ଶିକ୍ଷକ ଓ ଶିକ୍ଷୟିତ୍ରୀ ପଦବୀ ଶୀଘ୍ର ପୂରଣ ହେବ
ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମ୍ମିଳନୀ
ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ସହରସ୍ଥିତ ପୁରୁଣା ଜିଲ୍ଲାପରିଷଦ ହଲଠାରେ ମାଧ୍ୟମିକ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଷ୍ଠାର ସହିତ ଶିକ୍ଷାଦାନ କରି ଆଦର୍ଶ ଛାତ୍ରସମାଜ ଗଠନ କରିବାକୁ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନଙ୍କୁ କହିଥିଲେ । ଏହାସହ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରି ଅଧିକ ମେଧାବୀ ଛାତ୍ର ସୃଷ୍ଟି କରିବା ସହ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ଅଭିନବ ଯୋଜନା ଗୁଡିକ ଅନ୍ୟ ଜିଲ୍ଳାରେ ମଧ୍ୟ କାର୍ଯ୍ୟକାରୀ ହେଲେ ରାଜ୍ୟରେ ଶିକ୍ଷିତଙ୍କ ହାର ବୃଦ୍ଧି ହୋଇ ଶିକ୍ଷା କ୍ଷେତ୍ରରେ ବିକାଶ ଘଟିବ ବୋଲି କହିଥିଲେ ।
ଶିକ୍ଷା ବିଭାଗର ବିଭିନ୍ନ ସମସ୍ୟା ସମ୍ପର୍କରେ ସମୀକ୍ଷା କରିବା ସହିତ ପେନ୍ସନ ଦେୟ, ଅମିମାଂଶିତ ମାମଲା, ପୁନଃ ଥଇଥାନ ଦାବୀ ସମ୍ପର୍କରେ ଆଲୋଚନା କରି ଶିକ୍ଷକ ମାନଙ୍କର ସମସ୍ତ ଅସୁବିଧାକୁ ଦୂର କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ । ଏହାସହ ଆଗାମୀ ବର୍ଷ ମାଟି୍ରକ ପରୀକ୍ଷାରେ ୫ଶହରୁ ଅଧିକ ଛାତ୍ରଛାତ୍ରୀ ଏ-୧ରେ ଯେପରି ପାସ୍ କରିବା ପାଇଁ ଫୋକସ ଦେବା ପାଇଁ ପ୍ରଧାନ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ଶିକ୍ଷକ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ପଦବୀ ଶୀଘ୍ର ପୂରଣକରାଯିବ ବୋଲି ମନ୍ତ୍ରୀ କହିବା ସହିତ ମାଟି୍ରକ ପରୀକ୍ଷାରେ ସମସ୍ତ ଫଳାଫଳକୁ ବିଶ୍ଲେଷଣ କରାଯିବ ଓ ଫଳାଫଳ ନିମନ୍ତେ ବିଦ୍ୟାଳୟର ଶିକ୍ଷକ ଦାୟୀ ରହିବେ ବୋଲି କହିଥିଲେ । ସମସ୍ତେ ନିଷ୍ଠାର ସହିତ ଶିକ୍ଷାଦାନ କରି ପିଲାମାନଙ୍କମଧ୍ୟରେ ନୈତିକତା ବୃଦ୍ଧି ଏବଂ କ୍ରୀଡା ପ୍ରତି ଆଗ୍ରହସୃଷ୍ଟି କରିବା ନିମନ୍ତେ ଯତ୍ନବାନ ହେବାକୁ କହିଥିଲେ । ସମ୍ମିଳନୀରେ ସାଂସଦ ମହେଶ ସାହୁ, ବିଧାୟକ ସୁଧୀର କୁମାର ସାମଲ, ହିନେ୍ଦାଳ ବିଧାୟୀକା ସୀମାରାଣୀ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ସମ୍ମାନୀରତ ଅତିଥି ଭାବରେ ଯୋଗଦେଇଥିଲେ ।