ଆଲୋକମାଳାରେ ଝଲସିଲା ଚର୍ଚ୍ଚ
କଟକ (ବୁ୍ୟରୋ) : ପବିତ୍ର ବଡ଼ଦିନ ଉପଲକ୍ଷେ ଭାଇଚାରା ସହର କଟକ ରବିବାର ଉତ୍ସବମୁଖର ହୋଇପଡ଼ିଛି । ବଡ଼ଦିନ ପାଇଁ କଟକର ଗୀର୍ଜା ଘର ଗୁଡ଼ିକ ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି । ଏଲଇଡ଼ି ଖ୍ରୀସ୍ମାସ ଟ୍ରି, ମୁ୍ୟଜିକାଲ ସେନ୍ସରର ଠାରୁ ଆରମ୍ଭ କରି କ୍ୟାଣ୍ଡେଲ ଲାଇଟ୍, ସାନ୍ତାକ୍ଲଜ୍ କଣ୍ଢେଇ ରେ ସଜେଇ ହୋଇଛି ଚର୍ଚ୍ଚ ଓ ଘର । ଏହାସହ ଯୀଶୁ ଜନ୍ମ ନେଇଥିବା ପବିତ୍ର ଗୁହାଳ ଠାରୁ ଆରମ୍ଭ କରି ଚର୍ଚ୍ଚ ମୁଖଶାଳା ପର୍ଯ୍ୟନ୍ତ ସବୁ ସ୍ଥାନିତ ପାଇଛି । ଯାହାକୁ ଦେଖିôବା ପାଇଁ ବିଭିନ୍ନ ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । କଟକର ସୂତାହାଟ, ପେଟିନ୍ ସାହି, ବକ୍ସିବଜାର, ପେନ୍ସନଲେନ, ଗୋରାକବର, ମକରବାଗ ସାହି ସମେତ ଅନ୍ୟାନ୍ୟ ଚର୍ଚ୍ଚ ଗୁଡ଼ିକରେ ସକାଳୁ ସକାଳୁ ସମସ୍ତେ ଏକାଠି ହୋଇ ଏହି ପବିତ୍ର ଦିନକୁ ଧୁମ୍ଧାମରେ ପାଳନ କରିବା ସହ ସମୂହ ପ୍ରାର୍ଥନା କରିଛନ୍ତି ।
୨୪ ତାରିଖ ମଧ୍ୟରାତ୍ରିରୁ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଭଗବାନ ଯୀଶୁଙ୍କ ଆଗମନ ଅବସରରେ କ୍ୟାରୋଲ ଗାନ ବା ସମୂହ ପ୍ରାର୍ଥନା କରିଥିଲେ । କଟକରେ ଥିବା ମିଶନ୍ରୋଡ଼ ସ୍ଥିତ ଓଡ଼ିଆ ବାପ୍ଟିଷ୍ଟ ଚର୍ଚ୍ଚ ଏବଂ ବାରବାଟୀ ଷ୍ଟାଡ଼ିୟମ ନିକଟସ୍ଥ ରୋମାନ୍ କ୍ୟାଥଲିକ ଚର୍ଚ୍ଚରେ ୨୦୦୦ ହଜାରରୁ ଅଧିକ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟ ମିଳିତଭାବେ କ୍ୟାଣ୍ଡେଲ ଜାଳି ଯୀଶୁଙ୍କ ଧରାବତରଣକୁ ସ୍ୱାଗତ କରିଥିଲେ । ବଡ଼ଦିନ ଅବସରରେ ଖ୍ରୀଷ୍ଟିଆନ୍ମାନେ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହିତ ନୂତନ ବସ୍ତ୍ର ପରିଧାନ ପୂର୍ବକ ଘରେ ଘରେ ପିଠାପଣାର ଆସର ଜମାଇଥିବାର ଦେଖିବାକୁ ମିଳିଥିଲା । ଭାଇଚାରା ସହର କଟକରେ ଖ୍ରୀସ୍ମାସର ମାହୋଲକୁ ବେଶ୍ ଉପଭୋଗ କରିଥିଲେ । ତେବେ କେବଳ ଖ୍ରୀଷ୍ଟି୍ର୍ରୟାନ ଧର୍ମାବଲମ୍ବୀ ନୁହନ୍ତି, ଭାଇଚାରାର ସହର କଟକରେ ଅନ୍ୟାନ୍ୟ ସମ୍ପ୍ରଦାୟ ଲୋକ ମଧ୍ୟ ଖ୍ରୀଷ୍ଟମାସ ଡ଼େ ପାଳନ କରୁଛନ୍ତି ।
ସୂଚନାନୁଯାୟୀ ପ୍ରତିବର୍ଷ ଖ୍ରୀଷ୍ଟମାସ ଡ଼େ ତଥା ବଡ଼ଦିନ କଟକରେ ଧୁମ୍ଧାମରେ ପାଳିତ ହୋଇଥାଏ । ଏନେଇ ସହରରେ ଥିବା ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖିôବାକୁ ମିଳିଥାଏ । ଖାସ୍ କରି ବଡ଼ଦିନର ଦିନକ ପୂର୍ବରୁ ଘରକୁ ଘର ବୁଲି ପ୍ରଭୁ ଯୀଶୁଙ୍କ ଆଗମନର ବାର୍ତ୍ତା ଦିଆଯାଇଥାଏ । ଖ୍ରୀଷ୍ଟଧର୍ମାବଲମ୍ବୀମାନେ ବିଭିନ୍ନ ପ୍ରକାର ଆୟୋଜନ ସହ କେକ୍ କାଟି ଉତ୍ସବ ପାଳିଥିଲେ ।