୩ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ

ଉକ୍ରଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବ
ଭୁବନେଶ୍ୱର (ବୁ୍ୟରୋ): ଛାତ୍ରଛାତ୍ରୀଙ୍କ ନିକଟରେ ପ୍ରତିଭା ଓ ଦକ୍ଷତାର ଅଭାବ ନାହିଁ । ସେମାନେ ଭଲ ପରିବେଶ ଓ ପ୍ରୋତ୍ସାହନ ପାଇଲେ ସମୟ ଭିତ୍ତିକ ପ୍ରଦର୍ଶନ କରିପାରିବେ । ପ୍ରଯୁକ୍ତି ବିଦ୍ୟା ଚେତନାରେ ରୂପାନ୍ତରିତ ହେବା ଦରକାର ବୋଲି ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।
ଉକ୍ରଳ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା ଅଭିଭାଷଣ ରଖି ପ୍ରଫେସର ଗଣେଶୀ ଲାଲ କହିଥିଲେ, ସୀମାକୁ ଯଦି ଅନ୍ତର୍ହିତ କରିପାରିବ ପୃଥିବୀର ଅନେକ ଦୁଃଖ ଓ ଘନଘଟା ଦୂରେଇ ଯିବ ।
ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ହାଇକୋର୍ଟର ପ୍ରାକ୍ତନ ମୁଖ୍ୟ ବି·ରପତି ଜଷ୍ଟିସ୍ ଭି. ଗୋପାଲ ଗୌଡା ଯୋଗଦେଇ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ । ଉକ୍ରଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିଲେ । ବିଶିଷ୍ଟ ଶିକ୍ଷାବିତ ତଥା ଲୋକସଭା ସାସଂଦ ଡ. ଅଚୁ୍ୟତ ସାମନ୍ତ, ଡିଆରଡିଓ ଏରୋନେଟିକାଲ ସିଷ୍ଟମର ଡାଇରେକଟର ଜେନେରାଲ ତଥା ବିଶିଷ୍ଟ ବୈଜ୍ଞାନିକ ଡ. ଟେସି ଥୋମାସଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଥିଲା । ସେହିପରି ୨୦୨୧-୨୨ ଶିକ୍ଷାବର୍ଷରେ ଉତ୍ତୀର୍ଣ୍ଣ ହୋଇଥିବା ମୋଟ ୧୬୩ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍ଡି ଡିଗ୍ରୀ ଏବଂ ଜଣଙ୍କୁ ଡିଏସି ଓ ଅନ୍ୟ ଜଣଙ୍କୁ ଡିଲିଟ ଡିଗ୍ରୀ ଉପାଧି ପ୍ରଦାନ କରାଯାଇଥିଲା । ବିଶ୍ୱବିଦ୍ୟାଳୟର ବିଭିନ୍ନ ପିଜି ପାଠ୍ୟକ୍ରମରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିଥିବା ୯୯ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ, ପ୍ରଫେସର ମିତାଲି ଚିନ୍ନାରା, ପ୍ରଫେସର ନିଗମାନନ୍ଦ ଦାଶ, ପ୍ରଫେସର କବୀର ମୋହନ ସେଠୀ, ପରୀକ୍ଷା ନିୟନ୍ତ୍ରକ ଡ.ଶରତ କୁମାର ମାଝୀଙ୍କ ସମେତ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟ ଓ ଏକାଡେମିକ କାଉନସିଲ ସଦସ୍ୟ, ଡିନ, ପ୍ରଫେସର, କର୍ମଚାରୀ ଓ ଛାତ୍ରଛାତ୍ରୀ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *