ଉଠାଦୋକାନ, ବେଆଇନ ପାର୍କିଂ ଯୋଗୁ ବେଳାଭୂମି ରାସ୍ତା ଜାମ୍

ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ହନ୍ତସନ୍ତ
ପୁରୀ (ବୁ୍ୟରୋ): ବର୍ତ୍ତମାନ ପର୍ଯ୍ୟଟନ ଋତୁ ଓ ଆଗକୁ ନୂଆବର୍ଷ ଥିବାରୁ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ତେଣୁ ସମସ୍ତଙ୍କ ନଜର ବେଳାଭୂମି ଉପରେ । ହେଲେ ସେପଟେ ବୋଳଭୂମି ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ରାସ୍ତା ଉପରକୁ ଉଠାଦୋକାନୀଙ୍କ ସମେତ ବହୁ ହୋଟେଲ୍ ଜବରଦଖଲ କରି ରଖିଥିବା ଦେଖିବାକୁ ମିଳିଛି । ଏହି ଦୋକାନ ଓ ହୋଟେଲ୍ ଯୋଗୁ ବେଆଇନ ପାର୍କିଂ ମଧ୍ୟ ବଢ଼ୁଥିବା ବେଳେ ରାସ୍ତା ସଙ୍କୁଚିତ ହେବାରେ ଲାଗିଛି ।
ପୁରୀ ବେଳାଭୂମିକୁ ଅନ୍ତର୍ଜାତୀୟ ସ୍ତରରେ ବେଳାଭୂମି କରିବା ପାଇଁ ଯୋଜନା ଚାଲିଥିବା ବେଳେ ରବିବାର ଦେଖାଦେଇଥିବା ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ରବିବାର ଛୁଟି ଥିବାରୁ ସଞ୍ଜ ନଇଁବା ପରେ ସମୁଦ୍ର କୂଳକୁ ଛୁଟିଥିଲା ଗାଡି । ଫଳରେ ପୁରୀ ହୋଟେଲ ସମ୍ମୁଖ ବେଳାଭୂମି ରାସ୍ତାରେ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା । ଦୁଇକଡ଼ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇ ଯିବା ସହ କେହି ବି ଆଗକୁ କି ପଛକୁ ଘୁଞ୍ଚôପାରିନଥିଳେ । ଦୀର୍ଘ ସମୟରେ ଟ୍ରାଫିକ୍ ପୁଲିସ ଘଟଣାସ୍ଥଳରେ ପହଞ୍ଚô ପରିସ୍ଥିତକୁ ଆୟତ କରିବା ପାଇଁ ନାକେଦମ୍ ହୋଇଥିଲା । ନୂଆବର୍ଷକୁ ଆଉ କିଛିଦିନ ସମୟ ଥିବା ବେଳେ ତାହା ପୂର୍ବରୁ ଯଦି ଏଭଳି ଅବସ୍ଥା ତେବେ ନୂଆବର୍ଷକୁ ଅବସ୍ଥା କିଭଳି ରହିବ ତାହା କହିବା ମୁସ୍କିଲ୍ ।
ସୁଚନାଥାଉକି, ବେଳାଭୂମିକୁ ରାସ୍ତା ଗୋଟିଏ ହୋଇଥିବାରୁ ଦିଗବାରେଣୀ ଛକ ଠାରୁ ଚୈତନ୍ୟ ଛକ ପର୍ଯ୍ୟନ୍ତ ଏକ ପାଖିଆ ରାସ୍ତା । ହେଲେ ସେହି ରାସ୍ତା ଉପରେ ହୋଟେଲରେ ରହୁଥିବା ପର୍ଯ୍ୟଟକଙ୍କ ଗାଡି ପାର୍କିଂ ହେବା ଓ ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ନିର୍ମାଣ ହୋଇଥିବା ରାସ୍ତା ଉପରେ ଉଠା ବ୍ୟବସାୟୀ ତାଙ୍କର ବ୍ୟବସାୟ ଆସର ଧରି ବସିଛନ୍ତି । ଫଳରେ ସନ୍ଧ୍ୟାରେ ବେଳାଭୁମି ଉପଭୋଗ କରିବାକୁ ସମସ୍ତେ ମୁହାଁଇଥିବା ବେଳେ ପୁରୀ ହୋଟେଲ ସମ୍ମୁଖ ରାସ୍ତା ସମ୍ପୂର୍ଣ୍ଣ ଜାମ୍ ହୋଇଥିଲା । ଏହି ଜାମ୍ରେ ଶ୍ରଦ୍ଧାଳୁଙ୍କ ଠାରୁ ଆରମ୍ଭ କରି ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଫସି ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
ସ୍ଥାନୀୟ ଦୋକାନୀ ସୀତାରାମ ଦତ୍ତ କହିଛନ୍ତି ଯେ, ଆଗରୁ ଏଭଳି ପରିସ୍ଥିତି କେବେ ସୃଷ୍ଟି ହୋଇନଥିଲା । ହୋଟେଲ ଭିତରେ ଗାଡି ରହିବାକୁ ଜାଗା ନଥିବାରୁ ସେମାନେ ରାସ୍ତା ଉପରକୁ ପାଚେରି ମଡ଼ାଇଛନ୍ତି; ଫଳରେ ସେଠାକୁ ଆସୁଥିବା ଗ୍ରାହକମାନେ ରାସ୍ତା ଉପରେ ଗାଡ଼ି ପାର୍କିଂ କରୁଥିବାରୁ ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହେଉଛି । ଏ ସମ୍ପର୍କରେ ପୁଲିସ ଅଧିକାରୀ ଜାଣିଥିଲେ ସୁଧା ସେମାନଙ୍କ ଠାରୁ ମୋଟା ଅଙ୍କର ପିସି ନେଇ ଚୁପ୍ ବସି ରହିଥିବା ଅଭିଯୋଗ ହେଉଛି । ସେହିପରି ହୋଟେଲ ଗାଡି ଓ ଉଠା ଦେକାନୀଙ୍କ ସମ୍ପର୍କରେ ପୁଲିସ୍ ପଚାରିବାରୁ ସେମାନଙ୍କୁ ବାରମ୍ବାର ତାଗିଦ୍ ସତ୍ତ୍ୱେ ସେମାନେ ମାନୁନାହାନ୍ତି ବୋଲି ସଫେଇ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *