ଶାନ୍ତି ପାଇଁ ପୁତିନ୍ ଆଗ୍ରହୀ

୩ଠ୩ ଦିନରେ ରୁଷ-ୟୁକ୍ରେନ୍ ଯୁଦ୍ଧ
ମସ୍କୋ (ଏଜେନ୍ସି): ରୁଷ୍-ୟୁକ୍ରେନ ଯୁଦ୍ଧ ୩୦୩ ଦିନରେ ପହଞ୍ଚିଛି । ଆଉ ଦୁିମାସ ପରେ ଏକ ବର୍ଷ ପୂରିବ । ରୁଷ୍ର ଆକ୍ରମଣକୁ ୟୁକ୍ରେନ ମୁକାବିଲା କରିବା ସହିତ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ଘଟୁଛି । ୟୁକ୍ରେନ ପ୍ରତି ଦୁନିଆର ସହାନୁଭୂତି ମିଳିଛି । ୟୁକ୍ରେନ ଭଳି ଏକ ଛୋଟିଆ ଦେଶକୁ ପରାସ୍ତ ନ କରିପାରି ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁତିନ ହତାଶ ହୋଇପଡ଼ିଥିବା ଜଣାପଡ଼ିଛି । ସମ୍ଭବତଃ ଏହି କାରଣ ପାଇଁ ସେ ଯୁଦ୍ଧ ଯଥାଶୀଘ୍ର ଶେଷ କରିବାକୁ ·ହୁଁଛନ୍ତି । ପ୍ରଥମ ଥର ପାଇଁ ଯୁଦ୍ଧ ବନ୍ଦ ସପକ୍ଷରେ ସେ ମୁଁହ ଖୋଲିଛନ୍ତି ।
ଯେତେ ଶୀଘ୍ର ଯୁଦ୍ଧ ଶେଷ ହେବ ସେତେ ଭଲ ହେବ ବୋଲି ପୁତିିନ କହିଛନ୍ତି । ଫେବୃଅ ।ରୀ ୨୪ରୁ ରୁଷ ସେନା ୟୁକ୍ରେନ ଉପରେ ଘନଘନ ଆକ୍ରମଣ ଚଳାଇଛି । ହେଲେ ୟୁକ୍ରେନ ଦଖଲ ସମ୍ଭ ହୋଇ ପାରୁନାହିଁ । ଏହି ପରିପ୍ରେକ୍ଷୀରେ ପୁତିନଙ୍କ ବୟାନ ଯୁଦ୍ଧ ଶେଷ ହେବାର ସମ୍ଭାବନା ସୃଷ୍ଟି କରିଛି ।
କ୍ରେମଲିନ ପକ୍ଷରୁ ଆହୁରି ଅଭିଯୋଗ କରାଯାଇଛି ଯେ ଯୁଦ୍ଧ ଜନିତ କ୍ଷୟକ୍ଷତି ଉପରେ ୟୁକ୍ରେନ୍ କିମ୍ବା ଆମେରିକାର ଚିନ୍ତା ନାହିଁ । ରୁଷକୁ ଦୁର୍ବଳ କରିବା ପାଇଁ ଆମେରିକା ଯୁଦ୍ଧକ୍ଷେତ୍ରରେ ୟୁକ୍ରେନ୍କୁ ବ୍ୟବହାର କରୁଛି । ଗୋଟିଏ ପଟେ ଶୀଘ୍ର ଯୁଦ୍ଧ ଶେଷ କରିବାକୁ ପୁତିନ ସଙ୍କେତ ଦେଉଥିବା ବେଳେ ଅନ୍ୟପଟେ କ୍ରେମଲିନ ପକ୍ଷରୁ ଏପରି ଅଭିଯୋଗ ହୋଇଛି । ପୁତିନ ସାମ୍ବାଦିକମାନଙ୍କୁ କହିଛନ୍ତି, ଆମର ଉଦେ୍ଦଶ୍ୟ ହେଉଛି ବିବାଦର ଶୀଘ୍ର ଅନ୍ତ ଘଟାଇବା । ଯୁଦ୍ଧ ବନ୍ଦ ହେବା ସମସ୍ତଙ୍କ ପାଇଁ ଭଲ ହେବ । ସବୁ ବିବାଦ ଦିନେ ନା ଦିନେ ଶେଷ ହୋଇଥାଏ । ଆଲୋଚନା ହେଉ କି ଆଉ କୌଣସି ଉପାୟରେ ହେଉ ଯୁଦ୍ଧ ନିଶ୍ଚିତ ଶେଷ ହେବ । ୟୁକ୍ରେନ୍ ଏହା ବୁଝିବା ଆବଶ୍ୟକ ।
ରୁଷର ସାମରିକ ମୁଖ୍ୟ କହିଛନ୍ତି, ପୂର୍ବ ଡୋନେସ୍କକୁ ନିୟନ୍ତ୍ରଣକୁ ନେବା ପାଇଁ ଧ୍ୟାନ ଦିଆଯାଉଛି । ଏଠାରେ ଥିବା ବାଖମୁତ ସହର ଦୁଇ ଦେଶ ମଧ୍ୟରେ ·ଲିଥିବା ଯୁଦ୍ଧର ପ୍ରମୁଖ ସ୍ଥାନ ରହିଛି ।
ୟୁକ୍ରେନ ରାଷ୍ଟ୍ରପତି ଭୋଲ୍ଦିମିର ଜେଲେନସ୍କି ଆଲୋଚନା ପାଇଁ ସମସ୍ତ କୂଟନୈତିକ ବ୍ୟବସ୍ଥାକୁ ବନ୍ଦ କରି ଦେଇଛନ୍ତି । ସେ ପୁତିିନଙ୍କ ସହ କୌଣସି ପ୍ରକାରର ବୁଝାମଣା କରିବାକୁ ·ହୁଁ ନାହାନ୍ତି ବୋଲି ଅଧିକାରୀମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଜେଲେନ୍ସ୍କି ଆରେିକା ଗସ୍ତରେ ଯାଇ ସେଠାକାର ସଂସଦରେ ନିଜ ପରାକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ଆହଲୋଚନା କରି ୧.୮ ବିଲିୟନ ଡଲାର ମୂଲର ସାମରିକ ସହାୟତା ପ୍ରତିଶ୍ରୁତି ହାସଲ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *