ତଳେ ଶୋଉଛନ୍ତି ପିଲା

ସ୍ମାର୍ଟ ହାଇସ୍କୁଲ ହଷ୍ଟେଲରେ ଖଟ ନାହିଁ
ଚକାପାଦ (ଆପ୍ର): କନ୍ଧମାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବ୍ରାହ୍ମଣପାଦ ଶ୍ରୀ ବିରୂପାକ୍ଷ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ୧୦୦ ଶଯ୍ୟା ବିଶିଷ୍ଟ ବାଳକ ଛାତ୍ରାବାସରେ ଅଦ୍ୟାବଧି ଖଟ ଯୋଗାଣ ହୋଇ ନ ଥିବାରୁ ପିଲାମାନେ ତଳେ ଶୟନ କରୁଥିବା ଦୃଷ୍ଟିଗୋଚର ହେଇଛି । ସୂଚନାଯୋଗ୍ୟ ଏହି ଛାତ୍ରାବାସଟି ୨୦୧୬-୧୭ ଶିକ୍ଷାବର୍ଷଠାରୁ କାର୍ଯ୍ୟକାରୀ ହୋଇଥିଲେ ହେଁ ପିଲାମାନଙ୍କ ପାଇଁ ବିଭାଗୀୟ ଅଧିକାରୀ ଖଟଯୋଗାଣ ଉପରେ କୌଣସି ପଦକ୍ଷେପ ନେଇନାହାଁନ୍ତି । ପୂର୍ବରୁ ଏ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ, ବିଦ୍ୟାଳୟ ପରିଚାଳନା କମିଟି, ମୋ ସ୍କୁଲ ଅଭିଯାନ ସଭାପତି ଉମା ଚରଣ ମଳିକଙ୍କ ଦ୍ୱାରା ବହୁବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କିଛି ସୁଫଳ ମିଳିନାହିଁ । ବର୍ତ୍ତମାନ ଏହି ଛାତ୍ରାବାସରେ ୪୦ ବିଦ୍ୟାର୍ଥୀ ରହୁଛନ୍ତି । ଗତକାଲି ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ତଥା ସାମ୍ବାଦିକ ପ୍ରମୋଦ କୁମାର ସାହୁ ଜିଲ୍ଲା ମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରାଙ୍କୁ ଏ ସମ୍ପର୍କରେ ଅବଗତ କରିବାରୁ ସେ ତତ୍କ୍ଷଣାତ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଠାରୁ ବାଳକ ଛାତ୍ରାବାସ ଅନ୍ତେବାସୀଙ୍କ ଏକ ରିପୋର୍ଟ ମାଗିବା ସହ ଖୁବ୍ ଶୀଘ୍ର ଖଟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *