“ବମ୍ ସାଇକ୍ଲୋନ୍’ କବଳରେ ଆମେରିକା

ୱାସିଂଟନ (ଏଜେନ୍ସି): ଆମେରିକାରେ “ବମ୍ ସାଇକ୍ଲୋନ୍’ ବା ଶୀତକାଳୀନ ତୋଫାନ୍ ବ୍ୟାପକ ସମସ୍ୟା ସୃଷ୍ଟି କରିଛି । ଏହାଫଳରେ ବିଜୁଳି ସରବରାହରେ ବ୍ୟାହତ ହେବା ସହିତ ଶୁକ୍ରବାର ଦିନ ୧୫ ଳକ୍ଷରୁ ଅଧିକ ଆମେରିକୀୟ ଅନ୍ଧକାରରେ ଥିଲେ । ଏହା ପ୍ରଭାବରେ ତୁଷାର ଓ ବରଫ ପଡ଼ି ରାଜପଥ ବନ୍ଦ ହୋଇଯିବା ଏବଂ ବିମାନ ଅବତରଣ କରିବାରେ ବଡ଼ ସମସ୍ୟା ଦେଖା ଦେଇଛି । ପର୍ଯ୍ୟଟକମାନେ ସର୍ବାଧିକ ଅସୁବିଧାରେ ପଡ଼ିଛନ୍ତି ।
ପ୍ରବଳ ତୁଷାରପାତ, ଜୋର୍ରେ ପ୍ରବାହିତ ହେଉଥିବା ହେମାଳ ପବନ ଫୁଟନ୍ତା ପାଣିକୁ ବି କ୍ଷଣିକରେ ବରଫରେ ପରିଣତ କରି ଦେଉଛି । ଥଣ୍ଡା ପବନ ଯୋଗୁଁ ତାପମାତ୍ରା ବିଯୁକ୍ତ ୪୮ ଡିଗ୍ରି ସେଲିସିୟସ୍କୁ ଖସି ଆସିଥିବା ନାସନାଲ ୱେଦର୍ ସର୍ଭିସ୍ ପକ୍ଷରୁ କୁହାଯାଇଛି । ପ୍ରାୟ ୨୪୦ ନିୟୁତ ଆମେରିକୀୟ ଅର୍ଥାତ୍ ମୋଟ ଜନସଂଖ୍ୟାର ୭୦% ଙ୍କୁ ୱେଦର୍ ସର୍ଭିସ୍ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ଉତ୍ତର ଏବଂ ଦକ୍ଷିଣ ଡାକୋଟା, ଓକ୍ଲାହୋମା, ଆଇଓୱା, ଟେକ୍୍ସାସ୍ ଏବଂ ଅନ୍ୟାନ୍ୟ ସ୍ଥାନରେ ଭୀଷଣ ପବନ ସହିତ ତୁଷାରପାତ, ତୁଷାର-ଆବୃତ ରାସ୍ତାଘାଟ ଏବଂ କୋହଲା ପାଗ ଯୋଗୁଁ ଲୋକେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ପରିବହନ ବିଭାଗ କହିଛି । ନୁ୍ୟୟର୍କ ଗଭଣ୍ଣର୍ର୍ କ୍ୟାଥି ହୋଚୁଲ୍ କହିଛନ୍ତି, ଏହା ହେଉଛି ଜାତୀୟ ବିପତ୍ତି ।
ପ୍ରବଳ ତୁଷାର ଝଡ଼ କାରଣରୁ ଶୁକ୍ରବାର ପ୍ରାୟ ୫ ହଜାର ବିମାନ ଚଳାଚଳ ବାତିଲ ହେବା ସହିତ ୭୬ଶହ ବିମାନର ସମୟ ପରିବର୍ତ୍ତନ କରାଯାଇଥିଲା । ନୁ୍ୟୟର୍କ, ସିକାଗୋ, ସିଟଲ ଇତ୍ୟାଦି ଆନ୍ତର୍ଜାତିକ ବିମାନବନ୍ଦରରେ ଶହଶହ ବିମାନ ଅଟକି ରହିଛି । ଅନେକ ଯାତ୍ରୀ ବିମାନବନ୍ଦରଗୁଡ଼ିକରେ ଅଟକି ରହିଛନ୍ତି । ହୋଟେଲଗୁଡ଼ିକରେ ଭିଡ଼ ପରିଲକ୍ଷିତ ହୋଇଛି । ସୂଚନାଯୋଗ୍ୟ ଶୁକ୍ରବାର ତୁଷାରଝଡ଼କୁ ବମ୍ ସାଇକ୍ଲୋନ୍ ଷ୍ଟାଟସ୍ ଦିଆଯାଇ ମାର୍କିନବାସୀଙ୍କୁ ସତର୍କ କରାଇ ଦେଇଛି ଜାତୀୟ ପାଣିପାଗ ସଂସ୍ଥା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *