ଚାଉଳ ବଣ୍ଟନ ବେଳେ ଆକ୍ରମଣ, ଜଣେ ମୃତ

ପୂର୍ବ ଶତ୍ରୁତା କାରଣ ପଞ୍ଚାୟତ ଅଫିସ ଆଗରେ ରକ୍ତ ଛିଟା
ପାତ୍ରପୁର (ଆପ୍ର): ଚାଉଳ ବଣ୍ଟନ ଚାଲିଥିବା ସମୟରେ ସଂଘବଦ୍ଧ ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ୨ ଜଣ ଆହତ ହୋଇଛନ୍ତି । ପାତ୍ରପୁର ବ୍ଲକ୍ ଜରଡା ଥାନା ସାମନ୍ତିଆପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ସକାଳେ ପୂର୍ବ ଶତ୍ରୁତାରୁ ଏହି ଅଘଟଣ ଘଟିଛି ।
ସାମନ୍ତିଆପଲ୍ଲୀ ଅନ୍ତର୍ଗତ ଆମ୍ବଗାଁ ଗ୍ରାମବାସୀଙ୍କୁ ଚାଉଳ ବଣ୍ଟା ଯାଉଥିବା ସମୟରେ ହଠାତ୍ ଦଳେ ଲୋକ ମରଣାନ୍ତକ ଆକ୍ରମଣ କରିବାରୁ ଆମ୍ବଗାଁର ଏମ୍.ରାମାରାଓ ପ୍ରାଣ ହରାଇବା ସହ ତାଙ୍କ ଦାଦା ଏମ୍.କ୍ରିଷ୍ଣା ରାଓ ଏବଂ ଏମ୍.ଲାଛାୟା ଆହତ ହୋଇଛନ୍ତି ।
ଚାଉଳ ଆଣିବାକୁ ରାମାରାଓ, କ୍ରିଷ୍ଣାରାଓ, ଲାଛାୟା ପ୍ରମୁଖଙ୍କ ସହିତ ଗ୍ରାମବାସୀ ଅପେକ୍ଷା କରିଥିବା ବେଳେ ହଠାତ୍ ଦଳେ ଲୋକ ମାରଣାସ୍ତ୍ରଧରି ଆକ୍ରମଣ କରିଥିଲେ । ସ୍ଥାନୀୟ ସରପଞ୍ଚ ଓ ଲୋକଙ୍କ ସହାୟତାରେ ୨ଟି ଅଟୋରେ ପ୍ରଥମେ ସମସ୍ତଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ରାମାରାଓଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ୨ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।
ଜରଡା ଥାନା ପୁଲିସ୍, ଏସ୍ଡିପିଓ ଏବଂ ଅତିରିକ୍ତ ଏସ୍ପି ତଦନ୍ତ କରିଛନ୍ତି । ପ୍ରାଥମିକ ତଦନ୍ତ ପରେ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ଥାନାଧିକାରୀ ସୁନୀଲ କୁମାର ବେହେରା ପ୍ରକାଶ କରିଛନ୍ତି । ପୁଲିସ୍ ମାମଲା ରୁଜୁକରି ତଦନ୍ତ ଚଳାଇଛି । ୨୦୧୫ରେ ଆମ୍ବଗାଁର ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ସମୟରେ ସଂଘର୍ଷରେ ମଧ୍ୟ ଜଣେ ପ୍ରାଣ ହରାଇଥିଲେ ଓ ଗ୍ରାମରେ ମାସାଧିକ ସମୟ ପୁଲିସ୍ ମୁତୟନ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *