ବିଜେଡିର ରୋପ୍ୟ ଜୟନ୍ତୀ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର (ବୁ୍ୟରୋ): ବିଜୁ ଛାତ୍ର, ଯୁବ ଓ ମହିଳା ଜନତା ଦଳ ପକ୍ଷରୁ ଆସନ୍ତା ୨୬ ତାରିଖରେ ପୁରୀଠାରେ ହେବାକୁ ଥିବା ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଆୟୋଜିତ ହୋଇଛି ଭର୍ଚୁଆଲ ପ୍ରସ୍ତୁତି ବୈଠକ । ବିଜୁ ଛାତ୍ର, ଯୁବ ଓ ମହିଳା ଜନତା ଦଳ ପକ୍ଷରୁ ଆସନ୍ତା ୨୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୁରୀ ଜିଲ୍ଲା ସ୍ଥିତ ତାଳବଣିଆ ପଡିଆରେ ହେବାକୁ ଥିବା ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଦଳର ପ୍ରତିଷ୍ଠା ଦିବସକୁ ରୋପ୍ୟ ଜୟନ୍ତୀ ପାଳନ ଉପଲକ୍ଷେ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକ ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ।
ବୈଠକକୁ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମୋକେଶ ରାୟ, ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାପତି ସ୍ନେହାଙ୍ଗିନି ଛୁରିଆ ପ୍ରମୁଖ ପରିଚାଳନା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *