ଅଙ୍ଗନବାଡ଼ି କର୍ମୀଙ୍କ ଆନେ୍ଦାଳନ ରୋକିବାକୁ ସରକାରଙ୍କ ପ୍ରୟାସ

ହିଞ୍ଜିଳିକାଟୁ (ଆପ୍ର): ଦୀର୍ଘ ଦିନରୁ ସୀମିତ ପାରିଶ୍ରମିକରେ ଶିଶୁ ବିକାଶ ଯୋଜନାରେ କାର୍ଯ୍ୟ କରୁଥିବା ଅଙ୍ଗନବାଡ଼ି କର୍ମୀ ନିଜର ହକ୍ ପାଇଁ ଆନେ୍ଦାଳନ କରୁଥିବା ବେଳେ ସରକାର ସେମାନଙ୍କ ଆନେ୍ଦାଳନ ରୋକିବାକୁ ପୟାସ କରୁଛନ୍ତି । ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡ଼ିଜ ୱାର୍କର ଆସୋସିଏସନ ଗତ ୨୦୧୯ରେ ପାରିଶ୍ରମିକବୃଦ୍ଧି ସହ ସରକାରୀ ଚାକିରି ମାନ୍ୟତା ଦାବି ନେଇ ଆନେ୍ଦାଳନକୁ ଓହ୍ଲାଇଥିଲେ । ସରକାର ସେହି ସମୟରେ ଦାବି ପୂରଣ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କୋଭିଡ୍ କଟକଣା ଯୋଗୁ ସଂଘର ଦାବି ପ୍ରତି ଗୁରୁତ୍ୱ ଦିଆଯାଇନଥିଲା । ରନ୍ଧାଖାଦ୍ୟ ପାଇଁ ଦିଆଯାଉଥିବା ଅର୍ଥ ବୃଦ୍ଧି କରିବା ଆଦି ୮ ଦଫା ସଂଘ ଦାବି କରିଛି ।
ଏ ସମସ୍ତ ଦାବୀ ପୂରଣ ନେଇ ରାଜ୍ୟ ସଂଗଠନର ଡ଼ାକରାରେ ଭୁବନେଶ୍ୱର ସଚିବାଳୟ ସମ୍ମୁଖରେ ଜିଲ୍ଲା ସ୍ତରୀୟ ଧାରଣା ଜାରିରହିଥିବା ବେଳେ ଅଙ୍ଗନବାଡ଼ି କର୍ମୀ କେନ୍ଦ୍ରକୁ ଯିବା ବଦଳରେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଡ଼ାକରା ଦେଇଛି । ମାତ୍ର ୬ଟି ସେବାକୁ ନେଇ ପ୍ରାରମ୍ଭ ହୋଇଥିବା ଆଇସିଡ଼ିଏସ୍ ପ୍ରକଳ୍ପ ବର୍ତ୍ତମାନ ଆଇସିଡ଼ିଏସ୍ ସର୍ଭିସ ନାଁରେ ୬୦ ପ୍ରକାର କାମ କରାଉଛନ୍ତି । ପାରିଶ୍ରମିକ ବାବଦକୁ ରାଜ୍ୟ ସରକାରଙ୍କ ସର୍ବନିମ୍ନ ମଜୁରି ବି ମିଳୁନାହିଁ । ଏହିଭଳି ବିଭିନ୍ନ ଦାବିକୁ ଭିତ୍ତି କରି ଜିଲ୍ଲାସଂଘର ନିଦେ୍ର୍ଦଶ କ୍ରମେ ହିଞ୍ଜିଳିକାଟୁ ଶାଖା ସଭାନେତ୍ରୀ ବବିତା ଗନ୍ତାୟତ ଓ ସମ୍ପାଦିକ ସୁଜତା ସାହୁଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଓ ସହାୟିକାମାନେ ଧାରଣାରେ ସାମିଲ ହୋଇଥିଲେ । ୩୪ଦିନ ଧରି ଚାଲିଥିବା ଆନେ୍ଦାଳନକୁ ସ୍ଥଗିତ ରଖିବାକୁ ଜିଲ୍ଲା ପ୍ରଶାସନ ୩ଦିନ ମଧ୍ୟରେ କାର୍ଯ୍ୟରେ ଯୋଗଦାନ କର ନ ହେଲେ ଅଙ୍ଗନବାଡ଼ି କେନ୍ଦ୍ର ଚାବି କାଠି ଫେରାଇବାକୁ ପ୍ରଶାସନ ଚିଠି କରିଥିବା ଗଞ୍ଜାମ ଜିଲ୍ଲା ସଭାନେତ୍ରୀ ରଞ୍ଜିତା ରଥ କହିଛନ୍ତି । ଏଥିରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସେପଟେ ସରକାର ଯଦି ଅଙ୍ଗନବାଡ଼ି କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରନ୍ତି ତେବେ ଆନେ୍ଦାଳନ ତୀବ୍ରତର ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ସଭାନେତ୍ରୀ ରଞ୍ଜିତା ରଥ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *