୨୬ରେ ୪ ଘଣ୍ଟିଆ ସତ୍ୟାଗ୍ରହ

ଭୁବନେଶ୍ୱର (ବୁ୍ୟରୋ): ମହିଳା ବିରୋଧୀ, ନାରୀ ନିର୍ଯାତନା ଓ ବିଜେଡି ରାଜନୀତିକୁ ଅପରାଧୀକରଣ କରୁଥିବାରୁ ଏହାର ପ୍ରତିବାଦ କରିବ ବିଜେପି । ଏଥିଲାଗି ବିଜେପି ଆସନ୍ତା ୨୬ରେ ସବୁ ମଣ୍ଡଳରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତଳେ ୪ ଘଣ୍ଟିଆ ସତ୍ୟାଗ୍ରହ କରିବ । ଏନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ୨୩ ବର୍ଷର ବିଜେଡିର ନିରଙ୍କୁଶ ଶାସନରେ ଓଡ଼ିଶା ଅପରାଧୀଙ୍କ ଚରା ଭୂଇଁ ପାଲଟିଛି । ବିଜେଡି ଓଡ଼ିଶାବାସୀଙ୍କ କାଳ ହୋଇଛି । ଶାନ୍ତିପ୍ରିୟ ରାଜ୍ୟ ଓ ଜଗନ୍ନାଥ ସଂସ୍କୃତିରେ ଓଡ଼ିଶାର ସୁଖ୍ୟାତି ରହିଛି । ବିଜେଡି ଶାସନର ୨୩ ବର୍ଷର ଉପଲବ୍ଧି ହେଉଛି, ହତ୍ୟା, ଯୌନ କେଳେଙ୍କାରୀ ଓ ମହିଳା ବିରୋଧୀ ହିଂସାରେ ତାଙ୍କ ନେତା ଓ ମନ୍ତ୍ରୀଙ୍କ ନାଆଁ ଆସୁଛି । ମମିତା ମେହେର ହତ୍ୟାକାଣ୍ଡରେ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି କଥା ରାଜ୍ୟବାସୀ ଜାଣିଛନ୍ତି । କୋର୍ଟରେ ତାରିଖ ଥିଲା, ନେତା ମନ୍ତ୍ରୀଙ୍କ ନାଁ ଖୁଲାସାର ଭୟ ଥିଲା, ସେଥିପାଇଁ ଗୋବିନ୍ଦ ସାହୁଙ୍କୁ ଜେଲ ଭିତରର ପୁଲିସ ମାଧ୍ୟମରେ ହତ୍ୟା କରାଗଲା ବୋଲି ସେ କହିଛନ୍ତି ।
ସେହିପରି ସେ ଆହୁରି କହିଛନ୍ତି, ମାହାଙ୍ଗା ଡବଲ ମର୍ଡରରେ ୧୩ ନମ୍ବର ମୁଦାଲ ପ୍ରତାପ ଜେନା ଥିଲେ । ମୁଖ୍ୟ ଅଭିଯୁକ୍ତଙ୍କୁ ଟ୍ରକ ଚାପି ମାରି ଦିଆଗଲା । ଧର୍ମେନ୍ଦ୍ର ସାହୁଙ୍କ ମୃତୁ୍ୟ ପୂର୍ବରୁ ଶେଷ ଭିଡିଓରେ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶଙ୍କ ନାଁ ଉଲ୍ଲେଖ କରିଥିଲେ । ପରୀକୁ ହତ୍ୟା କରାଗଲା । ତା ମା ବାପା ଆତ୍ମାହୁତି ଉଦ୍ୟମ କରିଥିଲେ । ସମ୍ପୃକ୍ତ ମନ୍ତ୍ରୀଙ୍କୁ ଜେରା କରାଗଲା ନାହିଁ ବୋଲି ସମୀର କହିଛନ୍ତି । ସେପଟେ ଏହି ପ୍ରସଙ୍ଗକୁ ବିଜେଡି ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ରଖି କହଛନ୍ତି, ରାଜନୈତିକ ଦଳ ଭାବେ ବିଜେପି ତାର କାର୍ଯ୍ୟକ୍ରମ କରିପାରେ । ହେଲେ ଅଭିଯୋଗ ଆଣିବା ଆଧାରରେ ବିଜେପି କେବଳ ଅଭିନୟ କରୁଛି । ୟୁପିରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପୁଅ କଣ କଲେ ତାହା ସମସ୍ତେ ଜାଣନ୍ତି ବୋଲି କହି ଶ୍ରୀ ମିଶ୍ର ପାଲଟା ବିଜେପି ଉପରେ ଦୋଷ ଲଦିଛନ୍ତି । ବିଜୁ ଜନତା ଦଳ ଗୋଟେ ରାଜନୈତିକ ଦଳ ହୋଇ ନାହିଁ, ବରଂ ବିଜେଡି ଜନତାଙ୍କ ଉତ୍ଥାନ ପାଇଁ ଓ ଓଡ଼ିଶାର ଉତ୍ଥାନ ପାଇଁ ଏକ ଆନେ୍ଦାଳନରେ ପରିଣତ ହୋଇଛି ବୋଲି ସେ କହିଛନ୍ତି ।
ଅପରପକ୍ଷରେ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ନିଜ ପକ୍ଷ ରଖି କହିଛନ୍ତି, ବିଜେଡି ଏବଂ ବିଜେପିର ଭିତିରି ବୁଝାମଣା ରହିଛି । ସେମାନଙ୍କ ଘନିଷ୍ଠତା ଅପୂର୍ । ଲୋକସଭାରେ ଅନେକ ବିଲକୁ ସମର୍ଥନ କରିଛି ବିଜେଡି । ସେମାନଙ୍କ ମଧ୍ୟରେ ଭାଇ ଭାଇର ସମ୍ପର୍କ । ପ୍ରତିବାଦ କେବଳ ଅଭିନୟ । କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଜାରି ରହିଛି ଏବଂ କଂଗ୍ରେସ ଆସନ୍ତା ୨୮ରେ ପ୍ରତିଷ୍ଠା ଦିବସ ପାଳନ କରୁଛି । ସଙ୍ଗଠନକୁ ସୁଦୃଢ କରିବା ପାଇଁ କଂଗ୍ରେସ ପଛେଇ ନାହିଁ । ପଛେଇବାର ପ୍ରଶ୍ନ ଉଠୁ ନାହିଁ ବୋଲି ସେ କହିଛନ୍ତି । ସେପଟେ ବିଜେଡି ପ୍ରବକ୍ତା ଇପ୍ସିତା ସାହୁ ମଧ୍ୟ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *