ସରକାର-ଅଙ୍ଗନୱାଡ଼ି କର୍ମୀ ଆଲୋଚନା ବିଫଳ
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟ ସରକାରଙ୍କ ସହ ଅଙ୍ଗନୱାଡୀ କର୍ମୀଙ୍କ ଆଲୋଚନା ପୁଣି ବିଫଳ ହୋଇଛି । ବିଭାଗୀୟ ସଚିବ ଓ ପଦାଧିକାରୀ କର୍ମୀଙ୍କୁ ଆନେ୍ଦାଳନରୁ ହଟିଯିବା ସହ କାର୍ଯ୍ୟରେ ଯୋଗ ଦେବାକୁ ପରାମର୍ଶ ଦେଇଥିବା ବେଳେ ଭବିଷ୍ୟତରେ ତୁମ ଦାବି ଉପରେ ବିଚାର ବିମର୍ଶ କରାଯିବ ବୋଲି ପ୍ରକାଶ କରିଥିଲେ । ସେହିପରି ବର୍ତ୍ତମାନ ଲକ୍ଷ ଲକ୍ଷ ହିତାଧିକାରୀ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି, ତେଣୁ ସାର୍ବଜନୀନ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆନେ୍ଦାଳନରୁ ଓହରି ଯିବାକୁ କୁହଯାଇଥିଲା । ଧାରଣାକୁ ମାସେ ପୁରିଛି, ତେଣୁ ଯଦି କର୍ମୀମାନେ ସରକାରଙ୍କ ସର୍ତ୍ତରେ ରାଜି ନ ହୁଅନ୍ତି ତେବେ ସରକାର ତାଙ୍କର ଭିନ୍ନ ବିକଳ୍ପ ଦେଖିବେ ବୋଲି କହିଛନ୍ତି । ହେଲେ ଅଙ୍ଗୱାଡୀ କର୍ମୀ ନିଜ ଜିଦ୍ରେ ଅଟଳ ରହିଛନ୍ତି । ୮ ଦଫା ଦାବି ନେଇ କର୍ମୀମାନେ ଆନେ୍ଦାଳନ ଜାରି ରଖିବେ ବୋଲି ବିଏମ୍ଏସ୍ କହିଛି ।
ମାସେ ହେବ କର୍ମୀମାନେ ଗାନ୍ଧୀମାର୍ଗରେ ଧାରଣାରେ ବସିଥିବା ବେଳେ ମହିଳା ସଶକ୍ତିକରଣ କଥା କହୁଥିବା ରାଜ୍ୟ ସରକାର ଅଙ୍ଗନୱାଡୀ ମହିଳାଙ୍କ ଦାବିକୁ ଗୁରୁତ୍ୱ ଦେଉନାହାଁନ୍ତି । ୭ହଜାର ୫ଶହ ଟଙ୍କା ବେତନରେ ମାସକ ଚଳିବା କି କଷ୍ଟ ଲକ୍ଷାଧିକ ଟଙ୍କା ପାଉଥିବା ସରକାରୀ କର୍ମଚାରୀ କିପରି ବୁଝିବେ ବୋଲି କର୍ମୀମାନେ ପ୍ରଶ୍ନ କରିଛନ୍ତି ।