କଲିକତାର ସଂସ୍ଥା ପ୍ରସ୍ତୁତ କରିବ ବିଲ୍ଡିଂ ନକ୍ସା

ନେତାଜୀ ବସ୍ ଟର୍ମିନାଲ କାମ ତଦାରଖ କଲେ ସିଡିଏ ଅଧ୍ୟକ୍ଷ
କଟକ (ବୁ୍ୟରୋ): ଖାନ୍ନଗରରେ ଜାରି ରହିଥିବା ନେତାଜୀ ବସ୍ ଟର୍ମିନାଲ(ସିଏନ୍ବିଟି) ନିର୍ମାଣ କାର୍ଯ୍ୟର ଅଗ୍ରଗତିର ସିଡ଼ିଏ ଉନ୍ନୟନ କର୍ତ୍ତୃପକ୍ଷ ଅନୀଲ କୁମାର ସାମଲ ତଦାରଖ କରିଛନ୍ତି । ଏହି ତଦାରଖ ବେଳେ ଓଡିଶା ବ୍ରିଜ୍ ଆଣ୍ଡ କନ୍ଷ୍ଟ୍ରକ୍ସନ୍ କର୍ପୋରେସନ(ଓବିସିସି)ର ମୁଖ୍ୟ ଯନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଶ୍ରୀ ସାମଲଙ୍କୁ ଅବଗତ କରାଇଥିଲେ । ପ୍ରାୟ ୯୦ ଭାଗ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା ବେଳେ ବାକି କାର୍ଯ୍ୟ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବାକୁ ଶ୍ରୀ ସାମଲ ସେମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏଥିମଧ୍ୟରେ କାର୍ଯ୍ୟସ୍ଥଳରେ ଥିବା ଇଲେକ୍ଟ୍ରିକ ହାଇ ଭୋଲ୍ଟେଜ୍ ଲାଇନ୍ ସ୍ଥାନାନ୍ତର ହୋଇଥିଲା ବେଳେ ତୁରନ୍ତ ଲ୍ୟାଣ୍ଡ୍ ସ୍କେପ୍ ଓ ସୌର୍ନ୍ଦ୍ୟକରଣ କାର୍ଯ୍ୟ ଆରମ୍ଭ କରିବାକୁ ସେ ଅଧିକାରୀମାନଙ୍କୁ ଆଦେଶ ଦେଇଥିଲେ ।
ସେହିପରି ପାର୍କିଂ ସ୍ଥଳ କାର୍ଯ୍ୟ ଆପାତତଃ ଶେଷ ହୋଇଥିଲା ବେଳେ ଫେବର ଟାଇଲ ବିଛା କାର୍ଯର୍୍ୟ ପାଇଁ ବାଲି ଫିଲିଙ୍ଗ୍ ଆରମ୍ଭ ହୋଇଯାଇଛି । ବିଶେଷକରି ବସ୍ଷ୍ଟାଣ୍ଡର ସମ୍ମୁଖ ଭାଗର ନକ୍ସା ପ୍ରସ୍ତୁତ କାମ କାଲିକତାର ଏକ ସଂସ୍ଥାକୁ ଦିଆଯାଇଥିଲା ବେଳେ ଆଗାମୀ ଦିନରେ ଏହି କାର୍ଯ୍ୟକୁ ସମାପନ କରାଯିବ ।
ଏହାସହ ୨୦୨୩ ଜାନୁଆରୀ ୨୩ ନେତାଜୀ ଜୟନ୍ତୀରେ ବସଷ୍ଟାଣ୍ଡକୁ ଜନସାଧାରଣଙ୍କ ଉଦେ୍ଦଶ୍ୟରେ ଉସôର୍ଗ କରାଯିବାର ପ୍ରଚେଷ୍ଟା ଜାରି ରହିଛି ବୋଲି ଅଧ୍ୟକ୍ଷ ଶ୍ରୀ ସାମଲ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *