ଜରାଜୀର୍ଣ୍ଣ ଅବସ୍ଥାରେ ଘୋଡ଼ାଡିଅାଁ ନାଳ ପୋଲ

ପରଜଙ୍ଗ (ଆପ୍ର):ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ହାତୀଲୁଚାଣୀ ଛକ ନିକଟରେ ରହିିଥିବା ଘୋଡାଡିଅାଁ ନାଳ ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଛି । ଦୀର୍ଘ ୪୦ ବର୍ଷରୁ ଊଦ୍ଧ୍ୱର୍ ହେବ ଏକ ଘୋଡାଡିଅାଁ ନାଳପୋଲ ନିର୍ମାଣ କରାଯାଇଥିବା ବେଳେ ପୋଲ ଦେଇ ଛୋଟ ବଡ ଭାରିଯାନ ଠାରୁ ଆରମ୍ଭ କରି ଯାତ୍ରାବାହୀ ବସ ସମେତ ଅନ୍ୟ ଗାଡି ଯାତାୟତ କରୁଛି । ବର୍ତ୍ତମାନ ଏହି ପୋଲଟିର ଅବସ୍ଥା ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଛି । ପରଜଙ୍ଗ ଦେଇ କୁନାଲ ନାମକ କମ୍ପାନୀ ୪ଲେନ ବିଶିଷ୍ଟ ଜାତୀୟ ରାଜପଥ ନିର୍ମାଣ କରିଥିଲେ ମଧ୍ୟ ହାତୀଲୁଚାଣୀ ଛକଠାରୁ ନୂତନ ଭାବେ ନିର୍ମିତ ହେଉଥିବା ଜାତୀୟ ରାଜପଥ ପର୍ଯ୍ୟନ୍ତ ନାଳ ପୋଲ ସମେତ ଏହି ସୀମିତ ରାସ୍ତାର ଅବସ୍ଥା ଅତି ଦୟନୀୟ ଅବସ୍ଥାରେ ରହିଛି । ଏହି ସୀମିତ ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀବାହୀ ଗାଡି ଓ ଅନ୍ୟ ପଥଚାରୀ ମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ରାସ୍ତାଟି ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଯାତ୍ରୀମାନେ ଅନେକ ସମସ୍ୟା ମଧ୍ୟ ଦେଇ ଯାତାୟତ କରୁଛନ୍ତି । ସଙ୍କୀର୍ଣ୍ଣ ରାସ୍ତା ତଥା ପେଟ୍ରୋଲ ପମ୍ପ ଠାରୁ ହାତୀଲୁଚାଣୀ ଛକ ମାତ୍ର ଗୋଟିଏ କିଲୋମିଟର ମଧ୍ୟରେ ଅବସ୍ଥିତ । ଏହି ରାସ୍ତା ମଧ୍ୟରେ ଘୋଡାଡିଅାଁ ନାଳ ପୋଲ ରହିଛି । ଦୀର୍ଘ ଦିନ ହେବ ପୋଲର ରକ୍ଷଣାବେକ୍ଷଣ ହେଉନଥିବାରୁ ପୋଲ ଉପରେ ଦିଆଯାଇଥିବା ଲୁହା ଛଡ ଦେଖାଗଲାଣି । ଦୀର୍ଘ ବର୍ଷର ପୋଲ ବର୍ତ୍ତମାନ ବିପଦ ସଙ୍କୁଳ ଦିଗକୁ ଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ଏପର୍ଯ୍ୟନ୍ତ ପଡିନାହିଁ । ତୁରନ୍ତ ବିପଦ ସଙ୍କୁଳ ପୋଲ ମରାମତି ସହ ହାତୀ ଲୁଚାଣୀ ଛକଠାରୁ ପେଟ୍ରେଲ ପମ୍ପ ପର୍ଯ୍ୟନ୍ତ ମରଣଯନ୍ତା ରାସ୍ତାକୁ ମରାମତି କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *