ଜେଲ୍ରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା!
ଭୁବନେଶ୍ୱର/ଭବାନୀପାଟଣା, ୨ଠା୧୨ (ବୁ୍ୟରୋ/ଆପ୍ର): ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କର ଜେଲ ଭିତରେ ମୃତୁ୍ୟ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ । ଏହି ନିଦେ୍ର୍ଦଶ ଦେଇଛନ୍ତି ପୁଲିସ ମହାନିଦେ୍ର୍ଦଶକ (ଡିଜିପି) ସୁନୀଲ କୁମାର ବଂଶଲ । କଣ୍ଟାବାଞ୍ଜି ପୁଲିସ ହାତରୁ ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେବ । କ୍ରାଇମବ୍ରାଞ୍ଚ ଡିଏସ୍ପି ବିଜୟ ମଲିକଙ୍କୁ ନେଇ ଗଠିତ ୪ ଜଣିଆ ଟିମ୍ ମାମଲାର ତଦନ୍ତ କରିବ । ଏହି ସମୟରେ ଉକ୍ତ ଟିମ୍କୁ ସାଇବର ଏକ୍ସପର୍ଟ ଓ ରାଜ୍ୟ ପୁଲିସର ଅଧିକାରୀଙ୍କୁ ନେଇ ଗଠିତ ୧୦ ଜଣିଆ ଟିମ୍ ସହାୟତା କରିବେ । ଗୋବିନ୍ଦଙ୍କ ମୃତୁ୍ୟ ନେଇ କଣ୍ଟାବାଞ୍ଜି ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଥିବାବେଳେ ସେପଟେ ଏହି ଘଟଣାକୁ ଗୁରୁତର ସହ ନେଇ ନିଜ ଆଡୁ ମାମଲା କରିଛନ୍ତି ରାଜ୍ୟ ମାନବାଧିକାର କମିଶନ (ଓଏଚ୍ଆରସି) ଓ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜେଲ୍ ଡିଜି ଏବଂ ବଲାଙ୍ଗିର ଏସ୍ପିଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।
ଏହା ଭିତରେ ସାମ୍ନାକୁ ଆସିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । କଣ୍ଟାବାଞ୍ଜି ଜେଲରଙ୍କ ନାଁରେ କିଛି ଅଭିଯୋଗ ଥିବାରୁ ସମ୍ବଲପୁର ରେଞ୍ଜ୍ ଜେଲ୍ ଡିଆଇଜି ଅନସୂୟା ଜେନା ୪ ଦିନ ତଳେ ସେଠାକୁ ଯାଇଥିଲେ । ସେ ଜେଲରେ ସ୍ଥିତି ତଦାରଖ କରିବା ସହ କଏଦୀଙ୍କ ସହ ଆଲୋଚନା କରିଥିଲେ । ଅନ୍ୟ ଅନ୍ତେବାସୀ ଭଳି ଗୋବିନ୍ଦଙ୍କ ସହ ବି ଡିଆଇଜି କଥା ହୋଇଥିବା ସୂଚନା ମିଳିଛି । ସେପଟେ ଘଟଣାର ତଦନ୍ତ କରିବେ ସମ୍ବଲପୁର ପ୍ରିଜନ୍ ରେଞ୍ଜ୍ ଡିଆଇଜି ଅନସୂୟା ଜେନା । ଅନସୂୟାଙ୍କୁ ତଦନ୍ତ କରି ରିପୋର୍ଟ ଦାଖଲ କରିବା ପାଇଁ ଜେଲ୍ ବିଭାଗ ପକ୍ଷରୁ ନିଦେ୍ର୍ଦଶ ଜାରି ହୋଇଛି । ଦିନକ (୨୪ ଘଣ୍ଟା) ଭିତରେ ସେ ଏହି ରିପୋର୍ଟ ଦେବେ । ଏହି ସମ୍ବେଦନଶୀଳ ଘଟଣାରେ କାହାର ତୃଟି ରହିଛି ଓ ଜେଲ୍ ସୁରକ୍ଷାରେ କେଉଁଠି ତୃଟି ରହିଗଲା, ତାହା ଜାଣିବାକୁ ଏଭଳି ନିଦେ୍ର୍ଦଶ ଦିଆଯାଇଛି ।
ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର କହିଛନ୍ତି, ତାଙ୍କୁ ଜେଲ ପକ୍ଷରୁ ଏନେଇ ରିପୋର୍ଟ ମିଳିଛି । ଜେଲ୍ ପରିସରରେ ଦିନ ପ୍ରାୟ ୧୧ ବେଳେ ଏହି ଘଟଣା ଘଟିଛି । ଏନ୍ଏଚ୍ଆରସି ଗାଇଡ୍ ଲାଇନ୍ ଅନୁସାରେ ଏହି ଆତ୍ମହତ୍ୟା ଘଟଣାର ତଦନ୍ତ କରାଯିବ । ଜେଲ୍ରେ ବିଚାରଧୀନ କଏଦୀଙ୍କୁ ୱାର୍ଡରମାନେ ଜଗନ୍ତି । ତେଣୁ ସେ କେମିତି ଓ କିଭଳି ପରିସ୍ଥିତିରେ ଆତ୍ମହତ୍ୟା କରିଲେ, ତାହା ତଦନ୍ତ ପରେ ଜଣାପଡ଼ିବ । ପ୍ରତ୍ୟେକ ଜୀବନ ମୂଲ୍ୟବାନ । ଅବହେଳାରୁ ହିଁ ଏକ ଜୀବନ ଚାଲିଯାଇଛି । ଏତଲା ମଧ୍ୟ ହୋଇଛି । ପୁଲିସ ଏହାର ତଦନ୍ତ କରିବ । କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜେଲ୍ ଡିଆଇଜି ଶ୍ରୀ ମିଶ୍ର କହିଛନ୍ତି ।
ଅନ୍ୟପଟେ ମାମଲାରେ ମୋଡ଼ ବଦଳାଇଛି ଗୋବିନ୍ଦଙ୍କ ପତ୍ନୀଙ୍କ ପ୍ରତିକ୍ରିୟା । ଗଣମାଧ୍ୟମ ଆଗରେ ଗୋବିନ୍ଦଙ୍କ ପତ୍ନୀ ମଙ୍ଗଳବାର କହିଛନ୍ତି, ମୋ ସ୍ୱାମୀଙ୍କୁ ହତ୍ୟା କରାଯାଇଛି । ଥାନାରେ ଲିଖିତ ଅଭିଯୋଗ କରିବାକୁ ଆସିଥିବାବେଳେ ମୋ ସ୍ୱାମୀ ଜଣେ ଷ୍ଟ୍ରଙ୍ଗ ଲୋକ ଥିଲେ । ସେ ଆତ୍ମହତ୍ୟା କରି ନଥିବେ । ଯଦି ଆତ୍ମହତ୍ୟା କରିବାର ଥିଲା, ତା’ହେଲେ ବର୍ଷେ ତଳେ ସେ ଆତ୍ମହତ୍ୟା କରିଥାଆନ୍ତେ । ପ୍ଲାନ୍ କରି ତାଙ୍କୁ ହତ୍ୟା କରାଯାଇଛି । ଯିଏ ଜେଲ୍ରେ ତାଙ୍କୁ ରଖିଥିଲେ, ସେମାନେ ତାଙ୍କୁ ହତ୍ୟା କରିଛନ୍ତି । ଜେଲ୍ରେ ତାଙ୍କୁ ଜଗିବାର ନଥିଲା କି ବୋଲି ପ୍ରଶ୍ନ କରିଛନ୍ତି ସୁଷମା ।
ସୁଷମାଙ୍କ କହିବା ଅନୁସାରେ ଗୋବିନ୍ଦ ଶେଷ ଥର ପାଇଁ ସୋମବାର (ଗତକାଲି) ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଘରକୁ ଫୋନ୍ କରିଥିଲେ । ସେ ନିଜେ ଫୋନ୍ ଉଠାଇଥିଲେ । ଅଳ୍ପ ସମୟ ପାଇଁ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା । ମେଡିସିନ୍ ଅଛି କି ନାହିଁ, ଶାଶୁଙ୍କ ଦେହ କେମିତି ଅଛି ଓ ବାବୁ କଲେଜ ଯାଉଛି କି ନାହିଁ, ଏମିତି କେତେ କଥା ଗୋବିନ୍ଦ ପଚାରିଥିଲେ ବୋଲି ସୁଷମା କହିଛନ୍ତି । ସୂଚନାଥାଉ କି, ମଙ୍ଗଳବାର ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଜେଲ ଭିତରେ ଗୋବିନ୍ଦ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଜେଲ୍ ପରିସରରେ ଥିବା ଏକ ଛୋଟ ଗଛରେ ଗାମୁଛା ଲଗାଇ ଝୁଲୁଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କଣ୍ଟାବାଞ୍ଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ବଡ଼ କଥା ହେଲା ମଙ୍ଗଳବାର ସେ କୋର୍ଟରେ ହାଜର ହେବାର ଥିଲା । କିନ୍ତୁ ତା ପୂର୍ବରୁ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି । ଏହି ମୃତୁ୍ୟକୁ ନେଇ ବହୁ ପ୍ରଶ୍ନ ଉଠିଥିବାବେଳେ ଗୋବିନ୍ଦଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ଓ କଂଗ୍ରେସ ।