ବଡ଼ଦିନ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ପୁରୀ (ବୁ୍ୟରୋ): ଆସନ୍ତାକାଲି (ରବିବାର) ବଡ଼ଦିନ । ସେଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର । ତତ୍ସହିତ ଆଉ ୫ ଦିନ ପରେ ନୂଆବର୍ଷ । ସେ ନେଇ ପ୍ରଶାସନର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚôଛି । ଏବେ ବଡ଼ଦିନ ଛୁଟି ଚାଲିଥିବାରୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମରିଚିକୋଟ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡ ମଝିରେ ବାରିକେଡ୍ ନିର୍ମାଣ କରାଯାଇଛି । ଭକ୍ତମାନେ ସେହି ବାରିକେଡ୍ ଦେଇ ସିଂହଦ୍ୱାରକୁ ଯିବା ପରେ ସେଠାରୁ ଅନ୍ୟ ଏକ ବାରିକେଡ୍ରେ ଧାଡ଼ିରେ ଯାଇ ପ୍ରବେଶ କରିବେ । ଉତ୍ତରଦ୍ୱାର, ପଶ୍ଚିମଦ୍ୱାର ଓ ଦକ୍ଷିଣଦ୍ୱାର ଦେଇ ଭକ୍ତମାନେ ବାହାରକୁ ବାହାରିବେ । ନୂଆବର୍ଷକୁ ଦୃଷ୍ଟିରେ ରଖି ସିଂହଦ୍ୱାର ଅଞ୍ଚଳରେ ନୂଆ ସେଡ୍ ତିଆରି ଚାଲୁରହିଛି ।
ଆସନ୍ତା ୩୧ ସୁଦ୍ଧା ସେଡ୍ ନିର୍ମାଣ ସରିଲେ ପୂର୍ବରୁ ଶ୍ରୀମନ୍ଦିର ନିକଟରେ ଥିବା ଲୁହା ବାରିକେଡ୍କୁ ହଟାଯିବାକୁ ଯୋଜନା କରାଯାଇଛି । ନୂତନ ସେଡ୍ ଦେଇ ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଓ ବଡ଼ଦାଣ୍ଡକୁ ସବୁଜିମା କରିବା ପାଇଁ ଏବେ ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ଗଛ ଲଗାଯାଉଛି । ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରେ ୭୫ ମିଟର ଉଚ୍ଛେଦ ଯୋଗୁ ଏବେ ଶ୍ର୍ରୀମନ୍ଦିର ଚତୁଃପାଶ୍ୱର୍ ରାସ୍ତା ପ୍ରଶସ୍ତ ହୋଇଛି । ବିଭିନ୍ନ କୋଠା ଉଚ୍ଛେଦ ପରେ ସେଗୁଡ଼ିକରୁ ବାହାରିଥିବା ଇଟା ଓ ସିମେଣ୍ଟ ଖଣ୍ଡଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ସେହିପରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଜୋତା, ଚପଲ, ମୋବାଇଲ୍ ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ରଖିବା ପାଇଁ ମାଗଣା ଜୋତାଷ୍ଟାଣ୍ଡ୍ ଓ ଲକର ବ୍ୟବସ୍ଥା କରାଯାଇଛି ।
ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟଜଳ, ଶୌଚାଳୟ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି । ବଡ଼ଦିନ ଓ ନୂଆବର୍ଷରେ ଭକ୍ତମାନେ କିପରି ନୂଆ ଅନୁଭୂତି ନେଇ ଫେରିବେ ସେ ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବାରିକେଡ୍ରେ ଭକ୍ତଙ୍କ ଗତିବିଧିକୁ ଲକ୍ଷ୍ୟ କରିବା ପାଇଁ ପର୍ଯ୍ୟାପ୍ତ ସିସିଟିଭି ସହ ଭିଡିଓଗ୍ରାଫିର ବ୍ୟବସ୍ଥା ହୋଇଛି । ପ୍ରତି ସମୟର ବିବରଣୀ ଭକ୍ତଙ୍କୁ ସୂଚନା ଦେବା ପାଇଁ ଡାକବାଜି ଯନ୍ତ୍ରର ବ୍ୟବସ୍ଥା କରାଯାଇଛି । ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ଶ୍ରୀମନ୍ଦିର ବାହାରେ ଓ ଭିତରେ ଓଡ଼ିଶା ପୁଲିସ, ଓଏସ୍ଏପି ଯବାନ, ଜଗନ୍ନାଥ ଟେମ୍ପୁଲ୍ ପୁଲିସ ଓ ସାଦା ପୋଷାକରେ ପୁଲିସ ମୁତୟନ କରାଯାଇଛି । ସେହିପରି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ବଡ଼ଦାଣ୍ଡର ବିଭିନ୍ନ କୋଠା ଓ ୱାଚ୍ ଟାୱାରରେ ବାଇନାକୁଲର୍ ବ୍ୟବସ୍ଥା ହୋଇଛି । ଏହା ସହ ବମ୍୍ ସ୍କ୍ୱାଡ୍ ଓ ସନ୍ଧାନୀ କୁକୁର ମୁତୟନ ହେବେ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *