ହାତୀ ଉପଦ୍ରବ: ଗ୍ରାମବାସୀ ଅତିଷ୍ଠ

ଢେଙ୍କାନାଳ (ଆପ୍ର):ଢେଙ୍କାନାଳ ବନଖଣ୍ଡ ଡିହଡୋଳ ଫରେଷ୍ଟ ସେକସନରେ ହାତୀଙ୍କ ଉପଦ୍ରବ କମିବାର ନା ଧରୁନାହିଁ । ରାତି ହେବା ମାତ୍ରେ ହାତୀପଲ ଗ୍ରାମରେ ପଶି ବ୍ୟାପକ କ୍ଷୟକ୍ଷତି କରିବା ସହିତ ଧନଜୀବନ ହାନୀ ଘଟାଉଛନ୍ତି । ଏପରିକି ହାତୀ ଯୋଗୁଁ କେତେବେଳେ ମଣିଷ ମୃତୁ୍ୟମୁଖରେ ପଡ଼ୁଛି ତ ଆଉ କେତେବେଳେ ପଶୁପକ୍ଷୀ ମଧ୍ୟ ଆକ୍ରମଣରେ ଶିକାର ହେଉଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ପଞ୍ଚାୟତ ରୋଡଗ୍ରାମର ଇଶ୍ୱର ଚନ୍ଦ୍ର ନାୟକଙ୍କ ମଇଁଷିର ହାତୀ ପଲ ଆକ୍ରମଣରେ ମୃତୁ୍ୟ ଘଟିଛି । ସେହିପରି ଆମ୍ବପଳାଶ ଗ୍ରାମର ବରକଟା ଗ୍ରାମର ଲକ୍ଷ୍ମୀଧର ହେମ୍ରମ ଏବଂ ତାଙ୍କ ପରିବାର ଶୋଇଥିବା ବେଳେ ବିଳମ୍ବିତ ରାତି୍ରରେ ହାତୀ ପଲ ଘର ଭାଙ୍ଗିବା ବେଳେ ପରିବାର ଲୋକ ପ୍ରାଣ ବିକଳରେ ଅନ୍ୟଘରକୁ ଚାଲିଯାଇଥିଲେ ।
ହାତୀ ପଲ୨ ବଖର ଘର କାନ୍ଥ ଭାଙ୍ଗିବା ସହିତ ଘର ଭିତରେ ଥିବା ଧାନ, ଚାଉଳ ଖାଇବା ସହିତ ସମସ୍ତ ଆସବାବ ପତ୍ର ଦଳି ଚକିଟି ନଷ୍ଟ କରି ଦେଇଛନ୍ତି । ସେହିପରି ଗତ କିଛି ଦିନ ତଳେ ପରଜଙ୍ଗ ବ୍ଲକ କଲଦା ପଞ୍ଚାୟତ କୁଣ୍ଡେଇକୋଲ ଗ୍ରାମରେ ଜଣେ ବ୍ୟକ୍ତିଙ୍କର ହାତୀ ଆକ୍ରମଣରେ ମୃତୁ୍ୟ ଘଟିଥିବା ବେଳେ ତାଙ୍କ ଶବ ସକ୍ରାର ପାଇଁ ଗ୍ରାମବାସୀ ଓ ପରିବାର ଲୋକ ଯାଇଥିଲା ବେଳେ ହାତୀ ଆକ୍ରମଣରେ ନିତ୍ୟାନନ୍ଦ ବେହେରାଙ୍କୁ ଟେକି କଚାଡି ଦେଇଥିଲା । ଫଳରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିôଲା । ତେବେ ବର୍ତ୍ତମାନ ସୁଦ୍ଧା ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି ବର୍ତ୍ତମାନ ସୁଦ୍ଧା ବନବିଭାଗ ତରଫରୁ କୌଣସି କ୍ଷତିପୂରଣ ପ୍ରଦାନ କରାଯାଇନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *