ପିଲାଙ୍କ ଡାଟାବେସ୍ କିଣୁଛି ବାଇଜୁସ୍!

ନୂଆଦିଲ୍ଲୀ (ଏଜେନ୍ସି): ପିଲାଙ୍କ ପାଇଁ ଅନ୍ଲାଇନ୍ ତଥା ଅଫଲାଇନ୍ ଶିକ୍ଷା ଯୋଗାଇ ଦେଉଥିବା ବହୁଚର୍ଚ୍ଚିତ ଏଜୁଟେକ୍ କମ୍ପାନୀ ବାଇଜୁସ୍ ପାଇଁ ଏବେ ଗୋଟିଏ ପରେ ଗୋଟିଏ ସମସ୍ୟା ବଢ଼ିବାରେ ଲାଗିଛି । ନିକଟରେ ବାଇଜୁସ୍ ସିଇଓ ବାଇଜୁ ରବୀନ୍ଦ୍ରନ୍ଙ୍କୁ ନ୍ୟାସନାଲ କମିଶନ୍ ଫର୍ ଦି ପ୍ରୋଟେକ୍ସନ୍ ଅଫ୍ ଚାଇଲ୍ଡ ରାଇଟ୍ସ (ଏନ୍ସିପିସିଆର) ପକ୍ଷରୁ ସମନ୍ ଜାରି କରାଯାଇଥିଲା । ଡିସେମ୍ବର ୨୩ରେ ବ୍ୟକ୍ତିଗତ ହାଜର ହେବା ପଳର୍ବକ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ପାଠ୍ୟକ୍ରମକୁ ବେଆଇନ୍ ଭାବେ ବିକ୍ରି କରିବା ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେବାକୁ ଏହି ସମନ୍ ଜାରି କରାଯାଇଥିଲା । ତେବେ ସଦ୍ୟ ମିଳିଥିବା ସୂଚନାନୁସାରେ ବାଇଜୁସ୍ ବିରୋଧରେ ଆଉ ଏକ ସଂଗୀନ ଅଭିଯୋଗ ଆସିଛି ।
ଏନ୍ସିପିସିଆର ପକ୍ଷରୁ କରାଯାଇଥିବା ସଦ୍ୟ ଅଭିଯୋଗ ଅନୁସାରେ ବାଇଜୁସ୍ ବେଆଇନ୍ ଭାବେ ଦେଶର ବିଭିନ୍ନ ଇଂରାଜୀ ମିଡିୟମ୍ ସ୍କୁଲରେ ପାଠ ପଢ଼ୁଥିବା ପିଲାମାନଙ୍କ ଫୋନ୍ ନମ୍ବର ଏବଂ ସେମାନଙ୍କ ଅଭିଭାବକଙ୍କ ଫୋନ୍ ନମ୍ବରଗୁଡ଼ିକୁ ଏକ ଅଜଣା ସୋର୍ସରୁ କ୍ରୟ କରୁଥିବା ଜଣାପଡିଛି । କେବଳ ଫୋନ୍ ନମ୍ବର କ୍ରୟ କରୁନି ବରଂ ଅଭିଭାବକ ଏବଂ ପିଲାମାନଙ୍କୁ ସେହି ଫୋନ୍ ନମ୍ବରରେ ଫୋନ୍ କରି ସେମାନଙ୍କ ପାଠ୍ୟକ୍ରମ (ବାଇଜୁସ୍ରେ ଏନ୍ରୋଲ୍ ହେବାକୁ)ରେ ସାମିଲ ହେବାକୁ ମଧ୍ୟ ବାଧ୍ୟ କରୁଛି । ବାଇଜୁସ୍ ପାଠ୍ୟକ୍ରମରେ ସାମିଲ ନହେଲେ ବା ଶିକ୍ଷାଖସଡା ନକିଣିଲେ ସେମାନଙ୍କ ପିଲାମାନଙ୍କ ଭବିଷ୍ୟତ ନଷ୍ଟ ହୋଇଯିବ ବୋଲି ମଧ୍ୟ ପରୋକ୍ଷରେ ଧମକ ମଧ୍ୟ ଦେଉଛି । ବିଶେଷକରି ପ୍ରଥମ ଜେନେରେସନ୍ର ଶିକ୍ଷାର୍ଥୀଙ୍କୁ ବାଇଜୁସ୍ ପକ୍ଷରୁ ଟାର୍ଗେଟ୍ କରାଯାଉଛି । ବାଇଜୁସ୍ ସମ୍ପର୍କରେ ଏପ୍ରକାର ଏକାଧିକ ଅଭିଯୋଗ କମିଶନଙ୍କ ହସ୍ତଗତ ହୋଇଥିବା ଏନ୍ପିସିଆର ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ କହିଛନ୍ତି । ତେବେ ଏସମ୍ପର୍କରେ କମିଶନ ନିୟମ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏବଂ ଆବଶ୍ୟକସ୍ଥଳେ ସରକାରଙ୍କୁ ଏ ସମ୍ପର୍କୀତ ଏକ ରିପୋର୍ଟ ମଧ୍ୟ ପ୍ରଦାନ କରାଯିବ ବୋଲି କାନୁନ୍ଗୋ କହିଛନ୍ତି ।
ଅନ୍ୟପକ୍ଷେ ବାଇଜୁସ୍ ପକ୍ଷରୁ କିନ୍ତୁ ଏସବୁ ଅଭିଯୋଗକୁ ଖଣ୍ଡନ କରାଯାଇଆସୁଛି । ସ୍କୁଲ ପଢ଼ା ଛାତ୍ରଛାତ୍ରୀଙ୍କ ଡାଟାବେସ୍କୁ କିଣୁଥିବା ଅଭିଯୋଗ ସମ୍ପୂର୍ଣ୍ଣ ନିରାଧାର ବୋଲି ବାଇଜୁସ୍ ସିଇଓ ବାଇଜୁ ରବୀନ୍ଦ୍ରନ କହିଛନ୍ତି । ସମ୍ପ୍ରତି ବାଇଜୁସ୍ ସହ ପ୍ରାୟ ୧୫ଠ ମିଲିଅନ୍ ଛାତ୍ରଛାତ୍ରୀ ଜଡିତ ରହିଛନ୍ତି । ଏମାନଙ୍କ ଭବିଷ୍ୟତକୁ ଏକ ଦିଗ ପ୍ରଦାନ ଦିଗରେ ବାଇଜୁସ୍ର ପ୍ରତ୍ୟେକ କର୍ମକର୍ତ୍ତା ଅହରହ କାମ କରୁଛନ୍ତି । ଆମକୁ ଛାତ୍ରଛାତ୍ରୀଙ୍କ ଡାଟାବେସ୍ କ୍ରୟ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ତେବେ କମିଶନଙ୍କ ନିଦେ୍ର୍ଦଶକ୍ରମେ ସବୁ ଅଭିଯୋଗ ଉପରେ ଉତ୍ତ୍ର ଦିଆଯିବ ଏବଂ ଯେକୌଣସି ତଦନ୍ତ ପ୍ରକି୍ରୟାକୁ ବାଇଜୁସ୍ ସ୍ୱାଗତ କରୁଛି ବୋଲି ରବୀନ୍ଦ୍ରନ୍ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *