ଖୁଡ଼ୀକୁ ହତ୍ୟାକରି ୧ଠ ଖଣ୍ଡ କଲା ପୁତୁରା

ରାଜସ୍ଥାନରେ ଦିଲ୍ଲୀ ଘଟଣାର ପୁନରାବୃତ୍ତି
ଜୟପୁର (ଏଜେନ୍ସି): ବହୁ ଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଘଟଣା ପରେ ଏବେ ରାଜସ୍ଥାନର ଜୟପୁରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ଯୁବ ଇଞ୍ଜିନିୟର ନିଜ ବିଧବା ଖୁଡୀଙ୍କୁ ହତ୍ୟା କରିବା ପରେ ମାର୍ବଲ୍ କଟରରେ ୧ଠ ଖଣ୍ଡ କରି କାଟିଥିବା ଏବଂ ସେସବୁକୁ ଏଣେ ତେଣେ ଫିଙ୍ଗି ଦେଇଥିବା ନେଇ ସୂଚନା ମିଳିଛି ।
ପ୍ରାପ୍ତ ସୂଚନାନୁସାରେ ଅନୁଜ ଶର୍ମା ନାମକ ଜଣେ ଯୁବକ ଯିଏକି ପେଶାରେ ଜଣେ ଇଞ୍ଜିନିୟର ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇଛି । ଗତ ୧୩ ତାରିଖରେ ଅନୁଜ ଏକ ସତ୍ସଙ୍ଗ ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦିଲ୍ଲୀ ଯିବାକୁ ଚାହୁଁଥିବା ବେଳେ ଖୁଡୀ ସରୋଜ ଦେବୀ (୬୨ବର୍ଷ) ତାଙ୍କୁ ମନା କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ଅନୁଜ ଏକ ହାତୁଡିରେ ସରୋଜ ଦେବୀଙ୍କୁ ମୁଣ୍ଡକୁ ପଛପଟୁ ଆଘାତ ଦେଇଥିଲା । ଅତ୍ୟଧିକ ରକ୍ତସ୍ରାବ ଯୋଗୁ ସରୋଜ ଦେବୀଙ୍କ ଘଟଣାସ୍ଥଳରେ ହିଁ ମୃତୁ୍ୟ ହୋଇଯିବା ପରେ ଅନୁଜ ମୃତଦେହକୁ ଖଣ୍ଡଖଣ୍ଡ କରି କାଟିପକାଇଥିଲା । ପରେ ସେସବୁକୁ ଦିଲ୍ଲୀ-ସିକ୍କର ହାଇୱେର ୩ଟି ପୃଥକ୍ ସ୍ଥାନରେ ଫିଙ୍ଗିଦେଇ ଆସିଥିଲା ।
ସରୋଜ ଦେବୀଙ୍କ ସ୍ୱାମୀଙ୍କ ମୃତୁ୍ୟ ୧୯୯୫ ମସିହାରେ ହୋଇସାରିଛି । ତାଙ୍କର ୨ଝିଅ ଏବଂ ଜଣେ ପୁଅ ଅଛନ୍ତି । ତେବେ ୨ଝିଅଙ୍କ ବିବାହ ହୋଇସାରିଥିବା ବେଳେ ଏବଂ ପୁଅ ବିଦେଶରେ ରହୁଥିବାରୁ ସରୋଜ ଦେବୀ ନିଜ ଦେଢ଼ଶୁର ବଦ୍ରିପ୍ରସାଦ ଶର୍ମା ଏବଂ ସେମାନଙ୍କ ୨ ପିଲା (ଅନୁଜ ଏବଂ ଅନୁଜର ବଡ଼ ଭଉଣୀ ଶିବି)ଙ୍କ ସହ ଘରେ ରହୁଥିଲେ । ସରୋଜ ଦେବୀ ଅନୁଜ ଏବଂ ଶିବିଙ୍କୁ ମଧ୍ୟ ନିଜ ପିଲାଙ୍କ ପରି ଦେଖୁଥିଲେ । ଝିଆରୀ ଶିବି ଜୟପୁର ସ୍ଥିତ ଏକ ଆଇଟି କମ୍ପାନୀରେ କାମ କରନ୍ତି ଏବଂ ଦେଢ଼ଶୁର ବଦ୍ରିପ୍ରସାଦ ଶର୍ମା ଏକ ସରକାରୀ ବ୍ୟାଙ୍କରୁ ଉଚ୍ଚପଦସ୍ଥ ଅଧିକାରୀ ଭାବେ ଅବସର ଗ୍ରହଣ କରିସାରିଛନ୍ତି । ତେବେ ଶିବିଙ୍କ ବିବାହ ପାଇଁ ଉଭୟ ବଦ୍ରିପ୍ରସାଦ ଏବଂ ଶିବି ଇନେ୍ଦାର ଯାଇଥିବା ବେଳେ ଅନୁଜ ଏହି ଅପରାଧ ଘଟାଇଛି । ଘଟଣା ଦିନ (୧୩ତାରିଖ) ଘରେ କେବଳ ଅନୁଜ ଏବଂ ସରୋଜ ଦେବୀ ହିଁ ରହିଥିଲେ । ଅନୁଜ ସରୋଜ ଦେବୀଙ୍କୁ ହତ୍ୟା କରିବା ପରେ ହରିଦ୍ୱାର ପଳାଇଥିଲା ଏବଂ ସରୋଜ ଦେବୀଙ୍କ ଝିଅଙ୍କୁ ଫୋନ୍ କରି ବଡ଼ ମା’ କୁଆଡେ ପଳାଇଛନ୍ତି ବୋଲି କହିଥିଲା । ଏପରିକି ସେ ବିଦ୍ୟାଧରପୁର ପୁଲିସ୍ ଷ୍ଟେସନ୍ରେ ଏନେଇ ଏଫଆଇଆର ମଧ୍ୟ ରୁଜୁ କରାଇଥିବା କହିଥିଲା । କିନ୍ତୁ ସରୋଜ ଦେବୀଙ୍କ ଝିଅଙ୍କର ଅନୁଜ କଥା ଉପରେ ବିଶ୍ୱାସ ହୋଇନଥିଲା । ସରୋଜ ଦେବୀଙ୍କ ଦୁଇ ଝିଅ ସେମାନଙ୍କ ମା’ ସମ୍ପର୍କରେ ୩ ଦିନ ପର୍ଯ୍ୟନ୍ତ କୌଣସି ସୂଚନା ନପାଇବାରୁ ଅନୁଜ ବିରୋଧରେ ଗତ କାଲି (୧୬ ତାରିଖ) ହତ୍ୟା ମାମଲା ରୁଜୁ କରାଇଥିଲେ । ପୁଲିସ୍ ଏହି ହତ୍ୟା ଘଟଣାରେ ବ୍ୟବହୃତ ସବୁ ଜିନିଷ ଜବତ କରିବା ସହ ଅନୁଜ୍କୁ ଜେଲ ପଠାଇ ଦେଇଛି । ସରୋଜଙ୍କ ବଡ଼ ଝିଅଙ୍କ କହିବାନୁସାରେ ମା’ ସରୋଜ ଦେବୀ ୩/୪ ବର୍ଷ ଧରି କ୍ୟାନସର ପୀଡ଼ିତ ଥିଲେ ଏବଂ ତାଙ୍କର କେମୋ ଥେରାପି ଚାଲିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *