ଚୀନ୍ରେ ଦୈନିକ ସଂକ୍ରମଣ ୫ଠ ଲକ୍ଷ
ତଥ୍ୟ ଲୁଚାଉଛନ୍ତି ସରକାର, ଗଣମାଧ୍ୟମ ଉପରେ କଟକଣା
ବେଜିଂ (ଏଜେନ୍ସି): ଚୀନର ଏକ ସହରରେ ଦୈନିକ ପ୍ରାୟ ୫୦ ଲକ୍ଷ୍ୟ ଲୋକ କୋଭିଡ୍-୧୯ଦ୍ୱାରା ଆକ୍ରାନ୍ତ ହେଉଥିବା ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କାହିଛନ୍ତି । ହେଲେ ଏହାକୁ ଲୁଚାଉଛନ୍ତି ସରକାର । ବିପୁଳ ସଂଖ୍ୟକ ସଂକ୍ରମଣ ବିଷୟ ସରକାରୀ ପରିସଂଖ୍ୟାନରେ ଉଲ୍ଲେଖ କରାଯାଉ ନାହିଁ । ବିରୋଧ ପରେ ଚୀନ୍ ସରକାର ଡିସେମ୍ବରରେ କରୋନା କଟକଣା ହଟାଇନେବା ପରେ ସଂକ୍ରମଣ ବେକାବୁ ହେବାରେ ଲାଗିଛି ।
ଔଷଧ ଦୋକାନରୁ ଔଷଧ ଖାଲି ହେବା, ହସ୍ପିଟାଲ୍ ୱାର୍ଡ ସଂକ୍ରମିତଙ୍କଦ୍ୱାରା ପୂର୍ଣ୍ଣ ହେବା, ଶ୍ମଶାନ ଓ ଶବାଗାରରେ ଶବ ପଡ଼ି ରହୁଥିବାରୁ ସମଗ୍ର ଦେଶରେ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ସଂକ୍ରମଣ ଦମନ କରିବାରେ ସରକାର ବ୍ୟର୍ଥ ହୋଇଥବବା ସୂଚନା ମିଳିଛି । ଏହାସତ୍ତ୍ୱେ ବାସ୍ତବ ଘଟଣା ପଦାକୁ ଆଣୁ ନାହାନ୍ତି ସରକାର । ପୂର୍ବାଞ୍ଚଳ ନଗରୀ କ୍ୱିଙ୍ଗ୍ଦାଓରେ ଦେନିକ ୪ଲକ୍ଷ ୯୦ହଜାରୁ ୫ଲକ୍ଷ ୩୦ ହଜାର ସଂକ୍ରମଣ ଘଟୁଥିବା କମୁ୍ୟନିଷ୍ଟ ପାର୍ଟି ଦ୍ୱାରା ପରିଚାଳିତ ଏକ ଗଣମାଧ୍ୟମ ପ୍ରତିଷ୍ଠାନ ଶୁକ୍ରବାର ରିପୋର୍ଟ କରିଛି । ଶନିବାର ସକାଳେ ମଧ୍ୟ ଉକ୍ତ ରିପୋର୍ଟକୁ ଆଉ କେତେକ ଗଣମାଧ୍ୟମ ପ୍ରକାଶ କରିଥିଲେ । କିନ୍ତୁ ସେ ସବୁରେ ଉଲ୍ଲେଖ ଥିବା ସଂକ୍ରମଣ ସଂଖ୍ୟା କାଟଛାଣ୍ଟ ହେବା ପରି ଜଣାପଡୁଛି ।
ଏଥିସହିତ ଚୀନର ଜାତୀୟ ସ୍ୱାସ୍ଥ୍ୟ କମିସନ୍ କହିଛନ୍ତି ଯେ, ଶୁକ୍ରବାର ଦେଶରେ ୪,୧୦୩ ସଂକ୍ରମଣ ରିପୋର୍ଟ କରାଯାଇଥିଲେ ବି କାହାରି ମୃତ୍ୟୁ ଘଟି ନ ଥିଲା । କ୍ୱିଙ୍ଗ୍ଦାଓ ସହର ସାନ୍ଡଙ୍ଗ ପ୍ରଦେଶରେ ଅବସ୍ଥିତ । ଏଠାରେ ମଧ୍ୟ ମାତ୍ର ୩୧ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଚୀନର କମୁ୍ୟନିଷ୍ଟ ସରକାର ଗରମାଧ୍ୟମଗୁଡ଼ିକ ଉପରେ କଟକଣା ଜାରି କରିଛନ୍ତି । ବିଶେକରି କୋଭିଡ୍ ଖବର ପ୍ରସାରଣ ସରକାରୀ ଅନୁମୋଦନ ବିନା ପ୍ରସାରିତ ହୋଇ ପାରିବ ନାହିଁ ବୋଲି ଅଲ୍ଲିଖିତ ନିଦେ୍ର୍ଦଶ ଜାରି କରାଯାଇଛି । ତେଣୁ ସଠିକ ଖବର ପଦାକୁ ଆସିପାରୁ ନାହିଁ ।