ସ୍ତ୍ରୀକୁ ୫ଠ ଖଣ୍ଡ କଲା ଅଭିଯୁକ୍ତ

ଝାଡ଼ଖଣ୍ଡରେ ଦିଲ୍ଲୀ କାଣ୍ଡର ପୁନରାବୃତ୍ତି
ରାଞ୍ଚô (ଏଜେନ୍ସି): ଦିଲ୍ଲୀ ଭଳି ଝାଡଖଣ୍ଡରୁ ମଧ୍ୟ ଏକ ଜଘନ୍ୟ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ମିଳିଛି । ଏଠାରେ ଜଣେ ବ୍ୟକ୍ତି ନିଜ ଦ୍ୱିତୀୟ ପତ୍ନୀଙ୍କୁ ହତ୍ୟା କରିବା ପରେ ୫ଠରୁ ଅଧିକ ଖଣ୍ଡରେ କାଟି ପକାଇଛି । ଅଭିଯୁକ୍ତର ନାମ ଦିଲଦାର ଅନ୍ସାରୀ (୨୫) ଏବଂ ସେ ନିଜ ଦ୍ୱିତୀୟ ପତ୍ନୀ ରିବିକା (୨୨)ଙ୍କୁ ହତ୍ୟା କରିବା ପରେ ଏକ ଇଲେକ୍ଟି୍ରକ୍ କଟରରେ ମୃତଦେହକୁ ୫ଠ ଖଣ୍ଡରେ କାଟିଥିଲା । ପରେ ସେସବୁକୁ ଘର ଠାରୁ କିଛି ଦୂରରେ ନେଇ ଏଣେ ତେଣେ ଫିଙ୍ଗି ଦେଇଥିଲା । ରାସ୍ତାରେ ବୁଲାକୁକୁର ସେସବୁକୁ ଝୁଣି ଖାଉଥିବା ସ୍ଥାନୀୟ ଲୋକ ଦେଖିବା ପରେ ପୁଲିସ୍କୁ ସୂଚନା ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ପୁଲିସ୍ ମୃତଦେହର ମାତ୍ର ୧୮ଖଣ୍ଡ ହିଁ ଜବତ କରିପାରିଛି । ତେବେ ଏପର୍ଯ୍ୟନ୍ତ ରିବିକାଙ୍କ ମୁଣ୍ଡକୁ ପୁଲିସ୍ ଠାବ କରିପାରିନାହିଁ । ରିବିକା ସାହିବଗଞ୍ଜର ଡୋଡା ପାହାଡିଆ ଅଞ୍ଚଳର ଆଦିମ ଜନଜାତି ସମ୍ପ୍ରଦାୟର ଥିବା ବେଳେ ଦିଲଦାର ତାଙ୍କୁ ଗତ ମାସକ ତଳେ ପ୍ରେମ ବିବାହ କରିଥିଲା । କିନ୍ତୁ ଏହାକୁ ଦିଲଦାରର ପରିବାର ଲୋକେ କିମ୍ବା ତା’ ପ୍ରଥମ ପତ୍ନୀ ଗ୍ରହଣ କରିନଥିଲେ । ପରିବାରରେ ବରାବର ଅସନ୍ତୋଷ ଲାଗି ରହୁଥିଲା । ତେବେ ଏଥିରେ ଉତ୍କ୍ଷିପ୍ତ ହୋଇ ଦିଲଦାର ରିବିକାଙ୍କୁ ହତ୍ୟା କରିଥିବା ପୁଲିସ୍କୁ କହିଛି । ପୁଲିସ୍ ଦିଲଦାରକୁ ଗିରଫ କରିବା ସହ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *