ଦାଦନ ଖଟିବାକୁ ଯାଇ ଶିଶୁ ଶ୍ରମିକ ମୃତ
କଳିଙ୍ଗନଗରରେ କରୁଣ କାହାଣୀ
ଦାନଗଦୀ(ଅପ୍ରା): କଳିଙ୍ଗନଗର ଶିଳ୍ପନଗରୀ ପାଖରେ ଥିବା ସୁଆଁଲ ଗାଁ ସବୁବେଳେ ଶିଶୁ ଶ୍ରମିକ ଚାଲାଣ ଚର୍ଚ୍ଚାରେ ରହିଛି । ଦାନଗଦି ବ୍ଲକ୍ରୁ କେଇ ମିଟର ଦୂରରେ ଧୂଳିଗଡ଼ ପଞ୍ଚାୟତର ଏହି ସୁଆଁଲ ଗାଁ ର ଦୁଇ ଅନାଥ ଭାଇ ଭଉଣୀ କିଛି ଦିନ ହେବ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଦ୍ୱାରା ଶିଶୁ ପରିଚର୍ଯ୍ୟରେ ରହି ପାଠ ପଢୁଥିଲେ । ସ୍ୱର୍ଗତ ଟୁନୁ ନାଏକର ପୁଅ ରାମ ନାଏକ (୧୬) ଓ ଝିଅ ସବିତା ନାଏକ (୧୧) କିଛି ମାସ ପୂର୍ବରୁ ମାଇଁ ଝରଣା ନାଏକ ହଷ୍ଟେଲ ଯାଇ କୌଣସି ଜରୁରୀ କାମ ଅଛି କହି ଭାଇ ଭଉଣୀଙ୍କୁ ଅଭିଭାବିକା ଭାବେ ସୁଆଁଲକୁ ଆଣିଥିଲେ । ତାପରେ ରାମ ନାଏକଙ୍କୁ ଦାଦନ ଖଟିବାକୁ ଇଟାଭାଟିକୁ ପଠାଇ ଦେଇଥିଲେ । ଇଟା ଭାଟିରେ ଶିଶୁ ଶ୍ରମିକ କାମ କରିବା ସମୟରେ ଅସୁସ୍ଥ ହୋଇଥିବା ବେଳେ କଟକରେ ତାଙ୍କ ମୃତୁ୍ୟ ଘଟିଛି ।
ପ୍ରଶ୍ନ ଉଠୁଛି ଏ ଗାଁ ରେ ଏ ଅନ୍ନାଥ ଶିଶୁ ଶ୍ରମିକର ମୃତୁ୍ୟ ପରେ ଭଉଣୀ ଏବେ କିପରି ଥଇଥାନ ହେବା ସହ କେମିତି ଚଳିବ । ଶିଶୁ ଶ୍ରମିକ ମାନେ କଳିଙ୍ଗନଗରରେ ଶୋଚନୀୟ ଭାବେ ପ୍ରାଣ ହରାଉଛନ୍ତି । ପ୍ରଶାସନର ସଚେତନତା ସଭା କ’ଣ ଖାଲି କାଗଜକଲମରେ ରହୁଛି କି? ସ୍ୱତନ୍ତ୍ର ଭାବେ ବିଡିଓ ଏହି ଗାଁ ପାଇଁ ଶିଶୁଙ୍କୁ ଦୃଷ୍ଟି ଦେବାକୁ ସିଡିପିଓ ଓ ସରପଞ୍ଚଙ୍କୁ ନିଦେ୍ର୍ଦଶ ଦେଇଥିବା ବେଳେ କେମିତି କେହି ଜାଣିପାରିଲେ ନାହିଁ ଶିଶୁ ଶ୍ରମିକ କାମ କରୁଥିଲା ବେଲି? ଏନ୍ଜିଓ ଶିଶୁ ଶ୍ରମିକ ପାଇଁ କାମ କରୁଛୁ ବୋଲି ଗାଁ ରେ କହି ବୁଲୁଥିବା ବେଳ୍ କିନ୍ତୁ ଚିତ୍ର କିଛି ଅନ୍ୟ ଭାବେ ସମ୍ନାକୁ ଆସୁଛି । ଶିଶୁ ମାନଙ୍କ ଦାୟିତ୍ୱରେ ଥିବା ସରକାରୀ ଓ ବେସରକାରୀ ସଂସ୍ଥା ସହ ପଞ୍ଚାୟତ ଓ ଗ୍ରାମସ୍ତରୀୟ କର୍ମୀ ବାସ୍ତବରେ କଣ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି । ସରକାରଙ୍କର ବିଭିନ୍ନ ଯୋଜନା ସତ୍ୱେ ଏହା କାହା କାମରେ ଲାଗୁଛି ଏ ସବୁ । ପ୍ରଶାସନ ଏହି ସୁଆଁଲ ଗାଁ ରେ ଥିବା ଅନ୍ନାଥ ପିଲାଙ୍କ ପାଇଁ କ’ଣ କରାଯିବ ଓ ଏହି ଅନ୍ନାଥ ସବିତା କଥା କିଏ ବୁଝିବା ନେଇ ସାଧାରଣରେ ଚର୍ଚ୍ଚା ହଉଛି । ତେବେ ପ୍ରଶାସନ ସବିତା କଥା କେବେ ବିଜୁଛି ଦେଖିବାକୁ ବାକି ରହିଲା ।