ମାଗଣା ରାସନ ଆଉ ବର୍ଷେ
ୱାନ୍ ର୍ୟାଙ୍କ୍, ୱାନ୍ ପେନ୍ସନ୍ର ରିଭିଜନ୍
ନୂଆଦିଲ୍ଲୀ, ୨୩ା୧୨: ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍ରେ ଦୁଇଟି ବଡ ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍ଜିକେଏୱାଇ) ଅନୁଯାୟୀ ମାଗଣା ରାସନ ଦିଆଯିବା ଅବଧିକୁ ଆଉ ବର୍ଷେ ବଢାଇ ଦିଆଯାଇଛି । ସେପ୍ଟେମ୍ବରରେ ଏହି ଯୋଜନା ସରିବା ପରେ ତାହାକୁ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ବଢାଇ ଦିଆଯାଇଥିଲା । କ୍ୟାବିନେଟ୍ ନିଷ୍ପତ୍ତି ଫଳରେ ପ୍ରାୟ ୮୧ କୋଟି ଲୋକ ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ମାଗଣା ରାସନ ପାଇବେ । ଏବାବଦରେ କେନ୍ଦ୍ର ସରକାରଙ୍କୁ ୨ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବ୍ୟୟଭାର ବହନ କରିବାକୁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି । କରୋନା କାଳରେ ଏହି ଯୋଜନା ଆରମ୍ଭ କରାଯାଇଥିଲା । କେନ୍ଦ୍ର ସରକାର ଗତବର୍ଷ ଯୋଜନା ବନ୍ଦ କରିବାକୁ ଯାଉଥିଲେ । କିନ୍ତୁ ରାଜ୍ୟମାନଙ୍କ ଦାବି ଫଳରେ ଏହାର ଅବଧିକୁ ବାରମ୍ବାର ବୃଦ୍ଧି କରାଯାଇଛି ।
କ୍ୟାବିନେଟ୍ ବୈଠକରେ ୱାନ୍ ର୍ୟାଙ୍କ୍ ୱାନ୍ ପେନ୍ସନ୍ର ରିଭିଜନ୍ କରାଯାଇଛି । ପୂର୍ବରୁ ୨୦୬୦୦ ପେନ୍ସନ୍ଭୋଗୀ ଉପକୃତ ହେଉଥିଲେ । ରିଭିଜନ୍ ପରେ ସେମାନଙ୍କ ସଂଖ୍ୟା ୨୫ ଲକ୍ଷ ହୋଇଛି । ଏହାଦ୍ୱାରା କେନ୍ଦ୍ର ସରକାରଙ୍କୁ ଅଧିକ ୮୫୦୦ କୋଟି ଟଙ୍କାର ବୋଝ ବୋହିବାକୁ ହେବ ।