୧୨ ଘଣ୍ଟିିଆ ମୟୂରଭଞ୍ଜ ବନ୍ଦ

ବାରିପଦା (ଆପ୍ର): ଆଦିବାସୀ ଭାଷା ଓ ଲିପିକୁ ସରକାରୀ ସ୍ୱୀକୃତି ଦିଆଯିବା ଦାବି ନେଇ ମଙ୍ଗଳବାର ୧୨ ଘଣ୍ଟିିଆ ମୟୁରଭଞ୍ଜ ଜିଲ୍ଲା ବନ୍ଦ ପାଳିତ ହୋଇଛି । ମିଳିତ ଆଦିବାସୀ ସଙ୍ଗଠନ ଡାକରାରେ ଜିଲ୍ଲା ବ୍ୟାପି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସଦର ମହକୁମା ବାରିପଦାରେ ମାସାର ରାଜ୍ୟ ସଭାପତି ଶୁକଲାଲ ମାରାଣ୍ଡିଙ୍କ ନେତୃତ୍ୱରେ ପିକେଟିଂ କରିବା ସହ ଦୋକାନ ବଜାର ବନ୍ଦ ରହିଥିଲା । ଜିଲ୍ଲାର ୧୦୦ ଅଲିଚିକି କମୁ୍ୟନିଟି ମୋବିଲାଇଜର ଓ ୨୦ ମୁଣ୍ଡାରୀ ଶିକ୍ଷକଙ୍କୁ ସରକାର ନିଯୁକ୍ତି ଦେଇଥିଲେ ହେଁ ତାଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯାଇନାହିଁ । ରାଇରଙ୍ଗପୁରର ପୋଖରିଆ ଗ୍ରାମରୁ ନବୀନ ନିବାସ ପଦଯାତ୍ରାରେ ଯାଇ ସମସ୍ତ ଶିକ୍ଷକ ଦାବି ଜଣାଇଥିଲେ । ମାତ୍ର ଏହି ଦାବିକୁ ସରକାର କର୍ଣ୍ଣପାତ ନ କରିବାରୁ ବିଭିନ୍ନ ଆଦିବାସୀ ସଙ୍ଗଠନ ପକ୍ଷରୁ ମୟୂରଭଞ୍ଜ ବନ୍ଦ କରାଯାଇଛି ।
ସରକାରୀ କାର୍ଯ୍ୟାଳୟ ଖୋଲା ରହିଥିବା ବେଳେ ପିକେଟିଂ କରି ବନ୍ଦ କରାଯାଇଥିଲା । ଏଥି ସହିତ ଜିଲ୍ଲାରେ ବସ ଚଳାଚଳ ବନ୍ଦ ରହିଥିଲା । ବନ୍ଦକୁ ନେଇ ପୁଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା ।
ସେହିପରି ଆଜି ବେତନଟୀରେ ଏହି ବନ୍ଦର ପ୍ରଭାବ ପଡ଼ିଛି । ସାନ୍ତାଳୀ, ହୋ, ମୁଣ୍ଡାରୀ ଭାଷା ଶିକ୍ଷକଙ୍କୁ ନିୟମିତ କରାଯିବା ଦାବୀରେ ବିଭିନ୍ନ ଆଦିବାସୀ ସଂଗଠନ ପକ୍ଷରୁ ମିଳିତ ଭାବେ ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିିଆ ବନ୍ଦ ପାଳନ ହୋଇଥିଲା । ବେତନଟୀରେ ସମସ୍ତ ଦୋକାନବଜାର, ବ୍ୟାଙ୍କ, କୋର୍ଟକଚେରୀ, ବ୍ଲକ୍, ତହସିଲ, ଶିକ୍ଷା ଅନୁଷ୍ଠାନ ଓ ୧୮ନଂ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା ବନ୍ଦକୁ ସଫଳ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *