ବିଶ୍ୱବିଦ୍ୟାଳୟ ଫାଟକ ବନ୍ଦ କରି ଧାରଣା

ତ୍ରୁଟିପୂର୍ଣ୍ଣ ମାର୍କିଂ ନେଇ ତେଜିଲା ଛାତ୍ର ଅସନ୍ତୋଷ
ବାରିପଦା (ଆପ୍ର): ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ତ୍ରୁଟିପୂର୍ଣ୍ଣ ମାର୍କିଂକୁ ନେଇ ପୁଣି ତେଜିଛି ଅସନ୍ତୋଷ । ଆଜି ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକକୁ ପୁନଶ୍ଚ ବନ୍ଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ଜିଲ୍ଲାର ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଯୁକ୍ତ ୩ ଦ୍ୱିତୀୟ ବର୍ଷର ତୃତୀୟ ସେମିଷ୍ଟାର ପରୀକ୍ଷା ଫଳରେ ପ୍ରାୟତଃ ୯୦ ପ୍ରତିଶତ ଛାତ୍ରଛାତ୍ରୀ ଇଂରାଜୀ ବିଷୟରେ ଅକୃତ କାର୍ଯ୍ୟ ହୋଇଛନ୍ତି । ପରୀକ୍ଷାରେ ସିଲାବସ ବାହାରୁ ପ୍ରଶ୍ନ ଆସିଥିଲା । ହେଲେ ଏଥିପ୍ରତି ପୂର୍ବରୁ ଛାତ୍ରଛାତ୍ରୀଭ୍କୁ ଅବଗତ କରାଯାଇ ନଥିଲା । ମାର୍କିଂରେ ଗ୍ରେସ ନମ୍ବର ଦିଆଯିବ ବୋଲି କହିଥିଲେ ମଧ୍ୟ ତ୍ରୁଟିପୂର୍ଣ୍ଣ ମାର୍କିଂ କରି ଫେଲ କରାଯାଇଛି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଉକ୍ତ ଘଟଣାକୁ ନେଇ ଗତ ଡିସେମ୍ବର ୧୨ରେ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ସମ୍ମୁଖ ଫାଟକ ବନ୍ଦ କରି ଆନେ୍ଦାଳନ କରିଥିଲେ । ଘଟଣାର ସମାଧାନ ଡିସେମ୍ବର ୧୭ତାରିଖ ସୁଦ୍ଧା ହେବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃର୍ପକ୍ଷ ପ୍ରତିଶ୍ରୁତି ଦେବା ପରେ ଆନେ୍ଦାଳନ ସ୍ଥଗିତ ହୋଇଥିଲା । ସମାଧାନ ନହେବାରୁ ଆଜି ପୁନଶ୍ଚ ମୁଖ୍ୟ ଫାଟକ ବନ୍ଦ କରି ଆନେ୍ଦାଳନ କରିଛନ୍ତି ଛାତ୍ରଛାତ୍ରୀ । ପୁଲିସ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃର୍ପକ୍ଷ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ସମାଧାନ ନହେଲେ ଆଗକୁ ଆନେ୍ଦାଳନ ତୀବ୍ରରୂପ ନେବ ବୋଲି ଶୁଭମ ପାଣି, ଶଙ୍କର୍ଷଣ ପଣ୍ଡା, ଜ୍ୟୋର୍ତିମୟୀ ପାଣ୍ଡେ, ଡଲିରାଣୀ ଗିରି, ଦେବସ୍ମିତା ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *