୨ଠ୨୨-୨୩ ଆର୍ଥିକ ବର୍ଷ ପାଇଁ ୧୮୩୧ କୋଟି ବ୍ୟୟ ଅଟକଳ
ଜିଲ୍ଲା ଯୋଜନା କମିଟି ବୈ÷ଠକ
ଫୁଲବାଣୀ (ବୁ୍ୟରୋ): ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ୨୨ତମ ଜିଲ୍ଲା ଯୋଜନା କମିଟି ବୈ÷ଠକ ଅନୁଷ୍ଠିତ ହୋଇଯାଇଛି । ବିଜୁ କନ୍ଧମାଳ ଓ ଗଜପତି ଯୋଜନାରେ ଚାଲୁରହିଥିବା ଏବଂ ଆଗକୁ କରାଯିବାକୁ ଥିବା ରାଜ୍ୟ ସରକାରଙ୍କ ଉନ୍ନୟନ କାର୍ଯ୍ୟ ସଂପର୍କରେ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଜନ ପ୍ରତିନିଧି ତଦାରଖ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ । ମୁଖ୍ୟମନ୍ତ୍ରୀ କନ୍ଧମାଳ ଓ ଗଜପତି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନା କରିଛନ୍ତି । ୫-ଟି ଓ ମୋ ସରକାର ଭଳି ଲୋକାଭିମୁଖୀ ଶାସନ ବ୍ୟବସ୍ଥା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ଏକ ଅଭିନବ ପଦକ୍ଷେପ । ଜିଲ୍ଲାର ପ୍ରଗତି ପାଇଁ କନ୍ଧମାଳ ଜିଲ୍ଲାପାଳ ଓ ସାଂସଦଙ୍କ କାର୍ଯ୍ୟକ୍ରମ ପ୍ରଶଂସନୀୟ ବୋଲି ମନ୍ତ୍ରୀ କହିଥିଲେ । କନ୍ଧମାଳକୁ ଏକ ଉନ୍ନତ ଜିଲ୍ଲାରେ ପରିଣତ କରିବାକୁ ବିଧାୟକମାନଙ୍କର ସହଯୋଗ କାମନା କରିଥିଲେ ମନ୍ତ୍ରୀ ଶ୍ରୀଯୁକ୍ତ ସାହୁ । କନ୍ଧମାଳ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱର, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ ପ୍ରମୁଖ ବୈ÷ଠକରେ ଉପସ୍ଥିତ ଥିଲେ । ଜିଲ୍ଲା ଯୋଜନା ଅଟକଳ ୨୦୨୧-୨୨ ଓ ୨୦୨୨-୨୩ ଏବଂ ବିଜୁ କନ୍ଧମାଳ ଓ ଗଜପତି ଯୋଜନା୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ବାର୍ଷିକ ଯୋଜନାକୁ ଅନୁମୋଦନ ପାଇଁ ଜିଲ୍ଲାପାଳ ସମସ୍ତଙ୍କର ମୂଲ୍ୟବାନ ପରାମର୍ଶ କାମନା କରିଥିଲେ । ଯୋଜନା ଉପ-ନିଦେ୍ର୍ଦଶକ ଭୀମସେନ ବାର୍ଲା ପାୱାର ପଏଣ୍ଟ ମାଧ୍ୟମରେ ସଂକ୍ଷିପ୍ତ ଜିଲ୍ଲା ପରିଚୟ, ଜିଲ୍ଲାର ଅଗ୍ରଣୀ କାର୍ଯ୍ୟକ୍ରମ, ଜିଲ୍ଲାର ଶକ୍ତି, ଦୁର୍ବଳତା, ସୁଯୋଗ ଓ ଆଶଙ୍କା ଆଧାରିତ ରଣନୀତି ଯୋଜନା, ଅର୍ଥିକ ବର୍ଷ ୨୦୨୧-୨୨ ଓ ୨୦୨୨-୨୩ ପାଇଁ ବିଭାଗବାରି ଅଟକଳ ଉପରେ ତଥ୍ୟ ପ୍ରଦାନ କରିଥିଲେ ।
କୃଷି ଓ ଅନୁସଙ୍ଗିକ କାର୍ଯ୍ୟକ୍ରମ, ଗ୍ରାମ୍ୟ ଉନ୍ନୟନ, ବିଶେଷ ଆଞ୍ଚଳିକ କାର୍ଯ୍ୟକ୍ରମ, ଜଳ ସେଚନ ଓ ବନ୍ୟା ନିୟନ୍ତ୍ରଣ, ଶକ୍ତି ବିଭାଗ, ଶିଳ୍ପ ଓ ଖଣିଜ, ପରିବହନ, ବିଜ୍ଞାନ, ପ୍ରଦୁ୍ୟଗିକ ଓ ପରିବେଶ, ସାଧାରଣ ଆର୍ଥିକ ସେବା, ସାମାଜିକ ସେବା ଓ ସାଧାରଣ ସରକାରୀ ସେବା ବାବଦରେ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ସମୁଦାୟ ୧,୬୬୪କୋଟି ୭୩ ଲକ୍ଷ୯୪ ହଜାର ଓ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସମୁଦାୟ ୧,୮୩୧ କୋଟି ୨୧ ଲକ୍ଷ ୩୫ ହଜାର ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି । ସେହିପରି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବିଜୁ କନ୍ଧମାଳ ଓ ଗଜପତି ଯୋଜନାରେ ସଡ଼କ, ବିଜୁଳି, ପାଣି, ଓ ଅନ୍ୟାନ୍ୟ ବାବଦରେ ସମୁଦାୟ ୬କୋଟି ଟଙ୍କାର ବ୍ୟୟ ଅଟକଳ ଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସେସବୁ ବାବଦରେ ଜିଲ୍ଲା ଯୋଜନା କମିଟି ଦ୍ୱାରା ଅନୁମୋଦିତ ସମୁଦାୟ ୬କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଉକ୍ତ ବୈ÷ଠକରେ କନ୍ଧମାଳ ସାଂସଦ ପ୍ରତିନିଧି ଦେବେନ୍ଦ୍ର କୁମାର ସାମଲ, ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ୍ଙ୍କ ସମେତ ଜିଲ୍ଲା ଯୋଜନା କମିଟିର ସମସ୍ତ ସମସ୍ତ ସଭ୍ୟ/ସଭ୍ୟା ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ ।