ପୋଖରୀରେ ବୁଡିÿଗଲେ ୩ ସାଙ୍ଗ

ରାଜନଗର, ୨୩ା୧୨ (ଆପ୍ର): କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ସାତଭାୟା ଥଇଥାନ ସ୍ଥଳୀରେ ଶୁକ୍ରବାର ଏକ ଅଭାବନୀୟ ଘଟଣା କ୍ରମେ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ୧୨/୧୩ ବର୍ଷ ବୟସର ୩ ଜଣ ବାଳକ ପୋଖରୀରେ ଗାଧୋଇବା ସମୟରେ ଅସାବଧାନତା ହେତୁ ପାଣିରେ ବୁଡି ପ୍ରାଣ ହରାଇଛନ୍ତି । ସେମାନେ ହେଲେ ପଞ୍ଚୁବରାହୀ ହାଇସ୍କୁଲ୍ର ୭ମ ଶ୍ରେଣୀ ଛାତ୍ର ବିଶାଲ (୧୨), ସନ୍ଦିପ (୧୨) ଓ ବ୍ରିବେନ (୧୩) ।
ଏବେ ବଡ଼ଦିନ ଛୁଟି ଥିବାରୁ ପିଲାମାନେ ବଣଭୋଜିରେ ମସଗୁଲ । ଶୁକ୍ରବାର ସାତଭାୟା ଥଇଥାନସ୍ଥଳୀରେ ସମ୍ପୃକ୍ତ ୩ ଛାତ୍ରଙ୍କ ଘରେ ଭୋଜି ଆୟୋଜନ ହୋଇଥିଲା । ଗାଁ ଠାରୁ କିଛି ଦୂର ବିଲ ମଝିରେ ଥିବା ଏକ ପୋଖରୀରେ ୩ ସାଙ୍ଗ ଗାଧୋଇବାକୁ ଯାଇଥିବା ସମୟରେ ଅସାବଧାନତା ହେତୁ ପାଣିରେ ବୁଡି ଯାଇଥିଲେ । ଏମାନଙ୍କ ଚିତ୍କାର ଶୁଣି ଗାଈ ଚରାଉଥିବା ଜରେ ଝିଅ ପୋଖରୀ ପାଖକୁ ଆସିଥିଲେ ମଧ୍ୟ ସେଠାରେ ପିଲାଙ୍କ ଚିହ୍ନ ବର୍ଣ୍ଣ ଦେଖିବାକୁ ପାଇ ନ ଥିଲା । ପିଲାଙ୍କ ଚପଲ ପୋଖରୀରେ ହୁଡାରେ ଦେଖିବାକୁ ପାଇ ଝିଅଟି ସନେ୍ଦହରେ ଗାଁ ଲୋକଙ୍କୁ ଡାକିଥିଲା । ଗାଁଲୋକେ ଦୀର୍ଘ ସମୟ ପାଣିରେ ଖୋଜାଖୋଜି କରିବା ପରେ ୩ ବାଳକଙ୍କୁ ଉଦ୍ଧାର କରିଥିଲେ ।
ସମସ୍ତଙ୍କୁ ଗୁପ୍ତି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା ଓ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ ।
ଖବର ପ୍ରଚାରିତ ହେବା ପରେ ପରିବାର ଲୋକଙ୍କ କାନ୍ଦ ବୋବାଳି ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ଶୋକାକୁଳ କରିଦେଇଥିଲା । ରାଜନଗର ପୁଲିସ ୩ ଜଣଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅଶୋକ ପ୍ରତିହାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ଉପାଧ୍ୟକ୍ଷ ଗଣେଷ ଚନ୍ଦ୍ର ଗୁଡିଆ ପ୍ରମୁଖ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚô ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିଦେ୍ର୍ଦଶକ୍ରମେ ସ୍ଥାନୀୟ ତହସିଲଦାର ଅଶ୍ନିନୀ କୁମାର ଭୂୟାଁ ରେଡକ୍ରସ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ହଜାର ଟଙ୍କା ଲେଖାଏଁ ଆର୍ଥôକ ସହାୟତା ଯୋଗାଇ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *