ପାରାଦୀପ ବନ୍ଦର ଆଧୁନିକୀକରଣ ଯାଞ୍ଚ କଲେ କେନ୍ଦ୍ରୀୟ ଜଳପଥ ନିଦେ୍ର୍ଦଶକ

ପାରାଦୀପ (ଆପ୍ର): କେନ୍ଦ୍ରୀୟ ବନ୍ଦର ଜାହାଜ ଏବଂ ଜଳପଥ ନିଦେ୍ର୍ଦଶକ ଶ୍ରୀ ସୁଧାଂଶ ପନ୍ଥ (ଆଇଏଏସ୍) ପାରାଦୀପ ବନ୍ଦର ଗସ୍ତରେ ଆସି ଫେରିଯାଇଥିଲେ । ବନ୍ଦରର ଅଧ୍ୟକ୍ଷ ପିଏଲ ହାରନାଦ ଓ ଉପାଧ୍ୟକ୍ଷ ଏକେ ବୋଷ ଜବହାର ଗେଷ୍ଟ ହାଉସରେ ସ୍ୱାଗତ ଜଣାଇ ଥିଲେ । ଏହାପରେ ନିଦେ୍ର୍ଦଶକ ବନ୍ଦର ଓଏଟ ବେସିନ ଠାରେ ପହଞ୍ଚି ପାରାଦୀପ ବନ୍ଦର ସିଆଇଏସ୍ଏଫ୍ ଦ୍ୱାରା ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ସେଠାରୁ ନିଦେ୍ର୍ଦଶକ ସିଗନାଲ୍ ଷ୍ଟେସନ ପରିଦର୍ଶନ କରିଥଲେ । ଏବଂ ହାର୍ବର ଗସ୍ତ ସମୟରେ ପାରାଦୀପ ବନ୍ଦରର ଭିତ୍ତିଭୂମି ଓ ଆଧୁନିକରଣର ଯାଞ୍ଚ କରିଥିଲେ । ପରେ ମହାନଦୀର ମିଳନ ସ୍ଥଳରେ ଇଫକୋ ଜେଟି ପରିଦର୍ଶନ କରି ନୂତନ ରିଭର ଆଇନ ବନ୍ଦରର ପରିବେଶ କିଭଳି ଅଶାନୁଭାବେ ହୋଇ ପାରିବ ସେଥିପାଇଁ ପରାମର୍ଶ ଦେଇଥିଲେ । ଶ୍ରୀ ପନ୍ଥ ନୂତନ ଏମ୍ସିଏଚ୍ପି କଣ୍ଟ୍ରୋଲ ରୁମ୍ର ଉଦ୍ଘାଟିତ କରିଥିଲେ । ପ୍ରକୃତ ବନ୍ଦରର କାର୍ଯ୍ୟ ସମ୍ପର୍କରେ ଧାରଣା ପାଇବା ପାଇଁ ସେ ଏମ୍ସିଏଚ୍ପି ରେଳ ଷ୍ଟେସନ, ଜେଏସଡବ୍ଲୁ ଆଇରନ ଓର, ଟିପଲର ସୁବିଧା, ପିଆଇସିଟି କୋଇଲା ଅଲୋଡିଙ୍ଗ ହପର୍ ଏବଂ କେଆଇସିଟି ସ୍ଥଳ ପରିଦର୍ଶନ କରିଥିଲେ । ପାରାଦୀପ ଏକ ମେଗା ବନ୍ଦର ହୋଇ ପାରିବା ସମ୍ବନ୍ଧରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *