ଆତଙ୍କୀ କବଜାରେ ପାକ୍ ସେନା ଛାଉଣୀ

ଇସଲାମାବାଦ, ୧୯ା୧୨ : ଆତଙ୍କବାଦୀମାନଙ୍କୁ ଲାଳନପାଳନ କରିବାକୁ ପାକିସ୍ତାନ ନିଜେ ଏବେ ଆତଙ୍କ ଖାଈରେ ପଡିଛି । ଡନ୍ ନୁ୍ୟଜ୍ ରିପୋର୍ଟ ଅନୁଯାୟୀ ଖାଇବର ପଖତୁନଖ୍ୱାର ବନ୍ନୁସ୍ଥିତ ଥିବା ଏକ ସେନା ଛାଉଣି ଗତ ୨୪ ଘଣ୍ଟାରୁ ଅଧିକ ଧରି ଆତଙ୍କୀମାନଙ୍କ କବଜାରେ ରହିଛି । ପାକ୍ ସରକାର ସେମାନଙ୍କ କବଜାରୁ ସେନା ଛାଉଣିକୁ ମୁକ୍ତ କରିପାରୁ ନାହାନ୍ତି । ଏହି ସେନା ଶିବିର ହତା ଭିତରେ ଥିବା କାଉଣ୍ଟର-ଟେରରିଜମ୍ ବିଭାଗ (ସିଟିଡି)ରେ ଅଟକ ରଖାଯାଇଥିବା ପ୍ରାୟ ୨୫ ଆତଙ୍କବାଦୀ ସେନା ଛାଉଣିକୁ ଦଖଲ କରିନେଇ ସୈନିକମାନଙ୍କୁ ପଣବନ୍ଦୀ କରି ରଖିଛନ୍ତି । ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଗୁଳି ବିନିମୟରେ ଚାରିଜଣ ପୁଲିସ୍ କର୍ମଚାରୀଙ୍କ ମୃତୁ୍ୟ ଘଟିଥିବା ଜଣାପଡିଛି ।
ତେହରିକ୍-ଇ-ତାଲିବାନ ପାକିସ୍ତାନ (ଟିଟିପି) ଏହି କାଣ୍ଡ ପାଇଁ ନିଜକୁ ଦାୟୀ କରିଛି । ଟିଟିପି କର୍ମକର୍ତ୍ତାଙ୍କ ସହ ସରକାରଙ୍କ ଆଲୋଚନାରେ ଅଗ୍ରଗତି ଘଟିନାହିଁ । ଆତଙ୍କବାଦୀମାନେ ସିଟିଡି ସେଣ୍ଟରର ପୁଲିସ୍ମାନଙ୍କଠାରୁ ମାରଣାସ୍ତ୍ର ଛଡାଇ ନେଇ ଗୋଟିଏ ଭିଡିଓ ଜାରି କରିଛନ୍ତି । ଏହି ୨୫ ଆତଙ୍କବାଦୀଙ୍କୁ ହେଲିକପ୍ଟର ଯୋଗେ ସୁରକ୍ଷିତଭାବେ ଆଫ୍ଗାନ ସୀମା ଭିତରେ ଛାଡି ଦେବା ପାଇଁ ଟିଟିପି ପକ୍ଷରୁ ଦାବି କରାଯାଇଛି ।
ଶାହୱାଜ ସରକାର ତୁରନ୍ତ ବଳ ପ୍ରୟୋଗ କରିବାକୁ ଅକ୍ଷମ । ଏପରି ଟିଟିପି ଦେଶସାରା ହିଂସାକାଣ୍ଡ ସୃଷ୍ଟି କରିବା ଆଶଙ୍କା ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *