ସିବିଆଇ ତଦନ୍ତ ଦାବିରେ ବିକ୍ଷୋଭ

ଶିମିଳିପାଳ ସୁରକ୍ଷା ନେଇ ଗର୍ଜିଲା ଭଞ୍ଜସେନା
ବାରିପଦା (ଆପ୍ର): ଶିମିଳିପାଳ ସୁରକ୍ଷା କ୍ଷେତ୍ରରେ ଦୀର୍ଘ ବର୍ଷ ଧରି ବିଭାଗୀୟ ଅଧିକାରୀଙ୍କ ଚରମ ଅବହେଳାର ପ୍ରତିବାଦ ବିରୋଧରେ ଭଞ୍ଜସେନା ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶିମିଳିପାଳର ବଞ୍ଚାଅ ଅଭିଯାନରେ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ କରିବା ସହ ହାତୀ ମୃତୁ୍ୟ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି । ଶିକାରୀ ଓ ଅଧିକାରୀ ମିଳିତ ଭାବେ ବନ୍ୟଜନ୍ତୁ ଶିକାରରେ ଲିପ୍ତ ରହୁଥିବା ବେଳେ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଜୀବଜନ୍ତୁକୁ ପୋଡ଼ି ପୋତି ଦିଆଯାଉଛି । ଦିନକୁ ଦିନ ଶିମିଳିପାଳରେ ବାଘ ସଂଖ୍ୟା ହ୍ରାସ ପାଉଥିବା ବେଳେ ଗଜରାଜଙ୍କ ଶିକାର ଚିନ୍ତା ଜନକ ହୋଇପଡ଼ିଛି । ଶିମିଳିପାଳର ସୁରକ୍ଷା ସହ ବନ୍ୟଜନ୍ତୁଙ୍କ ରକ୍ଷଣାବେକ୍ଷଣ ପାଇଁ କୋଟି କୋଟି ଟଙ୍କା ସରକାରୀ ଅନୁଦାନ ବାଟ ମାରଣା ହେଉଛି । ଏଥିପ୍ରତିି ତୁରନ୍ତ ସିବିଆଇ ତଦନ୍ତ କରିବା ନେଇ ଭଞ୍ଜସେନା ଦାବି କରିଛି । ଏହା ସହିତ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଭାରତବର୍ଷ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଓଡ଼ିଶାର ମହାମହିମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ସଭାପତି ପିଣ୍ଟୁୁ ମାଇତି, ସତ୍ୟଶରୂପ ଦାଶ, ନିମାଇଁ ତ୍ରିପାଠୀ, ରାକେଶ ବେହେରା, ସାମନ୍ତ ଶେଖର ପାଲ, ମାନସ ବେହେରା, ସୌମ୍ୟରଞ୍ଜନ ମିଶ୍ର, ପାରିତୋଷ ବାରିକ, ଧନଞ୍ଜୟ ସାହୁ, ଜିଲ୍ଲା ଓକିଲ ସଂଘର ସଭାପତି ପ୍ରଦୀପ ରଥଙ୍କ ସମେତ କର୍ମକର୍ତ୍ତା ସାମିଲ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *