କେବଳ ଉଦ୍ଘାଟନକୁ ଅପେକ୍ଷା

ଶେଷପର୍ଯ୍ୟାୟରେ ଶ୍ରୀଜଗନ୍ନାଥ ଷ୍ଟାଡିୟମ୍ କାମ
ପୁରୀ (ବୁ୍ୟରୋ): ଶେଷପର୍ଯ୍ୟାୟରେ ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣ । ଆଉ ମାତ୍ର ଅଳ୍ପଦିନ ମଧ୍ୟରେ ବାକି ରହିଥିବା କାର୍ଯ୍ୟ ଶେଷ ହେବ । ଏପରିକି ଆସନ୍ତା ନୂଆବର୍ଷରେ ଶ୍ରୀକ୍ଷେତ୍ରବାସୀ ଉଦେ୍ଦଶ୍ୟରେ ଏହି ଷ୍ଟାଡିୟମ୍କୁ ଲୋକାର୍ପଣ କରାଯିବ ବୋଲି ଜଣାପଡ଼ିଛି । ଏନେଇ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଜୋର୍ଦାର ଜାରି ରହିଛି । ଫଳରେ ଦୀର୍ଘଦିନ ପରେ କ୍ରୀଡ଼ାବିତ୍ଙ୍କ ସ୍ୱପ୍ନ ସାକାର ହେବ । କେବେ ଉଦ୍ଘାଟନ ହେବ ତାହା ସ୍ପଷ୍ଟ ଜଣାପଡ଼ି ନ ଥିବାବେଳେ ନୂଆବର୍ଷକୁ ହୋଇପାରେ ବୋଲି ଆଲୋଚନା ଜୋର୍ ଧରିଛି ।
ପୁରୀ ପେଣ୍ଠକଟାରେ ଶ୍ରୀଜଗନ୍ନାଥ ଷ୍ଟାଡିୟମ୍ ୧୧ଏକର ପରିମିତ ଜମିରେ ନିର୍ମାଣ ହେଉଛି । ଏଥିଲାଗି ମୋଟ ୫୪କୋଟି ଟଙ୍କା ବ୍ୟୟ କରାଯାଇଛି । ଏହି ଷ୍ଟାଡିୟମ୍ ମଧ୍ୟରେ କି୍ରକେଟ ପଡ଼ିଆ ସମେତ ଦର୍ଶକ ଗ୍ୟାଲେରୀ, ସୁଇମିଂ ପୁଲ୍, ଇନ୍ଡୋର ହଲ୍, ପ୍ୟାଭିଲିୟନ, ଗାଡ଼ି ପାର୍କିଂ ବ୍ୟବସ୍ଥା ଓ ପ୍ରଶାସନିକ ଭବନ ରହିଛି । ବିଶେଷ ଭାବେ କ୍ରିକେଟ୍ ଖେଳ ଦେଖିବା ଲାଗି ୧୫ଶହରୁ ଅଧିକ ଦର୍ଶକ ବସିବାର ସୁବିଧା ରହିଛି । ସେହିଭଳି ସୁଇମିଂ ପୁଲ୍ରେ ପ୍ରତିଯୋଗିତା ଲାଗି ଏକକାଳୀନ ୧୫ଶହରୁ ଅଧିକ ଦର୍ଶକ ବସିବାର ବନେ୍ଦାବସ୍ତ ରହିଛି ।
ଅନ୍ୟପକ୍ଷରେ ଫୁଟ୍ବଲ୍, ରେସଲିଂ, ଜିମ୍ନାଷ୍ଟିକ୍, ଖୋ-ଖୋ, କବାଡ଼ି, ଭଲିବଲ୍, ଜୁଡ଼ୋ, ବକ୍ସିଂ, ବାସ୍କେଟ୍ବଲ୍ ଆଦି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାର ସୁବିଧା ରହିଛି । ସେହିପରି ଏଠାରେ କ୍ରୀଡ଼ାବିତ୍ମାନେ ରହିବା ଲାଗି ହଷ୍ଟେଲର ସୁବିଧା ରହିଛି । ଏହି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଗତ ୪ବର୍ଷ ତଳୁ ଆରମ୍ଭ ହୋଇଥିବା ବେଳେ ତାହା ଏବେ ଶେଷପର୍ଯ୍ୟାୟରେ ପହଞ୍ଚିଛି । ଯାହାକୁ ନେଇ ସମସ୍ତଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।
ସୂଚନାଥାଉକି, ପୁରୀରେ ଏକ ଷ୍ଟାଡିୟମ୍ ନ ଥିବାରୁ କ୍ରୀଡ଼ାର ବିକାଶ ହୋଇପାରୁ ନ ଥିଲା । ଅନେକ ପ୍ରତିଭାବାନ ଖେଳାଳି ଥିଲେ ମଧ୍ୟ ଉପଯୁକ୍ତ କ୍ରୀଡ଼ା ଭିତ୍ତିଭୂମି ନ ଥିଲା ଓ ଉତ୍ତମ ତାଲିମ୍ଧାରୀ ନ ଥିବାରୁ ଅନେକ କ୍ରୀଡ଼ାବିତ୍ ଖେଳି ନ ପାରି ନିରାଶ ହେଉଥିଲେ । ଏବେ ଆଉ ସେ ସମସ୍ୟା ରହିବ ନାହିଁ ବୋଲି କ୍ରୀଡ଼ାବିତ୍ମାନେ ମତପ୍ରକାଶ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *