ଛାତ୍ରଙ୍କ ବେକରୁ ବାହାରିଲା ଜାଭଲିନ୍

ଭୁବନେଶ୍ୱର/ବଲାଙ୍ଗୀର, ୧୭ା୧୨ (ବୁ୍ୟରୋ): ଛାତ୍ରଙ୍କ ବେକରୁ କଢ଼ାଗଲା ଜାଭଲିନ । ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଦୀର୍ଘ ୩ ଘଣ୍ଟାର ଅସ୍ତ୍ରୋପଚାର ପରେ ଛାତ୍ରଙ୍କ ବେକରୁ ଜାଭଲିନ ବାହାର କରାଯାଇଛି । ଏବେ ଛାତ୍ର ଜଣଙ୍କ ସୁସ୍ଥ ଅଛନ୍ତି । ବଲାଙ୍ଗୀର ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଚାଲିଥିବାବେଳେ ଛାତ୍ରଙ୍କ ବେକରେ ପଶିଯାଇଥିଲା ଜାଭେଲିନ୍ । ସ୍ୱତନ୍ତ୍ର ୮ଜଣିଆ ଡାକ୍ତରୀ ଟିମ୍ଙ୍କ ଅପରେସନ ପରେ ସୁସ୍ଥ ଅଛନ୍ତି ସଦାନନ୍ଦ ।
ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି । ଉନ୍ନତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସମସ୍ତ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଦେ୍ର୍ଦଶ ଦେଇଛନ୍ତି । ଏହା ସହ ଛାତ୍ରର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶକ୍ରମେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ବଲାଙ୍ଗୀର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସଦାନନ୍ଦ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଛାତ୍ରଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇ ଦିଆଯିବା ସହ ୩୦ ହଜାର ଟଙ୍କା ରେଡକ୍ରସ ପାଣ୍ଠିରୁ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ । ସୂଚନାଯୋଗ୍ୟ, ଶନିବାର ସକାଳେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଚାଲିଥିବାବେଳେ ନବମ ଶ୍ରେଣୀ ଛାତ୍ର ସଦାନନ୍ଦ ମେହେରଙ୍କ ବେକରେ ଜାଭଲିନ୍ ପଶିଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *