ନାବାଳିକା ଦୁଷ୍କର୍ମକାରୀକୁ ୨ଠ ବର୍ଷ ଜେଲ୍

୫ଠ ହଜାର ଜରିମାନା, ପୀଡ଼ିତାଙ୍କୁ ଅନୁକମ୍ପା ରାଶି ଦିଅ
ଯାଜପୁର (ଆପ୍ର) : ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା କରି ଏକ ରାୟ ପ୍ରକାଶ କରିଛନ୍ତି ଯାଜପୁର ଆଡ୍ହବ୍ ଅତିରିକ୍ତ ଜିଲ୍ଲାଜଜ୍ ପୋକ୍ସୋ କୋର୍ଟ ବିଚାରପତି ଯତିନ୍ଦ୍ର ମୋହନ ବେହେରା ।
ଗତ ୨୦୧୮ ଅକ୍ଟୋବର ୧୬ରେ ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ୮ବର୍ଷ ବୟସର ନାବାଳିକା ଠାକୁର ପୂଜା କରିବାକୁ ଯାଇ ଘରକୁ ଫେରୁଥିବା ସମୟରେ ଉକ୍ତ ଗାଁର ମଦନ ଓଝା (୨୯) ରାସ୍ତା ଉପରୁ ତାଙ୍କୁ ଟେକିନେଇ ପାଖରେ ଥିବା ବାଉଁଶ ବଣରେ ଦୁଷ୍କର୍ମ କରିଥିଲା । ପରେ ନାବାଳିକା ଜଣକ ତାଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ବରୀ ରାମଚନ୍ଦ୍ରପୁର ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା । ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ବେଳେ ମାମଲାର ଚୁଡ଼ାନ୍ତ ଶୁଣାଣି କରି ୧୦ଜଣ ସାକ୍ଷୀଙ୍କ ସାକ୍ଷକୁ ଭିତ୍ତି କରି ଯାଜପୁର ଆଡ୍ହକ୍ ଅତିରିକ୍ତ ଜିଲ୍ଲାଜଜ୍ ପୋକ୍ସୋ କୋର୍ଟ ବିଚାରପତି ଯତିନ୍ଦ୍ର ମୋହନ ବେହେରା ଅଭିଯୁକ୍ତ ମଦନ ଓଝା କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ୫୦ ହଜାର ଟଙ୍କା ଜରିମାନା ପକାଇଥିବା ବେଳେ ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିବାକୁ ରାୟ ଶୁଣାଇଛନ୍ତି । ଅପରପକ୍ଷରେ ଜିଲ୍ଲା ନ୍ୟାୟିକ ପ୍ରାଧିକରଣ ସେବାଅଧିକାରୀ ପୀଡ଼ିତାଙ୍କୁ ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ନିଦେ୍ର୍ଦଶ ପ୍ରଦାନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *