୨୬ରେ ବିଜେଡି ପାଳିବ ରୌପ୍ୟ ଜୟନ୍ତୀ

୨୦୨୪ ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ
ପୁରୀ (ବୁ୍ୟରୋ): ଆସନ୍ତା ୨୬ରେ ପୁରୀରେ ବିଜୁ ଜନତା ଦଳ ତା’ର ପାଳିବ ପ୍ରତିଷ୍ଠା ଦିବସ ବା ରୌପ୍ୟ ଜୟନ୍ତୀ । ସେଥିଲାଗି ତାଳବଣିଆ ପଡ଼ିଆରେ ଜୋର୍ଦାର ଜାରି ରହିଛି ପ୍ରସ୍ତୁତି । କାର୍ଯ୍ୟକ୍ରମରେ ଯୋଗଦେବେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଦଳ ଯେଭଳି ଶତପ୍ରତିଶତ ସଫଳତା ହାସଲ କରିବ ସେନେଇ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତି ହୋଇଛି । ସେଥିଲାଗି ପୁରୀରେ ପାଳିତ ହେବାକୁ ଥିବା ୨୫ତମ ରୌପ୍ୟ ଜୟନ୍ତୀରେ ହଜାର ହଜାର ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଦଳ ସଭାପତି ଶ୍ରୀ ପଟ୍ଟନାୟକ । ଦଳ ତରଫରୁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇସାରିଛି ।
ଏନେଇ ଦଳ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଦେବୀପ୍ରସାଦ ମିଶ୍ର । ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାରେ ବିଜେଡି ଦୀର୍ଘ ବର୍ଷ ଧରି ଲୋକଙ୍କ ସେବା କରିଆସୁଛି । ଏପରିକି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସଦାସର୍ବଦା ସାଧାରଣ ଲୋକଙ୍କ ଲାଗି ଦଳ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଓଡ଼ିଶାବାସୀଙ୍କ ଆଶୀର୍ବାଦରୁ ଦଳ ନିରବଚ୍ଛିନ୍ନ ଭାବେ କ୍ଷମତାରେ ରହି ଆସିଛି । ତେଣୁ ଦଳ ଆସନ୍ତା ୨୬ରେ ପୁରୀର ତାଳବଣିଆଠାରେ ତା’ର ପ୍ରତିଷ୍ଠା ଦିବସ ପାଳନ କରାଯିବ । ସେଥିଲାଗି ରାଜ୍ୟର ୩୦ଟି ଜିଲ୍ଲାରୁ ପ୍ରାୟ ୪୨ହଜାରରୁ ଊଦ୍ଧ୍ୱର୍ ଦଳୀୟ କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତତ୍ସହିତ ଉକ୍ତ ଦିନ ସକାଳ ୯ଟାରୁ ପଞ୍ଜୀକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ସକାଳ ୧୦ଟାରେ ବୈଠକ ଆରମ୍ଭ ହୋଇ ୨ଟାରେ ଶେଷ ହେବ ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେଇ ଦଳୀୟକର୍ମୀଙ୍କୁ ଦଳର କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେବେ । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ତାଳବଣିଆ ହେଲିପ୍ୟାଡ୍ରେ ପହଞ୍ଚôବେ । ସେଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଥମେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ ସହ ଆଶିଷ ଲାଭ କରିବେ । ସେଠାରୁ ଫେରି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ତୁଷାରକାନ୍ତି ବେହେରା, ବିଧାୟକ ଅରୁଣ କୁମାର ସାହୁ, ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ।
ସଭାସ୍ଥଳ ଅନୁଧ୍ୟାନ କଲେ ଦଳୀୟ ନେତା
ଆସନ୍ତା ୨୬ରେ ଶାସକ ଦଳ ବିଜେଡି ପାଳିବ ପ୍ରତିଷ୍ଠା ଦିବସ । ସେଥିଲାଗି ଶୁକ୍ରବାର ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ କୁମାର ଦାସ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଦେବୀପ୍ରସାଦ ମିଶ୍ର, ଅରୁଣ କୁମାର ସାହୁ ପ୍ରମୁଖ ପୁରୀ ଗସ୍ତରେ ଆସି ତାଳବଣିଆ ପଡ଼ିଆରେ ପହଞ୍ଚô ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ପ୍ରତିଷ୍ଠା ଦିବସରେ ଦଳର ପ୍ରାୟ ୫୦ହଜାରରୁ ଊଦ୍ଧ୍ୱର୍ ବିଜେଡି କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ରାଜ୍ୟର ଛାମୁଆନେତାଙ୍କ ଠାରୁ ଆରମ୍ଭ କରି ନେତୃମଣ୍ଡଳୀମାନେ ମଧ୍ୟ ଯୋଗ ଦେବେ । ସେଥିପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଜୋର୍ଦାର ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ପୁରୀକୁ ରାଜ୍ୟର ବିଭିନ୍ନ କୋଣଅନୁକୋଣରୁ ଆସୁଥିବା ହଜାର ହଜାର କର୍ମୀଙ୍କ ଲାଗି କିଭଳି ବ୍ୟବସ୍ଥା ଗ୍ରହଣ କରାଯିବ ସେ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ସମୟରେ ସ୍ଥାନୀୟ ଯୁବ ବିଜେଡି ନେତା ତଥା ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *