ବଦଳିବ କଟକ ଷ୍ଟେସନ ରୂପ
ଟ୍ୱିଟର୍ରେ ଡିଜାଇନ୍ ଫଟୋ ଦେଇ ମତ ଲୋଡ଼ିଲେ ରେଳମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର (ବୁ୍ୟରୋ): ଐତିହାସିକ କଟକ ସହରରେ ଥିବା ରେଳ ଷ୍ଟେସନର ରୂପ ବଦଳିବ । ରାଜ୍ୟର ଅନ୍ୟତମ ପୂରାତନ ରେଳଷ୍ଟେସନ ଭାବେ ପରିଚିତ କଟକ ରେଳଷ୍ଟେସନ ନବକଳେବର ହେବ । ରେଳ ଷ୍ଟେସନର ପ୍ରବେଶ ଦ୍ୱାର ଆକର୍ଷଣୀୟ ହେବ । ଏହାର ନିର୍ମାଣ ଶୈଳୀରେ ଓଡ଼ିଶା ଇତିହାସର ଛାପ ରହିବ । କଟକ ରେଳଷ୍ଟେସନ କିଭଳି ହେବ, ସେନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ଟ୍ୱିଟରରେ ଡିଜାଇନ୍ ଅପଲୋଡ୍ କରିଛନ୍ତି । ପ୍ରସ୍ତାବିତ ଡିଜାଇନ୍ ଉପରେ ଜନମତ ମାଗିଛନ୍ତି । ଡିଜାଇନ୍ କଟକ ବାରବାଟୀ ଦୁର୍ଗ ସ୍ଥାପତ୍ୟର ବିଷୟବସ୍ତୁ ଉପରେ ଅନୁପ୍ରାଣିତ ହୋଇଛି । ଡିଜାଇନ୍ ଥିମ୍ ଉପରେ ରେଟିଂ ଦେବାକୁ ମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଏବଂ ଜନସାଧାରଣଙ୍କ ମୂଲ୍ୟାୟନ ଉପରେ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜନସାଧାରଣଙ୍କୁ ଏହି ନୂତନ ଚିନ୍ତାଧାରାକୁ ସର୍ବାଧିକ ସମର୍ଥନ ଦେବାକୁ ଅନୁରୋଧ କରାଯାଇଛି ।