ନିୟମିତ ଦାବିରେ ତାତିଲେ ଶତାଧିକ ଶିକ୍ଷକ

ଭୁବନେଶ୍ୱର (ବୁ୍ୟରୋ): ଚଳିତ ମାସ ୧୩ରୁ ଭୁବନେଶ୍ୱରର ରାଜରାସ୍ତାରେ ଧାରଣାରେ ବସିଛନ୍ତି ଶତାଧିକ ଶିକ୍ଷକ । ବିଭିନ୍ନ ଦାବି ନେଇ ସେମାନେ ଏହି ବିକ୍ଷୋଭ କରୁଥିବାବେଳେ ଶୁକ୍ରବାର ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଘେରାଉ କରିଛନ୍ତି । ଦୀର୍ଘ ୧୧ ଦିନ ଧରି ମାଧ୍ୟମିକ ଶିକ୍ଷକ ସଂଘ ଆନେ୍ଦାଳନରେ ବସିବା ପରେ ଶୁକ୍ରବାର ପ୍ଲାକାର୍ଡ ଧରି ମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୨୦୦୪ରୁ ୨୦୧୩ ଭିତରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ନିୟମିତ ଦାବିରେ ମାଧ୍ୟମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନେ ଏହି ଆନେ୍ଦାଳନ କରିଛନ୍ତି । ଏଥିସହ ଚୁକ୍ତି ଭିତ୍ତିକ ନିଯୁକ୍ତିର ୬ ବର୍ଷକୁ ଚାକିରି ଅବଧିରେ ମିଶାଇବା ପାଇଁ ଦାବି କରିବା ସହ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି ।
ନଭେମ୍ବର ୨୭ରେ ପ୍ରାଥମିକ ଶିକ୍ଷକ ସଂଘ ଧାରଣରେ ବସିଥିଲେ । ଯେଉଁଥିରେ ପ୍ରାୟ ୧ ଲକ୍ଷରୁ ଅଧିକ ଶିକ୍ଷକ ସାମିଲ ଥିଲେ । ଏଥିସହ ସେମାନେ ମଧ୍ୟ ୩ ଦଫା ଦାବି ନେଇ ରାଜରାସ୍ତାରେ ଧାରଣାରେ ବସିଥିଲେ । ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ, ଗ୍ରେଡ ପେ ବୃଦ୍ଧି, ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବି ନେଇ ଏହି ଆନେ୍ଦାଳନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *