତ୍ୟେକ ଚାଷୀ ଅନ୍ୟର ପେଟକୁ ଖାଦ୍ୟ ଯୋଗାଇଦେବା ପାଇଁ ଦିନ ରାତି ଏକ କରି ଚାଷ କରୁଛି । ସେହି ଅନ୍ନଦାତାର କୃଷିକୁ ସୁଦୃଢ଼ ଏବଂ ଉନ୍ନତମାନର କରିବା ପାଇଁ ନିରନ୍ତର ଚେଷ୍ଟା ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷ ଜମିକୁ ବ୍ୟାପକ ଜଳସେଚନ ଓ ଜଳ ନିଷ୍କାସନ ବ୍ୟବସ୍ଥା ହେଉ କି ଚାଷ କାର୍ଯ୍ୟ ପାଇଁ ସହାୟତା ଯୋଗାଇଦେବା ସବୁଥିରେ ପ୍ରାଥମିକତା ଦେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ବ୍ରହ୍ମଗିରି ବ୍ଲକ୍ର ଦକ୍ଷିଣ କାଣିଆର ୬.୭ କିମି ଠାରୁ ୧୫.୭୦ କିମି ପର୍ଯ୍ୟନ୍ତ ପୁନରୁଦ୍ଧାର, ବକ୍ସି କାଣିଆର ୮.୬ କିମି ଠାରୁ ୧୦.୧ କିମି ପର୍ଯ୍ୟନ୍ତ ପୁନରୁଦ୍ଧାର, ବେଣା କାଣିଆ ଠାରୁ ୪.୫କିମି ପର୍ଯ୍ୟନ୍ତ ପୁନରୁଦ୍ଧାର, ଚଉଦଶହ ମଉଜାର ୫.୬କିମି ଠାରୁ ୭.୬କିମି ପର୍ଯ୍ୟନ୍ତ ପୁନରୁଦ୍ଧାର ପାଇଁ ୧,୬୨,୧୯,୫୭୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଦକ୍ଷିଣ କାଣିଆର ୧୫.୭କିମି ଠାରୁ ୨୦.୦୦କିମି ପର୍ଯ୍ୟନ୍ତ ପୁନରୁଦ୍ଧାର ଏବଂ ବାସନପୁର କେନାଲର ଠାରୁ ୪ କିମି ପର୍ଯ୍ୟନ୍ତ ପୁନରୁଦ୍ଧାର ପାଇଁ ୪,୨୩,୮୯,୧୯୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି କାର୍ଯ୍ୟ ଖୁବ୍ଶିଘ୍ର ଆରମ୍ଭ କରାଯିବ ବୋଲି ଶ୍ରୀ ଦାସବର୍ମା କହିଛନ୍ତି । ସୁନାମୁଖୀ ନଦୀ ଉପରେ କଣ୍ଟ୍ରୋଲ ଷ୍ଟ୍ରକ୍ଚର (ବ୍ୟାରେଜ)ର ହେବା ଫଳରେ ବ୍ରହ୍ମଗିରି ବିକାଶରେ ଆଜି ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି ବୋଲି ମଧ୍ୟ ସେ କହିଛନ୍ତି ।
ତେବେ ଏହି ବ୍ୟାରେଜ କାର୍ଯ୍ୟକ୍ଷମ ହେଲେ ଆମ୍ବପଡା ପଞ୍ଚାୟତର ନରସିଂହ ପାଟଣା, ବଳଭଦ୍ର ପାଟଣା, ଜଗନ୍ନାଥ ପାଟଣା, ବରୁଡି, ବରଝଙ୍ଗା, ରେଣ୍ଢା ବରପଦା, ପଲଙ୍କ ପଞ୍ଚାୟତର ପଲଙ୍କ, ଚଣ୍ଡିପୁଟ, ମୋଟ, ରେବଣା ନୂଆଗାଁ ପଞ୍ଚାୟତର ଆଳିଆପୁଟ, ରେବଣା ନୂଆଗାଁ, ଜଗନ୍ନାଥପୁର, କଡାଜିତ ଏବଂ ଗୋରୁଆଳ ପଞ୍ଚାୟତର ଚାଷୀ ବିଶେଷ ଉପକୃତ ହେବେ । ସେହିପରି ବ୍ରହ୍ମଗିରି ଜଳସେଚନ ଓ ଜଳ ନିଷ୍କାସନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବକ୍ସି କାଣିଆ, ଦକ୍ଷିଣ କାଣିଆ, ବେଣା କାଣିଆ, ଏକ ନାଳିଆ, ଚଉଦଶହ ମୌଜା, ସୁନାମୁଖି ଏବଂ ମହଲାପାଟରୁ ଦଳ ଭର୍ତ୍ତି ହୋଇଥିବାରୁ ସେଇଥିରୁ ସବୁ ଦଳ ସଫା ଏବଂ ପୁନରୁଦ୍ଧାର କାର୍ଯ୍ୟ ଜଳସମ୍ପଦ ବିଭାଗ ଦ୍ୱାରା ଖୁବ୍ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଶ୍ରୀ ଦାସବର୍ମା ତାଙ୍କ ବକ୍ତବ୍ୟରେ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *