ବ୍ରହ୍ମପୁରରେ ଡି୍ରଙ୍କ୍ ଫ୍ରମ୍ ଟ୍ୟାପ୍ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଉପକୃତ ହେବେ ୧.୬୧ ଲକ୍ଷ ଉପଭୋକ୍ତା
ବ୍ରହ୍ମପୁର (ବୁ୍ୟରୋ): ଆଉ ରହିବ ନାହିଁ ପାନୀୟ ଜଳ ସମସ୍ୟା । ସଭିଁଙ୍କ ପାଖରେ ପହଞ୍ଚôବ ବିଶୁଦ୍ଧ ପାଣି । ୫-ଟି ଉପକ୍ରମରେ ରାଜ୍ୟର ୧୯ ସହରରେ ୨୪ଘଣ୍ଟିଆ ଡି୍ରଙ୍କ୍ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ସାମିଲ ହୋଇଛି ଗଞ୍ଜାମର ଦୁଇ ପ୍ରମୁଖ ସହର ବ୍ରହ୍ମପୁର ଓ ଗୋପାଳପୁର । ଏହି ପ୍ରକଳ୍ପ ମାଧ୍ୟମରେ ଉଭୟ ସହରର ୧ଲକ୍ଷ ୬୧ହଜାର ଉପଭୋକ୍ତା ଉପକୃତ ହେବ । ବୁଧବାର ଆଭାସୀ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସ୍ଥାନୀୟ ଗୁଡସ୍ ରୋଡ୍ ସ୍ଥିତ ଗୁରୁକୁଳ ଇଣ୍ଟର ନ୍ୟାସନାଲ୍ ସ୍କୁଲ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ବିକ୍ରମ କୁମାର ପଣ୍ଡା, ନିଗମ ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ଗୋପାଳପୁର ଏନ୍ଏସି ଅଧ୍ୟକ୍ଷ ଏ.ଜାନକୀ ରାମ, ନିଗମ କମିଶନର ଜେ.ସୋନାଲ, ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଡ୍ରିଙ୍କ ଫ୍ରମ ଟ୍ୟାପ୍ ଜରିଆରେ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୪, ୫, ୬, ୨୦, ୨୪, ୪୧ ଓ ୪୨ନମ୍ବର ୱାର୍ଡବାସିନ୍ଦା ୨୪ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ପାଇବେ । ସେହିଭଳି ୧୪, ୧୫, ୧୭, ୨୫, ୨୬, ୨୭, ୨୮, ୩୩ ଓ ୩୫ନମ୍ବର ୱାର୍ଡବାସୀ ଆଶିଂକ ଭାବରେ ଡି୍ରଙ୍କ ଫ୍ରମ୍ ଟ୍ୟାପ୍ ଜରିଆରେ ପାଣି ପାଇପାରିବେ । ଏଥିଦ୍ୱାରା ବ୍ରହ୍ମପୁର ସହରର ୧ଲକ୍ଷ ୫୦ହଜାର ଓ ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ହଜାର ଉପଭୋକ୍ତା ଉପକୃତ ହେବେ । ୱାଟକୋ ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଆସନ୍ତା ୧ମାସ ମଧ୍ୟରେ ସମ୍ପୂର୍ଣ୍ଣ ସହରରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।