ନୌସେନାରେ ମୋର୍ମୁଗାଓ
ମୁମ୍ବାଇ, ୧୮ା୧୨: ସ୍ୱଦେଶ ନିର୍ମିତ କ୍ଷେପଣାସ୍ତ୍ର ବିଧ୍ୱଂସକ ଯୁଦ୍ଧ ଜାହାଜ ‘ଆଇଏନ୍ଏସ୍ ମୋର୍ମୁଗାଓ’କୁ ରବିବାର ନୌସେନାରେ ସାମିଲ କରାଯାଇଛି । ମୁମ୍ବାଇରେ ଆୟୋଜିତ କମିଶନିଂ ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ନୌବାହିନୀ ମୁଖ୍ୟ ଆଡମିରାଲ୍ ଆର୍ ହରି କୁମାର ଓ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଉପସ୍ଥିତ ଥିଲେ । ପ୍ରତିରକ୍ଷା ମନ୍ତ୍ରୀ କହିଲେ ଆଇଏନ୍ଏସ୍ ମୋର୍ମୁଗାଓ ଭାରତରେ ନିର୍ମିତ ସବୁଠାରୁ ଶକ୍ତିଶାଳୀ ତଥା ଘାତକ ଯୁଦ୍ଧ ଜାହାଜ ମଧ୍ୟରେ ଅନ୍ୟତମ । ଏହାଦ୍ୱାରା ନୌବାହିନୀର ପରାକ୍ରମ ବଢ଼ିବ ।
ମୋର୍ମୁଗାଓର ଲମ୍ବ ୧୬୩ ମିଟର, ପ୍ରସ୍ଥ ୧୭ ମିଟର, ଓଜନ ୭,୪ଠଠ ଟନ୍ । ଏଥିରେ ୪ଟି ଶକ୍ତିଶାଳୀ ଗ୍ୟାସ୍ ଟର୍ବାଇନ୍ ଅଛି । ମୋର୍ମୁଗାଓର ଘଣ୍ଟା ପ୍ରତି ବେଗ ୩ଠ ନଟିକାଲ୍ ମାଇଲ୍ ବା ୪୮ କିମି । ଜାହାଜର ବାହ୍ୟସ୍ତର ସ୍ୱତନ୍ତ୍ର ଇସ୍ପାତରେ ନିର୍ମିତ ହୋଇଥିବାରୁ ଶତ୍ରୁପକ୍ଷର ରାଡାର୍ ଏହାକୁ ଠାବ କରିପାରିବ ନାହିଁ । ପ୍ରୋଜେକ୍ଟ ୧୫-ବି ଅଧୀନରେ ନିର୍ମିତ ମୋର୍ମୁଗାଓରେ ଏକେ-୬୩ଠ ଆଣ୍ଟି ମିସାଇଲ୍ ଗନ୍ ସିଷ୍ଟମ ଓ ଦୁଇଟି ଆର୍ବିଇୟୁ-୬ଠଠଠ ଆଣ୍ଟି ସବ୍ମରିନ୍ ରକେଟ୍ ଲଞ୍ଚର ରହିଛି । ୨ଠ୨୧ ଡିସେମ୍ବର ୧୯ରେ ପ୍ରଥମ ଥର ପାଇଁ ସମୁଦ୍ରରେ ପ୍ରବେଶ କରିଥିବା ଏହି ଯୁଦ୍ଧପୋତର ଡିଜାଇନ୍ ଦେଇଥିଲା ନୌସେନାର ୱାରସିପ୍ ଡିଜାଇନ୍ ବୁ୍ୟରୋ ।