ସଜେଇ ହେଉଛି ରାଜଧାନୀ

ଓମଫେଡ୍ ଷ୍ଟଲଙ୍କୁ ବିଏମ୍ସିର ଚେତାବନୀ
ପାନ, ଗୁଟ୍ଖା ବିକିଲେ ତଣ୍ଡ ଗଣିବେ
ଭୁବନେଶ୍ୱର (ବୁ୍ୟରୋ): ହକି ବିଶ୍ୱ କପ ପାଇଁ ବର୍ତ୍ତମାନ ସବୁଠାରେ ଚଳଚଞ୍ଚଳ ଆରମ୍ଭ ହୋଇଛି । ସେପଟେ ଏହାକୁ ନେଇ ସରକାର ମଧ୍ୟ ତତ୍ପରତା ଦେଖାଇଛନ୍ତି । ରାଜଧାନୀ ଏବେ ହକି ପାଇଁ ସୁସଜ୍ଜିତ ହେଉଛି । ଏହା ସହିତ ରାଜଧାନୀର ରୂପକୁ ମଧ୍ୟ ଏବେ ପରିବର୍ତ୍ତନ କରାଯାଇଛି । ରାଜଧାନୀର କାନ୍ଥବାଡରେ ବିଭିନ୍ନ ରଙ୍ଗ ମାଧ୍ୟମରେ ଏହାକୁ ସୁନ୍ଦର ରୂପ ଦିଆଯାଉଛି । ଏହା ସହ ରାସ୍ତା କଡରେ ଥିବା ଉଠା ଦୋକାନକୁ ସ୍ଥାନାନ୍ତର କରାଯାଇଛି । ଏବେ ଏହା ସହ ରାସ୍ତାକୁ ସଫା କରାଯାଉଛି ଏବଂ ଏବେ ପାନ ବିକ୍ରି ଉପରେ ମଧ୍ୟ କଟକଣା ଲଗାଯାଇଛି । ବିଏମସିର ଓମଫେଡ୍ ଦୋକାନ (ଷ୍ଟଲ)ଙ୍କୁ ଚେତାବନୀ ଦେଇଛି । ଦୋକାନରେ ପାନ ଗୁଟଖା ବିକ୍ରି ପାଇଁ ବାରଣ କରାଯାଇଛି । ଅମାନିଆ ହୋଇ ବିକ୍ରି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଓମ୍ଫେଡ ଯେଉଁ ଦୋକାନ ଗୁଡ଼ିକ ଅଛି ସେହି ଉଦେ୍ଦଶ୍ୟରେ କାମ କରାଯାଉ । ପ୍ରତ୍ୟେକ ଦୋକାନୀ ନିଜ ୫ ମିଟର ଏରିଆକୁ ନିଜେ ସଫା ରଖିବା ସହ ଶୁଖିଲା ଓ ଓଦା ଅଳିଆ ଅଲଗା ନ ରଖିଲେ ୫ ହଜାର ଜୋରିମାନା ନ ହେଲେ ଦୋକାନ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ବିଏମ୍ସି କମିଶନର ବିଜୟ ଅମୃତ କୁଲାଙ୍ଗେ ।
ହକି ବିଶ୍ୱକପ୍ ପରିଚାଳନା
ପାଇଁ ଗଢ଼ାହେଲା ୯ ଟିମ୍
ଭୁବନେଶ୍ୱର (ବୁ୍ୟରୋ): ହକି ବିଶ୍ୱକପକୁ ରହିଲା ଆଉ କିଛି ହାତ ଗଣତି ଦିନ । ବିଶ୍ୱକପକୁ କିଭଳି ସୁରୁଖୁରୁରେ ସମ୍ପାଦନ କରାଯିବ ସେ ନେଇ ସମସ୍ତ ସ୍ତରରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ୱକପ ହକି ଆୟୋଜନର ସଫଳତା ପାଇଁ ୯ ସ୍ୱତନ୍ତ୍ର ଟିମ ଗଠିତ କରାଯାଇଛି । ବିଭିନ୍ନ କାର୍ଯ୍ୟର ନିୟମିତ ତଦାରଖ କରିବ ଏହି ଟିମ । ତଦରାଖ ପରେ ସାପ୍ତାହିକ ରିପୋର୍ଟ ବିଡିଏ ଉପାଧ୍ୟକ୍ଷଙ୍କୁ ପ୍ରଦାନ କରିବ ଉକ୍ତ ଟିମ୍ । ରାସ୍ତାଘାଟ, ଅଲୋକୀକରଣ, ପରିମଳ, ସ୍ୱଚ୍ଛତା, ସୌନ୍ଦର୍ଯ୍ୟକରଣ ଓ ଲୋକଙ୍କ ସୁରକ୍ଷାକୁ ନେଇ ହେବ ନିୟମିତ ସମୀକ୍ଷା କରାଯିବ । ଟ୍ରାଫିକ ସମସ୍ୟା, ଜବର ଦଖଲ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଦିଆଯାଇଛି । ପ୍ରାଥମିକତା ବୋଲି ବିଡିଏ ଉପାଧ୍ୟକ୍ଷ ବଲୱାନ୍ତ ସିଂହଙ୍କ ନିର୍ଦେଶନାମା ଜାରି କରିଛନ୍ତି ।
ପୁଣି ଶହେରୁ
ଊଦ୍ଧ୍ୱର୍ ଦୋକାନ ହଟିଲା
ଭୁବନେଶ୍ୱର (ବୁ୍ୟରୋ): ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ପକ୍ଷରୁ ଗୁୂରୁବାର ପୁଣି ୧୦୦ରୁ ଊଦ୍ଧ୍ୱର୍ ଦୋକାନ ଭଙ୍ଗାଯାଇଛି । ପଟିଆ ଛକରୁ ରଘୁନାଥପୁର ଛକ ପର୍ଯ୍ୟନ୍ତ ଉଚ୍ଛେଦ କରାଯାଇଛି । ଏଥିରେ ମୋଟ ୪୫ ବେଆଇନ ନିର୍ମାଣ ହଟାଯାଇଛି । ଯେଉଁଥିରେ ୮ ଆଜବେଷ୍ଟସ୍ ନିର୍ମାଣ, ୮ ଟିଣ ସେଡ୍, ୧୦ କ୍ୟାବିନ୍, ୩ ବାଉଁଶ ନିର୍ମିତ ସେଡ୍, ୪ ପାଚେରୀ, ପାର୍କିଂ ଗାଡେନ୍ର ପାଚେରୀ, ୮ ହୋଡିଂ ଓ ଲୁହା ଗେଟ୍ ରହିଛି । ସେହିପରି ସ୍କ୍ୱାଡ୍ ନଂ ୧୩, ୧୪, ୧୫ ଏବଂ ୧୬ ଖଣ୍ଡଗିରି ଛକରୁ ଜାଗମରା ଏବଂ ଫାୟାରଷ୍ଟେସନ୍ ଛକ ପର୍ଯ୍ୟନ୍ତ ଉଚ୍ଛେଦ କରିଥିଲା । ଏଥିରେ ୪ ବାଉଁଶ, ପଲିଥିନି ସେଡ୍, ୧୨ କ୍ୟାବିନ୍, ୩ ହୋଟେଲ ଏବଂ ୫ ଫଳ ଦୋକାନ ଭଙ୍ଗାଯାଇଛି । ସ୍କ୍ୱାଡ୍ ନଂ ୯, ୧୦, ୧୧ ଏବଂ ୧୨ ତରଫରୁ ଭୀମଟାଙ୍ଗୀ ଅଞ୍ଚଳରୁ ୭ ବିଜ୍ଞାପନ ହୋର୍ଡିଂ ହଟାଯାଇଛି । ଶେଷରେ ୧୭ ନଂ ସ୍କ୍ୱାଡ୍ ପକ୍ଷରୁ ସ୍ମାର୍ଟ ଜନପଥ ଅଞ୍ଚଳରୁ ଦୁଇଟି ଫଳ ଟ୍ରଲି, ୩ ଆଇସ୍କ୍ରିମ୍ ଟ୍ରଲି, ଗୋଟିଏ ଦହିବରା ଟ୍ରଲି, ଗୋଟିଏ ଆଖୁରସ ଟ୍ରଲି ଏବଂ ଦୁଇଟି ପଇଡ ଦୋକାନକୁ ହଟାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *