ନୂଆ ରୂପରେ ଝଲସିବ ମା’ମଙ୍ଗଳା ପୀଠ

ପୁରୀ/କୋଣାର୍କ/କାକଟପୁର (ବୁ୍ୟରୋ): ଶନିବାର ଭୋର ସମୟରେ ପୁରୀ ଗସ୍ତରେ ଆସିଥିଲେ ୫-ଟି ସଚିବ ଭି କେ ପାଣ୍ଡିଆନ୍ । ଶ୍ରୀ ପାଣ୍ଡିଆନ୍ ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶିଷ ନେଇଥିଲେ । ପରେ ପରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଜାରି ରହିଥିବା ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ । ଏପରିକି କାର୍ଯ୍ୟ କିଭଳି ଶୀଘ୍ର ଶେଷ ହେବ ସେ ନେଇ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଅନ୍ୟପକ୍ଷରେ ଆଗକୁ ନୂଆବର୍ଷ ଆସୁଥିବାରୁ ପର୍ଯ୍ୟଟକମାନେ ଐତିହ୍ୟ ପ୍ରକଳ୍ପ କାର୍ଯ୍ୟକୁ ଦେଖିପାରିବେ ତାହା ଉପରେ ଗୁରୁତ୍ୱ ଦେଇଥିଲେ । ପରେ ପରେ ୫-ଟି ସଚିବ ବାଲିଗୁଆଳିସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ । ଏଠାରେ ୬୫୦ ବେଡ୍ ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ଅଧା ହୋଇଥିବା ବେଳେ ବାକି କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ପରାମର୍ଶ ଦେଇଥିଲେ । ଏହାଛଡ଼ା ମେଡିକାଲ କଲେଜର ଫାର୍ମାସିଷ୍ଟଙ୍କ କ୍ୱାର୍ଟର୍ସ, ନର୍ସିଂ କ୍ୱାର୍ଟର୍ସ କାର୍ଯ୍ୟ ମଧ୍ୟ ବୁଲି ଦେଖିଥିଲେ । ଏପରିକି ନିର୍ମାଣ କାର୍ଯ୍ୟକୁ ଦେଖି ଖୁସିବ୍ୟକ୍ତ କରିଥିଲେ ୫-ଟି ସଚିବ । ପରେ ପରେ ଚନ୍ଦ୍ରଭାଗା ବେଳାଭୂମିର ସ୍ଥିତି ବୁଲି ଦେଖିବା ସହ କାକଟପୁରର ମା’ ମଙ୍ଗଳାଙ୍କ ମନ୍ଦିର ଅଭିମୁଖେ ଯାଇଥିଲେ ।
ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ଏବେ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକୁ ବିକଶିତ କରିବା ପ୍ରୟାସ ଆରମ୍ଭ କରିଛନ୍ତି । ଅନୁରୂପ ଭାବେ ସୂର୍ଯ୍ୟମନ୍ଦିର ଐତିହ୍ୟସ୍ଥଳୀର ଚତୁଃପାଶ୍ୱର୍ ୨୦୦ କୋଟି ଟଙ୍କା ବ୍ୟୟରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲୁ ରହିଥିଲା ବେଳେ ଏବେ ଚନ୍ଦ୍ରଭାଗା ବେଳାଭୂମିର ବିକାଶ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶରେ ୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ସମ୍ମୁଖ ସମୁଦ୍ର କୂଳେ କୂଳେ ୭୦୦ ମିଟର ଇକୋ ରି-ଟ୍ରିଟ୍ ପର୍ଯ୍ୟନ୍ତ ବେଳାଭୂମି ଓ ଅପରପଟ ମାଘମେଳା ପଡ଼ିଆ ଠାରୁ ପର୍ଯ୍ୟଟନ ବିଭାଗର କାଫେ କଫି ରେସ୍ତୋରାଁ ପର୍ଯ୍ୟନ୍ତ ପ୍ରାୟ ୩୦୦ ମିଟରକୁ ଅନ୍ତର୍ଜାତୀୟସ୍ତରୀୟ ରୂପରେଖ ଦିଆଯାଇ ଗୋଆ ସମୁଦ୍ର ପରି କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଏନେଇ ଚନ୍ଦ୍ରଭାଗା ବେଳାଭୂମି ରୂପରେଖ ସମ୍ପୂର୍ଣ୍ଣ ବଦଳିଯିବ ଓ ଗୋଆ ବିଚ୍ର ଅନୁରୂପ ଭଳି ଚନ୍ଦ୍ରଭାଗା ବିଚ୍ ସୌନ୍ଦର୍ଯ୍ୟକରଣ କରାଯିବ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିଲାଗି ୪୬ କୋଟି ଟଙ୍କା ବ୍ୟୟ ହେବ ବୋଲି ଅନୁମାନ କରାଯାଇଥିବା ବେଳେ ଆସନ୍ତା ୧୫ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।
ପୁରୀ ଜିଲ୍ଲା କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ଚତୁଃପାର୍ଶ ସହ ପ୍ରାଚୀ ନଦୀର ହେବ ବିକାଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଦେବାଳୟ ଓ ଐତିହ୍ୟ ପ୍ରାଚୀନ ପୀଠର ଉନ୍ନତୀକରଣ ପ୍ରକ୍ରିୟା ଜାରି ରଖିଛନ୍ତି । ସେହି ଯୋଜନା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶକ୍ରମେ ୫ଟି ସଚିବ ଭି. କେ. ପାଣ୍ଡିଆନ୍ ଶନିବାର ସକାଳେ ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ମନ୍ଦିର ଗସ୍ତରେ ଆସି କିଭଳି ପୀଠର ବିକାଶ ହେବ ସେ ନେଇ ସମୀକ୍ଷା କରିଛନ୍ତି । ଶ୍ରୀ ପାଣ୍ଡିଆନ୍ କାକଟପୁର ପହଞ୍ଚôବା ପରେ ପ୍ରଥମେ ପ୍ରଶାସନିକ ଅଧିକାରୀମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପରେ ପରେ ସେବାୟତମାନେ ମା’ଙ୍କ ପାଟୁଆ ଓ ଆଜ୍ଞାମାଳ ଦେଇ ମା’ଙ୍କ ଦର୍ଶନ ନିମନ୍ତେ ପାଛୋଟି ନେଇଥିଲେ । ମା’ଙ୍କ ଦର୍ଶନ କରିବା ସହିତ ଆଶୀର୍ବାଦ ଭିକ୍ଷା କରିଥିଲେ ୫-ଟି ସଚିବ । ଏହା ସହିତ ମନ୍ଦିର ପ୍ରାଙ୍ଗଣରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ମାଷ୍ଟର ପ୍ଲାନ୍କୁ ନେଇ ଜିଲ୍ଲାପାଳ, ଗୃହ ରାଷ୍ଟ୍ରମନ୍ତ୍ରୀ, ଓ ସେବାୟତଙ୍କ ସହିତ ଆଲୋଚନା କରିଥିଲେ । ମନ୍ଦିର ଓ ଏହାର ପାରିପାଶ୍ୱର୍ିକ ବିକାଶ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟ ମନ୍ଦିର ସହିତ ଭକ୍ତଙ୍କ ସୁବିଧା ପାଇଁ ପାର୍କିଂ ବ୍ୟବସ୍ଥା, ପ୍ରାଚୀ ନଦୀ ଘାଟର ଉନ୍ନତୀକରଣ, ତତ୍ସହିତ ପ୍ରାଚୀନ ଶୈବ ପୀଠ ସୋମେଶ୍ୱର ମନ୍ଦିର ଓ ପୁଷ୍କରିଣୀ ଓ ଚତୁର୍ପାଶ୍ୱର୍ ସୌନ୍ଦର୍ଯ୍ୟକରଣ, ଜିଲ୍ଲା ପ୍ରଶାସନକୁ ଦାୟିତ୍ୱ ଦେଇଥିଲେ । ଜିଲ୍ଲା ପ୍ରଶାସନ ସେବାୟତଙ୍କ ସହିତ ସମନ୍ୱୟ ରକ୍ଷା କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ମା’ ମଙ୍ଗଳାଙ୍କ ପୀଠର ବିକାଶ କରାଯିବ । ସ୍ଥାନୀୟ ଲୋକଙ୍କ ରହିବା ଏବଂ ସମର୍ଥନରେ ଉନ୍ନତୀକରଣ କାର୍ଯ୍ୟକ୍ରମ କରାଯିବ ।
ଅନ୍ୟପକ୍ଷରେ ଯେଉଁ ରାସ୍ତା ରହିଛି, ତା’ର ପ୍ରଶସ୍ତୀକରଣ ହେବ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ କରିବା ସହ ସ୍ୱତନ୍ତ୍ର ଭାବେ ଭିନ୍ନ ଅନୁଭୂତି ନେଇ ଫେରିବେ । ୫-ଟି ସଚିବଙ୍କ ଗସ୍ତ ସମୟରେ ମଙ୍ଗଳା ମନ୍ଦିରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପୁଲିସ ଉପଖଣ୍ଡ ଅଧିକାରୀ ଦେବାଶିଷ ମିଶ୍ର, ଜିଲ୍ଲା ପରିଷଦ ଉଧ୍ଧ୍କ୍ଷ ସ୍ୱାଧୀନ କୁମାର ନାୟକ, କାକଟପୁର ତହସିଲଦାର ବିରଞ୍ଚି ନାରାୟଣ ବେହେରା, କାକଟପୁର ବିଡିଓ ତୁଷାର ଜ୍ୟୋତିରଞ୍ଜନ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସେବାୟତମାନେ ଉପସ୍ଥିତ ଥିଲେ । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କାକଟପୁର ଥାନା ଅଧିକାରୀ ପ୍ରିୟ ରଞ୍ଜନ ନାୟକଙ୍କ ନେତୃତ୍ୱରେ କାକଟପୁର ପୁଲିସ ତରଫରୁ ମନ୍ଦିର ଚତୁଃପାଶ୍ୱର୍ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *