ସାର୍ଟିଫିକେଟ୍ ପାଇଁ ଧାରଣା ଦେଲେ ସାମ୍ବାଦିକ
ଷ୍ଟାଫ ଦିଅ, ମୃତୁ୍ୟ ସାର୍ଟିଫିକେଟ୍ ନିଅ
ନରସିଂହପୁର (ଆପ୍ର): ଷ୍ଟାଫ ଦିଅନ୍ତୁ ମୃତୁ୍ୟ ସାର୍ଟିଫିକେଟ ନିଅନ୍ତୁ । ଏହିଭଳି ଅଜବ ଯୁକ୍ତି ବାଢୁଛନ୍ତି କଟକ ଜିଲ୍ଲା କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଦେବାଶିଷ ଜେଠି ।
ସୂଚନାଥାଉକି କାନପୁର ମେଡିକାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଡ଼ ଦେବାଶିଷ ଜେଠି ମାସକୁ ମାତ୍ର ୫ଦିନ ଡିଉଟି କରନ୍ତି । ମେଡିକାଲ ରେ କେଉଁ ଡାକ୍ତର ଆସିଲେ ନ ଆସିଲେ, କେଉଁ ଷ୍ଟାଫ ଠିକରେ ଡିଉଟି କଲେ ନ କଲେ ସେ ଜାଣି ପାରନ୍ତି ନାହିଁ । ଗତ ଏକ ମାସ ତଳେ ନରସିଂହପୁର ଟେଲିଭିଜନ ସାମ୍ବାଦିକ ଦେବୀ ପ୍ରସାଦ ରଥ ଏକ ମୃତୁ୍ୟ ସାର୍ଟିଫିକେଟ ଆବେଦନ କରିଥିଲେ । କାଗଜ ଦେବାରେ ଅବହେଳା କରିଥିବାରୁ ଆଜି ସାମ୍ବାଦିକ ଶ୍ରୀ ରଥ ମେଡିକାଲ ପରସରରେ ଧାରଣାରେ ଦେଇଥିଲେ । ତୁରନ୍ତ ମେଡିକାଲ ଅଫିସର ଡ଼ ଜେଠିଙ୍କୁ ବିଦା କରିବା ସହ ଡ଼ାକ୍ତରଖାନା ରେ ଅନିୟମିତତା ନ ତୁଟିଛି ସେ ପର୍ଯ୍ୟନ୍ତ ଧାରଣା ରେ ବସିବେ ବୋଲି ଦେବୀ ରଥ କହିଥିଲେ ।